/odishatv-khabar/media/media_files/2025/12/11/pak-army-general-2025-12-11-12-04-00.jpg)
Pak-Army-General Photograph: (OTV)
ମୁନୀର୍ଙ୍କ ଗେହ୍ଲା ଅଫିସରଙ୍କ ଅଭଦ୍ରାମୀର ଦୃଶ୍ୟ । ଏହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପାକ୍ ଲେଫ୍ଟନାଣ୍ଟ ଜେନେରାଲ ତଥା ସେନା ପ୍ରବକ୍ତା ଅହମ୍ମଦ ସରିଫ୍ ଚୌଧୁରୀ ଜଣେ ସାମ୍ବାଦିକାଙ୍କୁ ଆଖି ମାରୁଥିବାର ଦେଖାଯାଉଛି ।
ଚାଲିଥିଲା ପାକ୍ ସେନାର ପ୍ରେସ୍ କନଫରେନ୍ସ । ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଥିଲେ ସାମ୍ବାଦିକ । ଏହି ସମୟରେ ଜଣେ ମହିଳା ରିପୋର୍ଟର ଅବସା କୋମଲ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ସହ ଜଡିତ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ଇମ୍ରାନ ଖାନ୍ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ, ରାଷ୍ଟ୍ରବିରୋଧୀ, ଭାରତ ଇସାରାରେ କାମ କରୁଥିବା ଭଳି ଯେଉଁସବୁ ଅଭିଯୋଗ ରହିଛି ତା' ଉପରେ ପଚାରିଥିଲେ ସାମ୍ବାଦିକା ଜଣକ ।
ନିଆଁ ଭଳି ଭାଇରାଲ
ଏହାର ଜବାବରେ ମୁରୁକି ହସି ସାମ୍ବାଦିକାଙ୍କୁ ଆଖି ମାରିଥିଲେ ଅହମ୍ମଦ ଚୌଧୁରୀ । ଯାହାର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ଅହମ୍ମଦ ଚୌଧୁରୀ, ଇମ୍ରାନ ଖାନଙ୍କୁ ମାନସିକ ରୋଗୀ କହି ଥଟ୍ଟା କରିବା ସହ ସାମ୍ବାଦିକାଙ୍କୁ ଆଖି ମାରୁଥିବାର ଦେଖିବାକୁ ମିଳୁଛି । ସମସ୍ତଙ୍କ ସାମ୍ନାରେ ପାକ୍ ଲେଫ୍ଟନାଣ୍ଟ ଜେନେରାଲଙ୍କ ଏପରି ଅସଭ୍ୟ ଆଚରଣକୁ କଡା ଭର୍ତ୍ସନା କରିଛନ୍ତି ସୋସିଆଲ ମିଡିଆ ୟୁଜର । ଜଣେ ଲେଖିଛନ୍ତି, 'ପାକିସ୍ତାନୀ ସେନା କେତେ ଅସଭ୍ୟ ତାହା ଏଥିରୁ ଜଣାପଡୁଛି ।' 'ବର୍ଦ୍ଦି ପିନ୍ଧି କେହି କେମିତି ସମସ୍ତଙ୍କ ସାମ୍ନାରେ ଆଖି ମାରିପାରିବ ?'
ଅହମ୍ମଦ ସରିଫ୍ ଚୌଧୁରୀ ପାକିସ୍ତାନ ଇଣ୍ଟର-ସର୍ଭିସ ପବ୍ଲିକ ରିଲେସନର ଡିଜି ଅଛନ୍ତି । ତାଙ୍କର ପାରିବାରିକ ପୃଷ୍ଠଭୂମି ପୂର୍ବରୁ ବିବାଦୀୟ ରହିଛି । ତାଙ୍କର ବାପା ହେଲେ ଆତଙ୍କବାଦୀ ଓସମା ବିନ୍ ଲାଡେନର ସହଯୋଗୀ ସୁଲତାନ ବସିରୁଦ୍ଦିନ ମହମ୍ମଦ । ଚୌଧୁରୀ ଅନେକ ସମୟରେ ଭାରତ ବିରୋଧୀ ବୟାନ ଓ ଇମ୍ରାନ ଖାନ୍ଙ୍କୁ ଭର୍ତ୍ସନା କରିବାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହି ପ୍ରସଙ୍ଗରେ ପାକିସ୍ତାନୀ ଅଧିକାରୀଙ୍କ ଅହଙ୍କାର ପଦାରେ ପଡିଯାଇଛି ।
Love Turns Deadly: ନାବାଳିକା ପ୍ରେମିକା ସାଜିଲା ରାକ୍ଷସୀ, ପାହାଡ଼ ଉପରେ ପ୍ରେମିକର ନେଲା ଜୀବନ

Shocking Negligence: ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ, ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

Horrific Ragging: ଡ୍ରଗ୍ସ ଖାଇଲେନି ବୋଲି ନିସ୍ତୁକ ପିଟିଲେ, ଛାତ୍ରଙ୍କୁ ପିଆଇଲେ ଶୌଚାଳୟ ପାଣି

Pakistan’s Possible Breakup: ଦୁଇ ଭାଗ ହେବ ପାକିସ୍ତାନ; ଅଲଗା ହୋଇ ଗଢାହେବ ‘ସିନ୍ଧୁଦେଶ’

When Digital Specs Expose History: ଅତୀତ କହୁଛି ଡିଜିଟାଲ ଚଷମା, ଜାଣିଲେ ଭୟ କରିବେ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)