/odishatv-khabar/media/media_files/2025/12/07/donkey-in-pakistan-parliament-2025-12-07-12-59-13.jpg)
Donkey In Pakistan Parliament Photograph: (OTV)
ଗଧ ଓ ପାକିସ୍ତାନ ମଧ୍ୟରେ ରହିଛି ଏକ ନିଆରା ସମ୍ପର୍କ। କେତେବେଳେ ଗଧ ବିକି ପାକିସ୍ତାନ ନିଜ ଋଣ ସୁଝେ। ତ କେତେବେଳେ ପାକ ଅର୍ଥନୀତିକୁ ଏ ନୀରିହ ଜୀବ ସହ ତୁଳନା କରାଯାଏ। ଯଦି ଗଧକୁ ପାକିସ୍ତାନ କେବେ ନିଜର ଜାତୀୟ ପଶୁ ବୋଲି ଘୋଷଣା କରେ ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବା କଥା ନୁହଁ। ତେବେ ଗଧ ଓ ପାକିସ୍ତାନର ଏହି ନିଆରା ସମ୍ପର୍କର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ଗଧ ପାକିସ୍ତାନ ସଂସଦରେ ଆତଙ୍କ ମଚାଉଥିବାର ଦେଖିବାକୁ ମିଳୁଛି ।
ଭିଡ଼ିଓରେ ଦେଖାଯାଉଛି ବିନା ବାଧାରେ ଗଧଟି ଦୌଡ଼ି ଦୌଡ଼ି ପାକ ସଂସଦ ଭିତରେ ପ୍ରବେଶ କରୁଛି। ଆଉ ସେଠାରେ ବସିଥିବା ସାଂସଦଙ୍କ ଉପରେ ଆକ୍ରମଣ କରୁଛି। ଆଉ ସେମାନଙ୍କୁ ଧକ୍କା ଦେଇ ତଳେ ଫୋପାଡ଼ି ଦେଉଛି। ଗଧଠୁ ବଞ୍ଚିବା ପାଇଁ ଜୀବନ ବିକଳରେ ଏଣେତେଣେ ଦୌଡ଼ୁଛନ୍ତି ସାଂସଦ। ପାର୍ଲଆମେଣ୍ଟରେ ଗୋଟିଏ ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ବିନ ବୁଲାଏ ମେହମାନ ଭଳି ଏଣ୍ଟ୍ରି ମାରିଛି ଗଧ।
ତେବେ ଏହି ଭିଡ଼ିଓଟି ଇଣ୍ଟରନେଟରେ ଭାଇରାଲ ହେବା ପରେ ୟୁଜର ଏନେଇ ନାନା ମଜାଳିଆ କମେଣ୍ଟ ଦେଉଛନ୍ତି। କିଏ କହୁଛନ୍ତି ଗଧଙ୍କ ପାର୍ଲାମଣ୍ଟ ଭିତରେ ଆଉ ଗୋଟିଏ ଗଧ ପ୍ରବେଶ କରିଛି। ଆଉ କିଏ କହୁଛନ୍ତି ଇଏ ଶାହବାଜ ସରିଫ, ତ ଆଉ କାହା ମତରେ ଗଧକୁ ନିଜ ପରିବାର କଥା ମନେ ପଡ଼ିଯିବାରୁ ଭେଟିବାକୁ ଆସିଛି। ତେବେ କିଛି ୟୁଜରଙ୍କୁ ଏହା ଏକ AI ଜେନେରେଟେଡ୍ ଭିଡ଼ିଓ ଭଳି ଲାଗୁଛି। ତେବେ ଭିଡିଓର ସତ୍ୟା ସତ୍ୟ ନେଇ ଏପର୍ଯ୍ୟନ୍ତ ପାକିସ୍ତାନ ତରଫରୁ ସରକାରୀ ନିଶ୍ଚିତକରଣ ଆସିନାହିଁ।
Another Twist in the Amar–Sejal Love Story: ଅମର-ସେଜଲ ପ୍ରେମ କାହାଣୀର ପୁଣି ଏକ ମୋଡ; ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍

Labour Card Scam: ଶ୍ରମ କାର୍ଡ କରାଇ ଦେବାକୁ ଘୁରି ବୁଲୁଛନ୍ତି ଏଜେଣ୍ଟ; ମାଗୁଛନ୍ତି ଟଙ୍କା

Soil Used in Road Work: ପି.ସି ପ୍ରବଳ, କାମ ଦୁର୍ବଳ... ଧାରଣାରେ ବସିଲେ ପୂର୍ବତନ ସାଂସଦ

Putin’s Royal Veg Menu: ଭାରତ ଆସି ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇଲେ ପୁଟିନ୍, ଜାଣନ୍ତୁ କ’ଣ ଖାଇଲେ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)