ପ୍ରଥମ ୭ ଦିନରେ ଶୂନ୍, ଆଉ ଶେଷ ଦିନରେ ୧୩ ପ୍ରାର୍ଥିପତ୍ର ଦାଖଲ ପାଇଁ ପୁରା ଛକାପଞ୍ଝା ସ୍ଥିତି । ଜଣେ ପ୍ରାର୍ଥୀ ନୋମିନେସନ୍ ରୁମ୍ରୁ ନବାହାରୁଣୁ ପଛରେ ଆଉ ଜଣେ ହାଜର ।
ପଦ୍ମପୁର ଭୋଟ୍ ପାଇଁ ସବୁ ଦଳର ଫୋକସରେ ଚାଷୀ । ସେମାନଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇଥିବାରୁ ଶ୍ରେୟ ନେବାକୁ ବିଜେଡି-ବିଜେପି ମଧ୍ୟରେ ଚାଲିଛି ପ୍ରତିଯୋଗିତା ।
ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବୀମା ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀଙ୍କୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରି ପ୍ରଦାନ କରିବା, ପ୍ରିମିୟମ୍ ରେଟ୍ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଦର୍ଶାଇଛନ୍ତି ତୋମାର ।
ସବୁ ଦଳ ମୈଦାନକୁ ନିଜ ନିଜର ଯୋଦ୍ଧା ଓହ୍ଲାଇଛନ୍ତି । ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତା’ପରେ ଜୋରଦାର ହେବ ପ୍ରଚାର ।
ରାଜ୍ୟ ସରକାର ନିୟମ ପାଳନ କରିନଥିବାରୁ ବୀମା ମିଳିବାରେ ଡେରି
କେଉଁ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଇନପୁଟ୍ ସବ୍ସିଡି ଘୋଷଣା କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।
କେନ୍ଦ୍ର କୃଷିମନ୍ତ୍ରୀ ତୋମାରଙ୍କୁ ଭେଟିଲେ ଧର୍ମେନ୍ଦ୍ର ।
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ନବୀନଙ୍କ ପ୍ରତିଶ୍ରୁତି । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି ।
ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ରିପୋର୍ଟ ଆସିନି, ମରୁଡ଼ି ଘୋଷଣା କଲେ କେମିତି ?
୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ନବୀନ ବିଧିବଦ୍ଧ ଘୋଷଣା କରି ନାହାନ୍ତି।
ଫସଲ ବୀମା ରାଶି କ୍ଲେମ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୨ଶହ କୋଟିର ଇନପୁଟ୍ ସବ୍ସିଡି ଘୋଷଣା କଲେ ନବୀନ ।
ବିଜେପି ପ୍ରାର୍ଥୀ ଗତକାଲି ପାଟ ପଟୁଆରରେ ଉପଜିଲ୍ଲାପାଳଙ୍କ ଅଫିସ୍ ନିକଟକୁ ଯାଇ ନାମାଙ୍କନ ନଭରିବା ନେଇ ତେଜିଛି ରାଜନୀତି।
ବହୁ ଚର୍ଚ୍ଚା, ଆଲୋଚନା, ବିଚାର ବିମର୍ଷ ପରେ ଶେଷରେ ବିଜେଡି ଘୋଷଣା କରିଛି ଏହାର ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ । ଭରସା କରିଛି ବରିହା ପରିବାର ଉପରେ । କୌଣସି ରିସ୍କ ନନେଇ ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ଟିକଟ୍ ଦେଇଛି ଦଳ । ଜଣେ ଉଚ୍ଚ ଶିକ୍ଷିତା ତଥା ଯୁବ ଚେହେରାଙ୍କୁ ସାମ୍ନାକୁ ଆଣିଛି ବିଜେଡି ।
ଭୋଟ୍ବେଳରେ ଧାରଣା ଟେନସନ୍ । ଗୋଟେପଟେ ଚାଷୀ ତ ଅନ୍ୟପଟେ କ୍ରିୟାନୁଷ୍ଠାନ କମିଟି । ଚାଷୀଙ୍କ ଦାବି ପଦ୍ମପୁରକୁ ସ୍ୱତନ୍ତ୍ର ପ୍ୟାକେଜ୍ । ବୁଦ୍ଧିଜୀବୀଙ୍କ ଡିମାଣ୍ଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଦଳଙ୍କ ତଣ୍ଟିରେ କଣ୍ଟା ସାଜିଛି ଚାଷୀ ଆନ୍ଦୋଳନ ଓ ଜିଲ୍ଲା ମାନ୍ୟତା ଦାବି । ଦୁଇଟି ଯାକ ନ୍ୟାର୍ଯ୍ୟ ଦାବିକୁ ନେଇ ଛାନିଆ ରାଜନୈତିକ ଦଳ । ଆଶଙ୍କା-ଆନ୍ଦୋଳନ ପ୍ରଶମିତ ନହେଲେ ଓଲଟ ପାଲଟ ହୋଇଯିବ କି ଫଳାଫଳ ? ଅନ୍ୟ ଦଳ ଆଡ଼କୁ ଆଉଜି ଯିବନି ତ ଜନମତ ?
ସ୍ୱର୍ଗତ ବିଜୟରଞ୍ଜନଙ୍କ ବଡ଼ଝିଅ ବର୍ଷାଙ୍କୁ ପଦ୍ମପୁର ପ୍ରାର୍ଥୀ କଲା ବିଜେଡି । ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧରେ ପ୍ରଦୀପ ଭରିଲେନି ପ୍ରାର୍ଥୀପତ୍ର ।
ଡିସେମ୍ବର ୫ ତାରିଖରେ ପଦ୍ମପୁର ପାଇଁ ହେବ ଉପନିର୍ବାଚନ, ୮ ତାରିଖରେ ହେବ ଗଣତି ।
ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କ ନାଁକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ଦୁଇ ଝିଅଙ୍କ ନାଁ ସାମ୍ନାକୁୁ ଆସିଛି ।
ବରିହା ପରିବାରକୁ ଟିକଟ ଦାବି କଲା ବିଂଝାଲ ସମାଜ । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ରାଜନୀତି ।
ପଦ୍ମପୁର ଉପନିର୍ବାଚନକୁ ନେଇ ବିଜେଡିରେ ଅଙ୍କ ଛିଡିପାରିନି।
ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି
ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି।
ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେରୁ ସତ୍ୟଭୂଷଣ ସାହୁ ହେଲେ ପଦ୍ମପୁର ଯୋଦ୍ଧା । ବିଜେଡିରେ ଏଯାଏଁ କିନ୍ତୁ କିଏ ହେବ ପ୍ରାର୍ଥୀ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି
AICC ପକ୍ଷରୁ ପ୍ରେସ ରିଲିଜ ଯୋଗେ ପ୍ରାର୍ଥୀ ଘୋଷଣା କରାଯାଇଛି।