Advertisment

Multiple Explosions At Frontier Corps: ଆତ୍ମଘାତୀ ବିସ୍ଫୋରଣ ସହ ଆଖିବୁହା ଗୁଳିମାଡ: ଏକାଧିକ ସୈନିକ ମୃତ

ପାକିସ୍ତାନର ପେଶାୱରରେ ଆତ୍ମଘାତୀ ବିସ୍ଫୋରଣ ହୋଇ ୩ ଜଣ ସୈନିକ ମୃତ ହୋଇଛନ୍ତି। ୨ଟି ଆତ୍ମଘାତୀ ବିସ୍ଫୋରଣ ସହ ଆଖିବୁଜା ଗୁଳିମାଡ଼ କରିଛନ୍ତି ଏକାଧିକ ବିସ୍ଫୋରଣକାରୀ।

author-image
Chinmayee Sahoo
Pakistan

Pakistan Photograph: (OTV)

ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ପାକିସ୍ତାନର ଉତ୍ତର-ପଶ୍ଚିମ ସହର ପେଶାୱରରେ ଏକ ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟ ଉପରେ ବନ୍ଧୁକଧାରୀମାନେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି କମ୍ପ୍ଲେକ୍ସ ଉପରକୁ ଦୁଇଜଣ ଆତ୍ମଘାତୀ ବିସ୍ଫୋରଣକାରୀ ଆକ୍ରମଣ କରିବା ଫଳରେ ତିନି ସୈନିକଙ୍କର ମୃତ୍ୟୁ ହୋଇଛି।
ଦୁଇ ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ପ୍ରଥମେ ଜଣେ କମ୍ପ୍ଲେକ୍ସର ମୁଖ୍ୟ ପ୍ରବେଶ ଦ୍ୱାରରେ ଆକ୍ରମଣ କରିଥିଲେ ଏବଂ ଅନ୍ୟ ଜଣେ କମ୍ପ୍ଳେକ୍ସ ଭିତରେ ପ୍ରବେଶ କରିଥିଲେ। ୨ଟି ଆତ୍ମଘାତୀ ବିସ୍ଫୋରଣ ସହ ଆଖିବୁଜା ଗୁଳିମାଡ଼ କରିଛନ୍ତି ବିସ୍ଫୋରଣକାରୀ।
ସେନା ଏବଂ ପୋଲିସ ସମେତ ଆଇନ ପ୍ରବର୍ତ୍ତନକାରୀ କର୍ମଚାରୀମାନେ ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ କରାଯାଉଛି। ମୁଖ୍ୟାଳୟ ଭିତରେ କିଛି ଆତଙ୍କବାଦୀ ଥିବାର ଅନୁମାନ କରାଯାଉଛି। ମୁଖ୍ୟାଳୟ ଦେଇ ଯାଇଥିବା ରାସ୍ତାକୁ ଯାତାୟାତ ପାଇଁ ବନ୍ଦ କରିଦିଆଯାଇଛି।

Advertisment
Pakistan
Advertisment
Related Articles
Advertisment