Advertisment

Thief-Hunting Drive: ଘରେ ଘରେ ପଶି ଚୋର ଧରୁଛି ପୋଲିସ! ଗାଡ଼ିରେ ଲଦି ଆଣୁଛି ଚୋରି ସାମଗ୍ରୀ

କାହା ଘରୁ ବ୍ୟାଟେରୀ, ଲାଇଟ, ମୋବାଇଲ ଫୋନ ଉଦ୍ଧାର କରୁଛି ତ କାହା ଘରୁ  ଉଦ୍ଧାର କରୁଛି ଏଲପିଜି ସିଲିଣ୍ଡର।  ଉଦ୍ଧାର ଚୋରି ଜିନିଷ ଲଦି ଆଣିବା ଲାଗି ଗୋଟିଏ ଗାଡି ମଧ୍ୟ ନିଆଯାଇଛି। ଯେଉଁଥିରେ ଉଦ୍ଧାର ଚୋରି ଜିନିଷ ଲଦାଯାଉଛି।

author-image
Madhupriya Mistry
PARADIP

PARADIP Photograph: (OTV)

ଜଗତସିଂହପୁର କୁଜଙ୍ଗ ଥାନା ହସିଣା ଗାଁରେ ଚାଲିଛି ଚୋର ଧରା ଅଭିଯାନ। ଗ୍ରାମବାସୀଙ୍କ ସହଯୋଗରେ ଚୋରମାନଙ୍କ ଘରେ ପହଞ୍ଚୁଛି ପୁଲିସ ଏବଂ ଚୋରି ସାମଗ୍ରୀ ଉଦ୍ଧାର କରୁଛି।

Advertisment

କାହା ଘରୁ ବ୍ୟାଟେରୀ, ଲାଇଟ, ମୋବାଇଲ ଫୋନ ଉଦ୍ଧାର କରୁଛି ତ କାହା ଘରୁ  ଉଦ୍ଧାର କରୁଛି ଏଲପିଜି ସିଲିଣ୍ଡର।  ଉଦ୍ଧାର ଚୋରି ଜିନିଷ ଲଦି ଆଣିବା ଲାଗି ଗୋଟିଏ ଗାଡି ମଧ୍ୟ ନିଆଯାଇଛି। ଯେଉଁଥିରେ ଉଦ୍ଧାର ଚୋରି ଜିନିଷ ଲଦାଯାଉଛି।

ଗତ କିଛି ଦିନ ହେଲାଣି ଗାଁ ର ବିଭିନ୍ନ ଲୋକଙ୍କ ଘରୁ ନିୟମିତ ଚୋରି ହେଉଥିଲା। ଏ ନେଇ ଗାଁ ଲୋକେ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଚୋରମାନଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିଥିଲା ପୁଲିସ। ଆଉ ଆଜି ସକାଳୁ ହସିଣା ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ଚୋରି ସାମଗ୍ରୀ ଉଦ୍ଧାର କରିବା ସହିତ ଚୋର ଧରିବା ପାଇଁ ପଦକ୍ଷେପ ନେଉଛି ପୋଲିସ। 

Advertisment

Jagatsinghpur Thief Hunting Police Thief
Advertisment
Related Articles
Advertisment