Advertisment

Odisha Revives Stop-Gap Police Appointments: ରିଟାୟାର୍ଡ ପରେ ପୋଲିସ ବିଭାଗରେ ପୁଣି ନିଯୁକ୍ତି, ହତାଶ ଲକ୍ଷ ଲକ୍ଷ ବେକାରୀ

ରାଜ୍ୟ ସରକାରଙ୍କ ଷ୍ଟପଗ୍ୟାପ୍ ଆରେଞ୍ଜମେଣ୍ଟ୍। ରିଟାୟାର୍ଡ ପରେ ପୋଲିସ ବିଭାଗରେ ମିଳିବ ନିଯୁକ୍ତି। ୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃ ନିଯୁକ୍ତି । ହତାଶ ହେଲେ ଲକ୍ଷ ଲକ୍ଷ ବେକାରୀ ଯୁବକ

author-image
Pramod Behera
Odisha Revives Stop-Gap Police Appointments

ରିଟାୟାର୍ଡ ପରେ ପୋଲିସ ବିଭାଗରେ ପୁଣି ନିଯୁକ୍ତି, ହତାଶ ଲକ୍ଷ ଲକ୍ଷ Photograph: (OTV)

ଗୃହ ବିଭାଗକୁ ପୁଣି ଫେରିଲା ଷ୍ଟପ ଗ୍ୟାପ ଆରେଞ୍ଜମେଣ୍ଟ । ଆଠ ଶହ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃ ନିଯୁକ୍ତି ।କାମଚଳା ନିଯୁକ୍ତି ନେଇ ଗୃହ ବିଭାଗର ପ୍ରସ୍ତାବ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୋଲିସ ଚାକିରି ଆଶାୟୀ । ତେଣେ ପୁନଃନିଯୁକ୍ତିକୁ ନେଇ ତେଜିଛି ରାଜନୀତି । 

Advertisment

ଅବସର ନେଇଥିବା ଅବସରପ୍ରାପ୍ତ ASI, SI ଏବଂ ଇନ୍ସପେକ୍ଟରଙ୍କୁ ମିଳିବ ପୁନଃନିଯୁକ୍ତି। ସୋମବାର ରାଜ୍ୟ ସରକାର ୮ଶହ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କୁ ସ୍ବତନ୍ତ୍ର ପୁଲିସ ଅଧିକାରୀଭାବେ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । 

ଚିଠିଥିରେ ଦର୍ଶାଯାଇଛି ଯେ ଯେଉଁ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ସେମାନଙ୍କ ବୟସ ୬୫ ବର୍ଷରୁ କମ୍ ହୋଇଥିବ। ସେମାନଙ୍କ ସିସିଆର ବେଶ ଭଲ ଥିବ। ଚାକିରି ସମୟରେ ସେମାନଙ୍କ ବିରୁଦ୍ଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବ। ସେମାନେ ନିଜ ସରକାରୀ କ୍ବାର୍ଟର ପୂର୍ବରୁ ଖାଲି କରି ସାରିଥିବେ । 

Advertisment

ଏହି ଅଧିକାରୀମାନଙ୍କୁ ନିଯୁକ୍ତି ପାଇଁ ପୋଲିସ ମହାନିର୍ଦ୍ଦେଶକ ଏକ ଚୟନ କମିଟି ଗଠନ କରିବେ ଏବଂ ପୁନଃ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗର ଗାଇଡଲାଇନକୁ ପାଳନ କରିବା ବାଧ୍ୟତାମୂଳକ । ନିୟମିତ ନିଯୁକ୍ତି ପାଇଁ ଚାତକ ଭଳି ଅନାଇ ରହିଥିବା ଆଶାୟୀମାନେ ପୋଲିସ ବିଭାଗରେ ଏଭଳି ଷ୍ଟପଗ୍ୟାପ ଆରେଞ୍ଜମେଣ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେଣେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଆରମ୍ଭ ହୋଇଯାଇଛି ରାଜନୀତି । ବିଜେଡି କହିଛି, ଯୁବକମାନଙ୍କୁ ନିରାଶ କରି ନଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ରଖିବାକୁ ବେକାରିଙ୍କ ପ୍ରତି ଅନ୍ୟାୟ କହୁଥିବା ବିଜେପି, ଏବେ ସେହି ରାସ୍ତାରେ। ଆଇନ ମନ୍ତ୍ରୀ କହିଛନ୍ତି, ଆମ ସରକାର ପୁନଃ ନିଯୁକ୍ତିର ପଲିସିରେ ପରିବର୍ତ୍ତନ କରିଛନ୍ତି। ଆମେ ଓଏସଡି ନିଯୁକ୍ତି ବନ୍ଦ କରିବା ସହ ପାଖାପାଖି ୪୦ ହଜାର ନୂଆ ନିଯୁକ୍ତି ଦେଇଛୁ । 

ତେଣେ ଅବସରପ୍ରାପ୍ତ ପୋଲିସ ପ୍ରଶାସକ ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ କହିଛନ୍ତି, ପୋଲିସକୁ ସହଯୋଗ ଲାଗି ଏହା ଗୃହ ବିଭାଗର ଏକ ଅସ୍ଥାୟୀ ନିଯୁକ୍ତି । 

ଗତ ଡିସେମ୍ବର ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟରେ ମୋଟ ୭୦୬ ଗୋଟି ଥାନାରେ ତିନି ହଜାରରୁ ଅଧିକ ପଦ ଖାଲିଥିବା ସୂଚନା ଦେଇଥିଲେ । ତାହା ପର୍ଯ୍ୟାୟକ୍ରମେ ପୂରଣ କରାଯିବା ନେଇ କହିଥିଲେ । 

Odisha News Odisha Police Police
Advertisment
Advertisment