/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665666030.jpg)
Rajendra Das
ଧାମନଗର ଉପନିର୍ବାଚନ ପାଇଁ ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଅନ୍ୟତମ ଆଶାୟୀ ରାଜେନ୍ଦ୍ର ଦାସ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଏସବୁ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ରାଜେନ୍ଦ୍ର ଦାସଙ୍କ ଏକ ଚିଠି । ଲୁହ ଭିଜା ଆଖିରେ ଦୁଇ ପଦ ଶୀର୍ଷକ ରାଜେନ୍ଦ୍ର ଦାସଙ୍କ ଏକ ଚିଠି ଏବେ ସାମ୍ନାକୁ ଆସିଛି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଚିଠିରେ ଟିକେଟ ନପାଇ ନିଜ ମନରେ ନଥିବା କ୍ଷୋଭକୁ ସେ ପ୍ରକାଶ କରିଛନ୍ତି । ତେବେ ଚିଠିକୁ ସୋସିଆଲ ମିଡିଆ ରେ ଛାଡ଼ିବା ପରେ ରାଜୁ ସମସ୍ତଙ୍କଠାରୁ ଏକ ଗୋପନ ସ୍ଥାନକୁ ପଳାଇଥିଲେ । ଏହାସହ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି । ଏ କଥା ଜଣାପଡ଼ିବା ପରେ ବିଜେଡିର ତିନି ବିଧାୟକ ପହଞ୍ଚି ରାଣୀତାଲରୁ ତାଙ୍କୁ ଠାବ କରିଛନ୍ତି । ଆଉ ତାଙ୍କୁ ମନାଇବା ଲାଗି ପ୍ରୟାସ ଜାରି ରଖିଛନ୍ତି ।
ସେପଟେ ଆସନ୍ତାକାଲି ସେ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ କି ବୋଲି ପ୍ରଶ୍ନ କରିବାରୁ ରାଜୁ କହିଛନ୍ତି ଯେ, ‘ମୁଁ ମୋର ସମର୍ଥକଙ୍କ ପରାମର୍ଶ ନେବି। ସେମାନେ ଯାହା କହିବେ, ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେବି’ ।
ଧାମନଗରରେ ମହିଳା କାର୍ଡ ଖେଳିଲା ବିଜେଡି। ଆଲୋଚନା ଓ ପର୍ଯ୍ୟାଲୋଚନାର ଅନ୍ତ ଘଟାଇ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଧାମନଗର ନିର୍ବାଚନମଣ୍ଡୀରେ ହେବାକୁ ଥିବା ଉପନିର୍ବାଚନରେ ଅବନ୍ତୀ ଦାସ ହେଲେ ବିଜେଡି ପ୍ରାର୍ଥୀ । ଅବନ୍ତୀ ହେଉଛନ୍ତି ତିହିଡି ବ୍ଲକ ଅଧ୍ୟକ୍ଷା। ତିହିଡି ବ୍ଲକରେ ତାଙ୍କର ଦବ୍ଦବା ରହିଛି। ଏଥିସହ ସେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମର୍ଥକ ବୋଲି ଆଲୋଚନା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)