/odishatv-khabar/media/media_files/2026/01/19/shankaracharya-sits-in-protest-2026-01-19-16-56-12.jpg)
ଶଙ୍କରାଚାର୍ଯ୍ୟଙ୍କ ସାଙ୍ଘାତିକ ଅଭିଯୋଗ Photograph: (OTV)
ପୋଲିସ ପ୍ରଶାସନ ଉପରେ ଅସନ୍ତୁଷ୍ଟ ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱରାନନ୍ଦଙ୍କ ରାଗ। ସେ ତାଙ୍କ ଶିବିର ସମ୍ମୁଖରେ ରାସ୍ତାରେ ବସି ରହିଛନ୍ତି। ସେ କହିଛନ୍ତି ଯେ, ଅଧିକାରୀମାନେ ସାର୍ବଜନିକ ଭାବେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ସେ ସେଠାରେ ହିଁ ବସି ରହିବେ। ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ହୋଇଥିଲା।
ମାଘ ମେଳାରେ ମୌନୀ ଅମାବାସ୍ୟା ଦିନ ଘଟିଥିବା ଘଟଣା ପରେ ଧାରଣାରେ ବସିଥିବା ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସୋମବାର ସମ୍ବାଦଦାତାଙ୍କୁ କହିଛନ୍ତି ଯେ, ସେ ସ୍ନାନ କରିବାକୁ ପାଲିଙ୍କୀରେ ହିଁ ଯିବେ ଏବଂ ପ୍ରଶାସନ ଲିଖିତ ଭାବେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ସେ ଉଠିବେ ନାହିଁ।
ସେ ସାଧୁ–ସନ୍ଥମାନଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଲଗାଇ ଏହି ସମ୍ପୂର୍ଣ୍ଣ ଘଟଣା ପାଇଁ ପୋଲିସ କମିଶନର ଯୋଗେନ୍ଦ୍ର କୁମାର, ଡିଭିଜନାଲ କମିଶନର ସୌମ୍ୟା ଅଗ୍ରୱାଲ, ଗୃହ ସଚିବ ମୋହିତ ଗୁପ୍ତା ଓ ଜିଲ୍ଲାଧିକାରୀ ମନୀଷ କୁମାର ବର୍ମାଙ୍କୁ ଦାୟୀ କରିଛନ୍ତି।
ଶଙ୍କରାଚାର୍ଯ୍ୟ ସିଓ ବିନୀତ ସିଂହଙ୍କ ଫଟୋ ଦେଖାଇ ଅଭିଯୋଗ କରିଛନ୍ତି ଯେ, ସଙ୍ଗମ ସ୍ଥଳରୁ ପୋଲିସ ଯେଉଁ ସାଧୁ–ସନ୍ଥମାନଙ୍କୁ ଗିରଫ କରିଥିଲା, ସେମାନଙ୍କୁ ବିନୀତ ସିଂହ ପିଟି–ପିଟି ଆହତ କରିଛନ୍ତି। ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ସେ ଧାରଣାରେ ବସିନାହାନ୍ତି; ପ୍ରଶାସନ ତାଙ୍କୁ ଯେଉଁଠାରେ ଛାଡ଼ିଥିଲା, ସେ ସେଠି ହିଁ ବିରାଜମାନ ଅଛନ୍ତି। ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ, ମାଘ ମେଳାରେ ସଙ୍ଗମ ସ୍ନାନ ପାଇଁ ଚାରି ଶଙ୍କରାଚାର୍ଯ୍ୟଙ୍କ ପାଇଁ ପ୍ରୋଟୋକଲ ତିଆରି ହେବା ଉଚିତ, ଯାହାଦ୍ୱାରା ସେମାନେ ପାଲିଙ୍କୀରେ ଯାଇ ସ୍ନାନ କରିପାରିବେ।
କମିଶନର ସୌମ୍ୟା ଅଗ୍ରୱାଲ କହିଛନ୍ତି ଯେ କାହାକୁ ବିଧ୍ୟ ଗଙ୍ଗା ସ୍ନାନରୁ ରୋକାଯାଇ ନାହିଁ। ମେଳା ପ୍ରଶାସନ ତାଙ୍କୁ ଶଙ୍କରାଚାର୍ଯ୍ୟ ଭାବେ ମାନେ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)