/odishatv-khabar/media/media_files/2025/11/11/pakistan-new-amendment-2025-11-11-14-34-13.jpg)
Pakistan-New-Amendment Photograph: (OTV)
ପାକିସ୍ତାନ ତା'ର ଇତିହାସର ସବୁଠାରୁ ବଡ଼ ସାମ୍ବିଧାନିକ ସଂଶୋଧନ ମଧ୍ୟରୁ ଗୋଟିଏ କାର୍ଯ୍ୟକାରୀ କରିବାକୁ ଯାଉଛି। ପାକିସ୍ତାନରେ ୨୭ତମ ସାମ୍ବିଧାନିକ ସଂଶୋଧନ ଉପରେ ସଂସଦୀୟ କମିଟିର ରିପୋର୍ଟ ଗତକାଲି ସଂସଦରେ ଉପସ୍ଥାପିତ ହୋଇଛି।
ଏହା ଉପରେ ବିତର୍କ ପରେ, ଏହି ସମ୍ବିଧାନ ସଂଶୋଧନ ବିଲ୍ ଉପରେ ସିନେଟରେ ଭୋଟ୍ ଦିଆଯିବ ଏବଂ ତା’ପରେ ଏହା ଉପରେ ଲୋକସଭାରେ ଭୋଟ୍ ହେବ। ତେବେ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଅଧିକ ଶକ୍ତିଶାଳୀ କରାଯାଉଥିବାରୁ ଏହି ସାମ୍ବିଧାନିକ ସଂଶୋଧନ ବିଲ୍କୁ ପାକିସ୍ତାନ ଭିତରେ ହିଁ ବିରୋଧ କରାଯାଉଛି।
ତାଙ୍କ ପାଇଁ ଏକ ନୂଆ ଏବଂ ଶକ୍ତିଶାଳୀ ପଦବୀ, ପ୍ରତିରକ୍ଷା ବାହିନୀ ମୁଖ୍ୟ ବା CDF ସୃଷ୍ଟି କରାଯାଉଛି। ଯାହା ଫଳରେ ମୁନିର୍ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ନେତୃତ୍ୱ ନେବେ। ଏହି ନିୟମ ଲାଗୁହେଲେ ପାକିସ୍ତାନରେ ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ପଦବୀ ଉଚ୍ଛେଦ କରାଯିବ। ଏହି ପଦବୀ ବର୍ତ୍ତମାନ ପାକିସ୍ତାନ ଜେନେରାଲ ସାହିର ଶମଶାଦ ମିର୍ଜାଙ୍କ ପାଖରେ ଅଛି, ଯାହାଙ୍କ କାର୍ଯ୍ୟକାଳ ନଭେମ୍ବର ୨୭ ତାରିଖରେ ଶେଷ ହେଉଛି।
ପାକିସ୍ତାନ ଆଇନ ମନ୍ତ୍ରୀ ଆଜମ ନାଜିର ତାରର ସଂସଦରେ କହିଛନ୍ତି, ଏହି ପଦବୀ ପାଇଁ କୌଣସି ନୂଆ ନିଯୁକ୍ତି ଆବଶ୍ୟକ ହେବ ନାହିଁ, କାରଣ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ବ୍ୟକ୍ତିଗତ ଭାବରେ ଏହି ଦାୟିତ୍ୱ ଗ୍ରହଣ କରିବେ। ସରଳ ଭାଷାରେ କହିବାକୁ ଗଲେ, ଜେନେରାଲ ମୁନିର ଏବେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବେ।
ଏହି ନୀତି ଗୋଟିଏ ପଟେ ସେନାକୁ ସଶକ୍ତ କରୁଥିବା ବେଳେ, ଅନ୍ୟପଟେ ପାକିସ୍ତାନର ସୁପ୍ରିମକୋର୍ଟକୁ ଦୁର୍ବଳ କରୁଥିବା ସ୍ପଷ୍ଟ ବାରିହେଉଛି। ସୁପ୍ରିମକୋର୍ଟଠାରୁ ପୃଥକ ଏକ ସଂଘୀୟ ସାମ୍ବିଧାନିକ ଅଦାଲତ ପ୍ରତିଷ୍ଠା କରାଯାଉଛି। ଏନେଇ ପାକିସ୍ତାନ ବିରୋଧୀ ଦଳଗୁଡ଼ିକ ଶେହବାଜ ସରିଫ ସରକାରଙ୍କ ଏହି ପ୍ରୟାସ ବିରୁଦ୍ଧରେ ଏକାଠି ହୋଇଛନ୍ତି ଏବଂ ଦେଶବ୍ୟାପୀ ପ୍ରତିବାଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
PAN Card Misuse Alert: ଆଉ କେହି ବ୍ୟବହାର କରୁନି ତ ଆପଣଙ୍କ PAN? କିପରି ଜାଣିବେ?

Delhi Blast: ଦିଲ୍ଲୀ ବିସ୍ଫୋରଣ: ସକାଳ ୮ଟା ୪ରେ ଦିଲ୍ଲୀରେ ପ୍ରବେଶ କରିଥିଲା ସନ୍ଦିଗ୍ଧ, ତା’ପରେ....

ISI Agent Caught Trying to Steal Sensitive Data: ପାକିସ୍ତାନ ଟାର୍ଗେଟରେ S-400 ମିସାଇଲ୍ ସିଷ୍ଟମ୍, ତଥ୍ୟ ଚୋରି କରିବାକୁ ISI ପଠାଇଥିଲା ଗୁପ୍ତଚର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)