• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାଡ଼ଭଙ୍ଗା ଶୀତ, ଘନ କୁହୁଡ଼ିକୁ ଖାତିର ନାହିଁ... ରାତି ନପାହୁଣୁ କର୍ତ୍ତବ୍ୟପଥରେ କର୍ତ୍ତବ୍ୟରତ ଭାରତୀୟ ସେନାର ଯୋଶିଲା ଯବାନ । ପାଦରେ ପାଦ ମିଶାଇ, କରି ଚାଲିଛନ୍ତି କଦମ୍ ତାଲ୍ । ୭୪ ତମ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ଗତ କିଛି ଦିନ ଧରି ଏଭଳି ଅଭ୍ୟାସ ଜାରି ରଖିଥିବା ବେଳେ ଗତକାଲି ଅନୁଷ୍ଠିତ ହୋଇଛି ଫୁଲ୍ ଡ୍ରେସ୍ ରିହର୍ସାଲ୍ । ସାରା ବିଶ୍ୱ ଜାନୁଆରୀ ୨୬ ସକାଳୁ ଦେଖିବ ଭାରତର ଭବ୍ୟ ସାଧାରଣତନ୍ତ୍ର ଦିବସ ସମାରୋହ ।

ଉତ୍ସବମୁଖର ହେବ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥ । ସେନା ବ୍ୟାଣ୍ଡ୍, ଯବାନଙ୍କ ମାର୍ଚ୍ଚପାଷ୍ଟ ସହିତ ବିଭିନ୍ନ କ୍ଷେପଣାସ୍ତ୍ର ଓ ଯୁଦ୍ଧ ଉପକରଣ , ତା ସହିତ ଏଥର ଗଣତନ୍ତ୍ର ଦିବସରେ ଆକର୍ଷଣ ସାଜିବ ଭାରତୀୟ ସ୍ଥଳସେନାର ଅଶ୍ୱାରୋହୀଙ୍କ ସମର କଳାପ୍ରଦର୍ଶନ, ଗୋର୍ଖାଙ୍କ ଖୁକ୍ରୀ ଡ୍ୟାନ୍ସ, ପାରାମୋଟର୍ ଗ୍ଲାଇଡ୍, ହଟ୍ ଏୟାର୍ ବେଲୁନ ସୋ, ମୋଟର ସାଇକେଲରେ ଡେୟାର୍ ଡେଭିଲ୍ ସୋ ଇତ୍ୟାଦି । ଭାରତର ବିଭିନ୍ନ କଳା ଓ ସଂସ୍କୃତିର ପ୍ରଦର୍ଶନ କରିବେ ୧୨ଶହ କଳାକାର ବିଶ୍ୱ ଦେଖିବ ଏକ୍ ଭାରତ, ଶ୍ରେଷ୍ଠ ଭାରତର ଝଲକ ... ।

ଏଥର ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ନଜର ଆସିବେ ଓଟ ପିଠିରେ ବିଏସ୍ଏଫର ମହିଳା ପ୍ରହରୀ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ପଗଡ଼ି ଓ ପୋଷାକ ଡିଜାଇନ୍ କରାଯାଇଛି । ସିଏପିଏଫ୍ ମଧ୍ୟ ଏହି ଅବସରରେ ପ୍ରଜ୍ଞାପନ ମେଢ଼ ସାହାଯ୍ୟରେ ପ୍ରଦର୍ଶନ କରିବ ନାରୀଶକ୍ତି । ସ୍ଥଳସେନା ସହିତ ନୌସେନା ଓ ବାୟୁସେନା ବି ଦେଖାଇବ କରିସ୍ମା । ୯ଟି ରାଫେଲ୍ ସମେତ ବାୟୁସେନାର ୫୦ଟି ବିମାନ ଓ ହେଲିକପ୍ଟର ଫ୍ଲାଏପାଷ୍ଟ କରିବ । ଏସବୁର ଝଲକ ଗତକାଲି ଦେଖିବାକୁ ମିଳିଛି କର୍ତ୍ତବ୍ୟପଥ । ଆକାଶରେ ଜାନୁଆରୀ ୨୬ରେ ଏଠି ପ୍ରଥମ ଓ ଶେଷଥର ପାଇଁ ଉଡ଼ିବ । ୪୨ ବର୍ଷର ସେବା ସମାପ୍ତ କରିଥିବା ନୌସେନାର ପାଟ୍ରୋଲିଂ । ଏୟାରକ୍ରାଫ୍ଟ IL-38 ନୌସେନାର ମାର୍ଚ୍ଚିଂ କଣ୍ଟିନଜେଣ୍ଟର ନେତୃତ୍ୱ ନେବେ ଲେଫ୍ଟନାଣ୍ଟ କମାଣ୍ଡର ଦିଶା ଅମ୍ରିତ୍ ।

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ବନିବେ ଇଜିପ୍ଟ ରାଷ୍ଟ୍ରପତି ଆବ୍ଦେଲ ଫତେହ ଅଲ୍ ସିସି । ଏଥିସହ ଇଜିପ୍ଟ ସେନାର ୧୮୦ ଜଣିଆ କଣ୍ଟିନଜେଣ୍ଟ ମଧ୍ୟ ସମାରୋହରେ ଭାଗ ନେବ ...।