Advertisment

Police Action Triggers Uproar: ପୋଲିସ ଗାଡ଼ିକୁ ଅଟକ ରଖିଲେ ଶତାଧିକ ଲୋକ, ଗୋରୁ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲା ପୋଲିସ

ଯାଞ୍ଚ ବେଳେ ଗୋରୁ ଚାଲାଣକାରୀଙ୍କ ଘରୁ ବିପୁଳ ଟଙ୍କା, ସୁନା ଗହଣା ସହ ଏକ ପିକଅପ୍ ଗାଡ଼ିକୁ ମଧ୍ୟ ଜବତ କରାଯାଇଥିଲା। ଏହି ସମୟରେ ପୋଲିସ ଗାଡ଼ିକୁ ଘେରି ଯାଇଥିଲେ ଗାଁ ଲୋକେ।

author-image
Tapan Swain
Police

Police Photograph: (OTV)

ଚଢ଼ାଉ ପାଇଁ ଯାଇଥିବା ପୋଲିସ ଗାଡ଼ି ଅଟକ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତେଣ୍ଟପୋଷି ଗାଁରେ ଉତ୍ତେଜନା। ଚଢ଼ାଉ ପାଇଁ ଯାଇଥିବା ବେଳେ ପୋଲିସ ଗାଡ଼ିକୁ ଅଟକ ରଖିଲେ ଶତାଧିକ ମହିଳା ଓ ପୁରୁଷ। ଗାଁର ୬ ଜଣ ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ କରାଯାଇଥିଲା।

Advertisment

ଯାଞ୍ଚ ବେଳେ ଗୋରୁ ଚାଲାଣକାରୀଙ୍କ ଘରୁ ବିପୁଳ ଟଙ୍କା, ସୁନା ଗହଣା ସହ ଏକ ପିକଅପ୍ ଗାଡ଼ିକୁ ମଧ୍ୟ ଜବତ କରାଯାଇଥିଲା। ଏହି ସମୟରେ ପୋଲିସ ଗାଡ଼ିକୁ ଘେରି ଯାଇଥିଲେ ଗାଁ ଲୋକେ। 

ଶହ ଶହ ମହିଳା ପୁରୁଷ ଗାଁରେ ରାସ୍ତା ଅବରୋଧ କରି ପୋଲିସକୁ ଘେରି ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଥିଲା। ପ୍ରାୟ ଏକ ଘଣ୍ଟା ଧରି ପୋଲିସ ସହ ଯୁକ୍ତିତର୍କ ହେବା ସହ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି। କେନ୍ଦୁଝର ପୋଲିସ ଏବଂ ରାଇରଙ୍ଗପୁର ପୋଲିସ ଏହି ଚଢାଉରେ ଗାଁକୁ ଯାଇଥିଲା।

Advertisment

ଗୋ-ମାଫିଆଙ୍କ ଗେମ୍ ଓଭର୍ !

ଚଢ଼ାଉ ପାଇଁ ଯାଇଥିବା ପୋଲିସ ଗାଡ଼ି ଅଟକ
ରାସ୍ତା ଅବରୋଧ କରି ପୋଲିସ ସହ ଯୁକ୍ତିତର୍କ
ରାଇରଙ୍ଗପୁର ତେଣ୍ଟପୋଷି ଗାଁରେ ଉତ୍ତେଜନା 
ପୋଲିସ ଗାଡ଼ିକୁ ଅଟକ ରଖିଲେ ଶତାଧିକ ଲୋକ
ଗୋରୁ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲା ପୋଲିସ
ଯାଞ୍ଚ ବେଳେ ମିଳିଥିଲା ବିପୁଳ ଟଙ୍କା ଓ ସୁନା ଗହଣା

Police Policeman Detained
Advertisment
Related Articles
Advertisment