• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେଡି ପାଇଁ ବିଦ୍ରୋହୀ କଣ୍ଟା । ମଇଦାନରେ ଅସନୁଷ୍ଟ ଆଶାୟୀ ।  ଧାମନଗର ଉପନିର୍ବାଚନ ଲଢ଼ିବେ ରାଜେନ୍ଦ୍ର ଦାସ । ବିଜେଡି ନେତା ରାଜେନ୍ଦ୍ର ଆଜି ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର କରିଛନ୍ତି ଦାଖଲ । ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି ନାମାଙ୍କନ ଭରିବା ପାଇଁ ଯାଇଛନ୍ତି ରାଜେନ୍ଦ୍ର । ଘରୁ ବାହାରିବା ପୂର୍ବରୁ ବାପା, ମାଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନିଜ ସମର୍ଥକ ଓ ଶୁଭେଚ୍ଛୁଙ୍କୁ ନେଇ ଭଦ୍ରକ ଉପ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଛନ୍ତି । ବିଜେଡିରୁ ଟିକେଟ୍ ନମିଳିବା ପରେ ସେ ବାଧ୍ୟ ହୋଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ।

ଗତକାଲି ଭୁବନେଶ୍ୱର ରେ ରାଜେନ୍ଦ୍ର ଦାସଙ୍କ ମାନଭଂଜନ କରିବା ପାଇଁ ଦଳ ପକ୍ଷରୁ ଚେଷ୍ଟା କରାଯାଇଥିଲା । ବହୁ ବୁଝାସୁଝା ସତ୍ତ୍ୱେ ତାଳିପକା ଉଦ୍ୟମ ଫେଲ୍ ମାରିଥିଲା । ପ୍ରାର୍ଥୀ ଘୋଷଣା ପରୁ ଠାରୁ ବିଜେଡିରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବାରୁ ସମର୍ଥକ ଜୋରଦାର ବିରୋଧ କରିଥିଲେ । ଏପରିକି ନାରାବାଜି ମଧ୍ୟ ଦିଆଯାଇଥିଲା, ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ । ବିଜେଡି ନେତା ରାଜେନ୍ଦ୍ର ଦାସଙ୍କ ଭଦ୍ରକ ବାସଭବନରେ ସମର୍ଥକମାନେ ହୋହଲ୍ଲା  କରିବାର ଦିନକ ପରେ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି ।

ଅଧିକ ପଢ଼ନ୍ତୁ: ‘ମୋ ଉପରେ ଲୋକଙ୍କ ସିମ୍ପାଥି ଅଧିକ ଅଛି, ଏଥର ଜିତିବି’

ତେବେ ନାମାଙ୍କନ ଭରିବା ପୂର୍ବରୁ ପ୍ରତିକ୍ରିୟା ଦେବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ ରାଜେନ୍ଦ୍ର । ସେ କହିଥିଲେ, କୁଚକ୍ରୀଙ୍କ ପାଇଁ ହାରିଥିଲି, ଏଥର ଜିତିବି । ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି ।  ୨୦୧୯ ନିର୍ବାଚନ ଅଳ୍ପ ବ୍ୟବଧାନରେ କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ହାରିଥଲେ । ତେଣୁ ଏଥର ଲୋକଙ୍କ ସମର୍ଥନ ରହିଛି, ଜିତିବା ଆଶା ରହିଛି ବୋଲି ଦମ୍ଭୋକ୍ତି ବାଢ଼ିଥିଲେ ରାଜେନ୍ଦ୍ର ।

ସେପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ବଂଶୀ ସୂରଜ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନାମାଙ୍କନ ଦାଖଲ କରି ସାରିଛନ୍ତି । ସେହିପରି ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅବନ୍ତୀ ଦାସ । ଆଜି ଶେଷ ଦିନ ଥିବାରୁ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରନ୍ତି । ସେପଟେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ସେମାନଙ୍କ କ୍ୟାମ୍ପେନିଂ ଆରମ୍ଭ କରିଲେଣି । ଘରକୁ ଘର ଯାଇ ପ୍ରଚାର କରିବା ସହ ନିଜ ସପକ୍ଷରେ ଭୋଟ୍ ମାଗିଛନ୍ତି ।