/odishatv-khabar/media/media_files/2026/01/22/tricolour-2026-01-22-14-50-29.jpg)
tricolour Photograph: (OTV)
ମଝି ସମୁଦ୍ରରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ଭଦ୍ରକ ଜିଲ୍ଲା ଧାମରା ବନ୍ଦରରୁ କିଛି କିଲୋମିଟର ଦୂରରେ ଥିବା ଉଡ଼ାବାଲି ଦ୍ବୀପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପୋଲିସ୍ ଡିଜି ୱାଇ.ବି. ଖୁରାନିଆ। ରାଷ୍ଟ୍ରୀୟ ଏକତା ଓ ସୁରକ୍ଷାର ପ୍ରତୀକ ଭାବେ ସମୁଦ୍ର ମଝିରେ ଥିବା ଏହି ଦ୍ବୀପରେ ଉଡୁଛି ତ୍ରିରଙ୍ଗା।
ବାଂଲା ଅନୁପ୍ରବେଶକାରୀଙ୍କୁ ଚେକ୍
ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଉପକୂଳବର୍ତ୍ତୀ ଇଲାକାକୁ ପ୍ରବେଶ କରି ବସତି ସ୍ଥାପନ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ । ତେଣୁ ସେମାନଙ୍କୁ ଚେକ୍ ଦେବା ସହ ଉପକୂଳ ସୁରକ୍ଷା ପାଇଁ ଓଡ଼ିଶା ପୋଲିସର ଏହା ଅଭିନବ ପ୍ରୟାସ। ଏହି ଅବସରରେ ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ଆଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ତରଫରୁ ଦୀର୍ଘମିଆଦୀ ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ।
ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ DGP & IGP ସମ୍ମିଳନୀରେ ଉପକୂଳ ସୁରକ୍ଷା ସମ୍ପର୍କିତ ଆଲୋଚନା ବେଳେ ଏଭଳି ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି।
ଉଡ଼ାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ
ଧାମରା ବନ୍ଦର ନିକଟ ସମୁଦ୍ର ମଝିରେ ଉଡ଼ିଲା ତ୍ରିରଙ୍ଗା
ପତାକା ଉତ୍ତୋଳନ କଲେ ପୋଲିସ୍ ଡିଜି ୱାଇ.ବି. ଖୁରାନିଆ
ରାଷ୍ଟ୍ରୀୟ ଏକତା ଓ ସୁରକ୍ଷାର ପ୍ରତୀକ ଭାବେ ଉଡ଼ିଲା ତ୍ରିରଙ୍ଗ
ଉପକୂଳ ସୁରକ୍ଷା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)