/odishatv-khabar/media/media_files/2025/11/25/air-strike-2025-11-25-12-05-57.jpg)
Air Strike Photograph: (OTV)
ପେଶାୱରରେ ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟରେ ଆତ୍ମଘାତୀ ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ପରେ ମଙ୍ଗଳବାର ଦିନ ପାକିସ୍ତାନ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ ଓ ବୋମା ମାଡ଼ କରିଛି। ଏଥିରେ ୯ ଜଣ ଶିଶୁଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି।
ତାଲିବାନ କହିଛି ଯେ ଖୋଷ୍ଟ ପ୍ରଦେଶର ଗୁରବୁଜ ଜିଲ୍ଲାରେ ପାକିସ୍ତାନ ଦ୍ୱାରା ମଧ୍ୟରାତ୍ରିରେ ହୋଇଥିବା ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କରାଯାଇଥିଲା। ଯେଉଁଥିରେ ନଅ ଜଣ ପିଲା (ପାଞ୍ଚ ପୁଅ ଏବଂ ଚାରି ଝିଅ) ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ କୁନାର ଏବଂ ପାକଟିକାରେ ଏୟାର ଷ୍ଟ୍ରାଇକ୍ ମଧ୍ୟ କରାଯାଇଥିଲା।
ପାକିସ୍ତାନ ଏହି ଆକ୍ରମଣ ସମ୍ପର୍କରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଗତ କିଛି ସପ୍ତାହ ମଧ୍ୟରେ, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଆଫଗାନିସ୍ତାନ ବିରୁଦ୍ଧରେ ଯୁଦ୍ଧପ୍ରବଣ ରଣନୀତି ଆପଣାଇଛନ୍ତି। ଏହି ମାସର ଆରମ୍ଭରେ ଆସିଫ୍ ଚେତାବନୀ ଦେଇଥିଲେ ଯେ ଯଦି ଶାନ୍ତି ଆଲୋଚନା ବିଫଳ ହୁଏ, ତେବେ ଇସଲାମାବାଦ ଆଫଗାନିସ୍ତାନ ସହିତ ଖୋଲା ଯୁଦ୍ଧ କରିବ।
ଗତ କାଲି ପାକିସ୍ତାନର ପେଶାୱରରେ ଥିବା ଅର୍ଦ୍ଧସାମରିକ ବାହିନୀର ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୩ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା।
BJD Leader Debasish Samantaray: ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ସୁପ୍ରିମୋ ନବୀନଙ୍କୁ ପଠାଇଲେ ଇସ୍ତଫାପତ୍ର

Ethiopia volcano eruption: ଭାରତ ମୁହାଁ ବଡ ବିପଦ: ମାଡି ଆସୁଛି ଇଥିଓପିଆ ଭୋଲକାନୋ

Paddy Procurement: ଆଜିଠୁ ରାଜ୍ୟରେ ଧାନ କିଣା, ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

Ayodhya’s Shri Ram Mandir: ଉଡ଼ିବ ଧ୍ବର୍ମଧ୍ବଜା; ଶ୍ରୀରାମଙ୍କ ପ୍ରତିଭା ଏବଂ ବୀରତ୍ୱର ପ୍ରତୀକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)