Advertisment

ପଦ୍ମପୁରରେ କାମ ଦେଲାନି ବିଜେପିର ଧାମନଗର ଫର୍ମୁଲା ! ବାଜି ମାରିନେଲେ ବର୍ଷା

ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ

author-image
Prangyan Parimita
ଅଦ୍ୟତନ ହୋଇଛି
Barsha Singh Bariha

Barsha Singh Bariha

ପଦ୍ମପୁରରେ କାମ ଦେଲା ନବୀନ୍‌ ମ୍ୟାଜିକ୍‌ । ବିଜେପିର ଧାମନଗର ଫର୍ମୁଲା ପଦ୍ମପୁରରେ କାମ ଦେଲାନି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ବର୍ଷା ସିଂ ବରିହାଙ୍କ ହାତକୁ ଯାଇଛି ୪୨ ହଜାରରୁ ଅଧିକ ଭୋଟ୍‌ । ୨୩ ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ ୧, ୧୯, ୫୧୨ ଭୋଟ ମିଳିଛି । ପଦ୍ମପୁରରେ ତ୍ରିମୁଖୀ ଲଢ଼େଇରେ ପୁଣି ଥରେ ଗଡ଼ ବଜାୟ ରଖିବାରେ ସଫଳ ହୋଇଛି ଶାସକ ବିଜେଡ଼ି । ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଆଗୁଆ ରହି ପୁଣି ନିଜର ଦବଦବା ଜାହିର କରିଛି । ଗଣତି ଆରମ୍ଭରୁ ହିଁ ବଢ଼ିଚାଲିଥିଲା ବିଜେଡି ଆଉ ଢ଼େର୍‌ ପଛରେ ପଡ଼ିଥିଲା ବିଜେପି । ଧାମନଗରର ସାମାନ୍ୟତମ ପ୍ରଭାବ ପଦ୍ମପୁରରେ ଦେଖିବାକୁ ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବରେ କୌଣସି ଘୋଷଣା ହୋଇନଥିଲେ ହେଁ ବିଜେଡି ଜିତିବା ସ୍ପଷ୍ଟ ହୋଇଛି ।

Advertisment

ସେପଟେ ପଦ୍ମପୁର ନିର୍ବାଚନରେ ପରାଜିତ ହୋଇଥିଲେ ସୁଦ୍ଧା ନିଜ ଭୋଟ ବଜାୟ ରଖିଛି ବିଜେପି । ଗତ ୨୦୧୯ରେ ଯେତିକି ଭୋଟ ପାଇଥିଲା, ଏଥର ବି ବିଜେପି ହାତକୁ ଯାଇଛି ସେତିକି । ୨୦୧୯ରେ ପ୍ରଦୀପ ପୁରୋହିତ ପାଇଥିଲେ ୭୭, ୫୬୫ ଭୋଟ ଆଉ ଏଥର ପ୍ରଦୀପ ପାଇଛନ୍ତି ମୋଟ ୭୭, ୫୪୧ ଖଣ୍ଡ ଭୋଟ ।

ବିଜେଡି ଜିତିବାର ପ୍ରମୁଖ କାରଣ

୧. ମୁଖ୍ୟମନ୍ତ୍ରୀ ମଇଦାନକୁ ଓହ୍ଲାଇବା

୨. ଦଳ ଧାମନଗର ତ୍ରୁଟି ସୁଧାରିଲା

୩. ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଗ୍ରାଉଣ୍ଡରେ ରହି ମଙ୍ଗ ଧରିଲେ

୪. ପ୍ରତିଶ୍ରୁତିରେ ପୋତି ପକାଇଲା ଦଳ

୫. ସମସ୍ତ ୩୧୯ ବୁଥ୍ ପାଇଁ ଷ୍ଟ୍ରାଟେଜି କରିଥିଲା ଦଳ

୬. କଂଗ୍ରେସ ଭୋଟ୍ ବିଜେଡି ଆଡ଼କୁ ଟାଣିବା

୭. ଘରକୁ ଘର ଓ ଭୋଟରଙ୍କୁ ଟଚ୍ କଲା ବିଜେଡି

ବିଜେପି ହାରିବାର ପ୍ରମୁଖ କାରଣ

୧. ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ

୨. ଷ୍ଟ୍ରାଟେଜି ଠିକ୍ ନଥିଲା

୩. ଗ୍ରାଉଣ୍ଡରେ ସଠିକ୍ ଭାବେ ନିର୍ବାଚନ ପରିଚାଳନା ହେଉନଥିଲା

୪. ପଲିଟିକାଲ୍ ନ୍ୟାରେଟିଭ୍ ନଥିଲା

୫. ଦଳ ଭିତରେ ଅନ୍ତର୍ଘାତୀ କାମ ହୋଇଥାଇପାରେ

୬. କିଛି ନେତା ବସିଗଲେ, କାମ କଲେନି

ଗତ ଦୁଇଟି ସାଧାରଣ ନିର୍ବାଚନରେ ପଦ୍ମପୁରରେ ହେଉଥିଲା ଉନିଶ୍ ବିଶ୍‌ର ଲଢ଼େଇ । ୨୦୧୪ ନିର୍ବାଚନରେ ବିଜେପିରୁ ପ୍ରଦୀପ ପୁରୋହିତ ଓ ୨୦୧୯ରେ ବିଜେଡିରୁ ଦିବଂଗତ ବିଜୟ ରଂଜନ ସିଂ ବରିହା ପ୍ରାୟ ୫ ହଜାର ଭୋଟ୍‌ରେ ଜିତିଥିଲେ । ଆଉ ଏଥର ପଦ୍ମପୁର ଉପନିର୍ବାଚନରେ ହୋଇଥିବା ରେକର୍ଡ ମତଦାନ ଭିତରେ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ପୁଣି ପଦ୍ମପୁର ଗଡ଼ ହାସଲ କରିଛନ୍ତି ।

Advertisment
padmapur-bypoll
Advertisment
Advertisment