Advertisment

Panchayat By-Elections Postponed: ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ, ଜୁନ ୨୩ରେ ନୁହେଁ...

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ସଅଳ ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ । ଜୁନ୍‌ ୨୩ରେ ଉପନିର୍ବାଚନ ନେଇ ଘୋଷଣା ହୋଇଥିଲା ।

author-image
Namita Biswal
ଅଦ୍ୟତନ ହୋଇଛି
Panchayat By-Elections

Panchayat By-Elections

ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ । ସଅଳ ମୌସୁମୀ ଆସୁଥିବାରୁ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଛନ୍ତି । ଜୁନ୍‌ ୨୩ ତାରିଖରେ ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇଥିଲା । ୧୧୩୧ଟି ଖାଲି ପଦ ପାଇଁ ହୋଇଥାଆନ୍ତା ଉପନିର୍ବାଚନ । ମୌସୁମୀ ଶେଷ ହେଲେ ପୁଣିଥରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି  ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । 

Advertisment

ଅଧିକ ପଢ଼ନ୍ତୁ: ଖୁସି ଖବର; ଏ ବର୍ଷ ହେବ କଲେଜ ଇଲେକ୍ସନ୍ !

ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଜୁନ ୨୩ରେ ୪୩ ପଞ୍ଚାୟତରେ ଉପନିର୍ବାଚନ ହୋଇଥାନ୍ତା । ୩ ଜିଲ୍ଲାର ୫ ପଞ୍ଚାୟତରେ ଜିଲ୍ଲା ପରିଷଦ ପାଇଁ ବି ଉପନିର୍ବାଚନ ହୋଇଥାନ୍ତା । ଏଥିସହ ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ସଭ୍ୟ ଓ ୨୭୨ ୱାର୍ଡସଭ୍ୟ ପାଇଁ ମଧ୍ୟ ଭୋଟ୍ ପଡିଥାନ୍ତା ।

ଜୁନ ୨୩ ତାରିଖରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଦିନ ୧ଟା ସରିଥାନ୍ତା । ଏଥିପାଇଁ ୨୬ରୁ ୩୧ ମେ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ ଏବଂ ଜୁନ୍ ୨୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା । 

Advertisment
Odisha Panchayat Polls Panchayat Election By Polls
Advertisment
Advertisment