/odishatv-khabar/media/media_files/2026/02/03/momo-for-rs-85-lakh-pkg-2026-02-03-14-27-46.jpg)
ମୋମୋ ଖାଇବା ପାଇଁ ବନ୍ଧା ପଡ଼ିଲା ସୁନା ଗହଣା। ୮୫ ଲକ୍ଷର ଗହଣା ଦେଇ ଖାଇଦେଲା ମୋମୋ। ପରିବାର ମୁଣ୍ଡରେ ଚଡ଼କ, ଥାନାରେ ମାମଲା। ଆଜିକାଲି ସମୟରେ ଫାଷ୍ଟଫୁଡ଼ର ମୁଖ୍ୟ ଆକର୍ଷଣ ପାଲଟିଛି ମୋମୋ। ଏହାକୁ ଖାଇବାକୁ ଖୁବ ପସନ୍ଦ କରୁଛନ୍ତି ଯୁବପିଢ଼ି। ତେବେ ଆପଣ ଗୋଟିଏ ପ୍ଲେଟ ମୋମୋ କେତେ ଟଙ୍କା ଦେଇ ଖାଇଥିବେ? ୩୦ ଟଙ୍କା, ୪୦ ଟଙ୍କା କିମ୍ବା ବେଶୀରୁ ବେଶୀ ୧୦୦ ଟଙ୍କା ଭିତରେ ଆପଣ ମନ ଭରି ମୋମୋ ଖାଇପାରିବେ। ତେବେ ଭାବିଲେ, ଯଦି ଆପଣଙ୍କୁ ମୋମୋ ଖାଇବାକୁ ୮୫ ଲକ୍ଷ ଟଙ୍କା ଦେବାକୁ ପଡ଼େ ? ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ। ହେଲେ ପ୍ରକୃତରେ ଉତ୍ତର ପ୍ରଦେଶର ଦେବରିଆ ଜିଲ୍ଲାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି। ମୋମୋ ଖାଇବା ପାଇଁ ଘରୁ ୮୫ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରିଛି ଜଣେ ନାବାଳକ।
ରିପୋର୍ଟ ମୁତାବକ, ଦେବରିଆର ଜଣେ ୧୪ ବର୍ଷୀୟ ନାବାଳକ ମୋମୋ ଖାଇବା ପାଇଁ ନିଜ ଘରେ ହିଁ ବୁଲାଇ ଦେଇଥିଲେ କଳାକନା। ଘରୁ ୮୫ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରି ମୋମୋ ଦୋକାନୀକୁ ଦେଇଦେଇଥିଲା। ନାବାଳକଙ୍କ ବାପା ବିମଲେଶ ମିଶ୍ରଙ୍କ କହିବା ମୁତାବକ, ପୁଅ ମୋମୋ ଖାଇବାକୁ ବହୁତ ପସନ୍ଦ କରେ। ଏହି ଦୁର୍ବଳତାର ସୁଯୋଗ ନେଇ ଡୁମରି ଛକରେ ଏକ ମୋମୋ ଷ୍ଟଲ୍ ଚଳାଉଥିବା ତିନି ଜଣ ଯୁବକ ତାକୁ ଫସାଇ ଦେଇଥିଲେ। ଘରୁ ସୁନା ଗହଣା ଆଣି ଦେଲେ ଫ୍ରୀରେ ମୋମୋ ଦେବେ ବୋଲି କହିଥିଲେ। ତାଙ୍କ କଥାରେ ଭଳି ନିଜ ଘରୁ ୮୫ ଲକ୍ଷ ଟଙ୍କା ଚୋରି କରି ମୋମୋ ଦୋକାନୀଙ୍କୁ ଦେଇଦେଇଥିଲା ନାବାଳକ।
ତେବେ ପରିବାର ଲୋକ ଏକଥା ଜାଣିବା ପରେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ପରେ ଏ ସମ୍ପର୍କରେ ପୀଡିତଙ୍କ ପରିବାର ରାମପୁର ପୋଲିସ ଷ୍ଟେସନରେ ତିନି ସନ୍ଦିଗ୍ଧ ଯୁବକଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି କହିଛି।
ସାମାନ୍ୟ ମୋମୋ ପାଇଁ ଘରର ଲକ୍ଷ ଲକ୍ଷ ଟଙ୍କାର ଗହଣା ବିକି ଦେଇଥିଲା ନାବାଳକ। ଯାହାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘରୁ ଦାମୀ ଗହଣା ନେଇ ପିଲାଟି ମୋମୋ ଖାଇବା ଘଟଣାରେ କଣ ବାପାମାଙ୍କର ଦୋଷ ନାହିଁ କି ? କାହିଁକି ସେମାନେ ଦାମୀ ଜିନିଷକୁ ସୁରକ୍ଷିତ ଭାବେ ନରଖିଲେ ? ଏନେଇ ଆପଣଙ୍କ ମତ କମେଣ୍ଟରେ ଜଣାନ୍ତୁ ।
Odisha Student Dies During Trekking Trip: ୪୦୦ ଫୁଟ ଗଭୀର ଖାଇରୁ ମିଳିଲା ଓଡି଼ଆ ଛାତ୍ରୀଙ୍କ ମୃତଦେହ, ଲୋନାଭାଲାକୁ ଟ୍ରେକିଂ ପାଇଁ ଯାଇଥିଲେ

Road Rage Viral Video: ରିଟାର୍ଡ ଆର୍ମି ଯବାନଙ୍କୁ ବନେଟରେ ବସାଇ ଅଧ କିଲୋମିଟର ଘୋଷାଡିଲେ

BLA Attack: ବଲୁଚ୍ ମହିଳାଙ୍କ ଆକ୍ରମଣରେ ଘାଇଲା ପାକିସ୍ତାନ

Political Ambition Turns Monster: ସରପଞ୍ଚ ଲୋଭରେ ବାପା ପାଲଟିଲା କଂସେଇ, ଜନ୍ମ କଲା ଝିଅକୁ ମାରିଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)