Advertisment

ଭୋଟ୍ ପାଇଁ ଭଣ୍ଡାର ମେଲା... ଆରମ୍ଭ ହେଲା ଟଙ୍କା ବଣ୍ଟା !

ଭୋଟ୍ ପାଇଁ ଭଣ୍ଡାର ମେଲା କରିଦେଲେ ସରକାର। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବାଣ୍ଟିଲେ ହଜାରେ ଲେଖାଏଁ ଟଙ୍କା। ଅନେକ ସ୍ଥାନରେ ହିତାଧିକାରୀଙ୍କୁ ଟଙ୍କା ଦେଇଛନ୍ତି ବିଜେଡି ନେତା। ରାଜ୍ୟରେ ପ୍ରାୟ ୯୫ ଲକ୍ଷ ପରିବାରକୁ ସହାୟତା ଦେବେ ସରକାର।

author-image
Tanmay Kumar Mahalik

ଭୋଟ୍ ପାଇଁ ଭଣ୍ଡାର ମେଲା କରିଦେଲେ ସରକାର। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବାଣ୍ଟିଲେ ହଜାରେ ଲେଖାଏଁ ଟଙ୍କା। ଅନେକ ସ୍ଥାନରେ ହିତାଧିକାରୀଙ୍କୁ ଟଙ୍କା ଦେଇଛନ୍ତି ବିଜେଡି ନେତା। ରାଜ୍ୟରେ ପ୍ରାୟ ୯୫ ଲକ୍ଷ ପରିବାରକୁ ସହାୟତା ଦେବେ ସରକାର। ଏ ବାବଦକୁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୨୩୭ କୋଟି ଟଙ୍କା। ଖାଲି ଖାଦ୍ୟ ସୁରକ୍ଷା ହିତାଧିକାରୀ ନୁହନ୍ତି, ମିଶନଶକ୍ତି ମହିଳାଙ୍କୁ ମଧ୍ୟ ମିଳିବ ହଜାରେ ଟଙ୍କା ଲେଖାଏଁ ୟୁନିଫର୍ମ ସହାୟତା। ସେହିପରି କଲେଜ ଛାତ୍ରଛାତ୍ରୀଙ୍କ ମେଧା ବୃତ୍ତି, ବେକାର ଯୁବକଯୁବତୀଙ୍କୁ ବିନା ସୁଧରେ ଲକ୍ଷେ ଟଙ୍କା ଋଣ, ବୁଣାକାରଙ୍କ ପେନସନ, କୃଷକ ସାଥୀ, ପାଚିକାଙ୍କ ଅର୍ଥରାଶି ବୃଦ୍ଧି କରିଛନ୍ତି ସରକାର। ମମତା ଯୋଜନା ସହାୟତା ବି ୫ ହଜାରରୁ ୧୦ ହଜାର ଟଙ୍କାକୁ ବଢ଼ା ଯାଇଛି।

Advertisment
Odisha Govt Opposition Families
Advertisment
Advertisment