/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753347902.jpg)
Suresh Pujari
ପିସିସି ସଭାପତିଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ବର୍ଷିଲା ବିଜେପି । ବିଧାନସଭାରେ ବିଜେଡି ସହ ମିଶି ବିଜେପି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରାଂ ହେବ । ଏଭଳି ଢଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ସେ ଆହୁରି କହିଛନ୍ତି, ବିରୋଧୀଙ୍କ ଅଧିକାର ଅଛି ସେମାନେ ଅନାସ୍ଥା ଆଣି ପାରିବେ । କିନ୍ତୁ ଟିକେ ହୋମ ୱାର୍କ କରିକି ଆସନ୍ତୁ । ବିଜେଡି କଂଗ୍ରେସ ୪୦ ବର୍ଷର ହିସାବ ନେଇକି ଆସନ୍ତୁ । ଆମେ ଗୋଟିଏ ବର୍ଷର ହିସାବ ଦେବୁ । ସେମାନେ ଲମ୍ବା ସମୟ ଧରି କଣ କରିଛନ୍ତି ଆମେ ବର୍ଷକରେ କଣ କରିଛୁ ତାହା ଜଣାପଡ଼ିବ ବୋଲି କହିଛନ୍ତି ସୁରେଶ ।
ଗତକାଲି ରାଜ୍ୟରେ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ପିସିସି ସଭାପତି ଭକ୍ତ ଦାସ ଆହ୍ବାନ ଦେଇଥିଲେ । ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତାର ସହ ଲଢ଼ୁଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣୁ ଓ ଏହାକୁ ଆମେ ସମର୍ଥନ ଦେବୁ ବୋଲି କହିଥିଲେ ଭକ୍ତ । ତା’ ସହ ସେ ଅହୁରି କହିଥିଲେ ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତାର ସହ ଲଢ଼ୁଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଆଣୁ ଅନାସ୍ଥା ପ୍ରସ୍ତାବ, ଆଉ ଏହାକୁ ଆମେ ସମର୍ଥନ ଦେବୁ ବୋଲି କହିଛନ୍ତି ଭକ୍ତ। ନଚେତ ଆମେ ଆଣିବୁ ଅନାସ୍ଥା ପ୍ରସ୍ତାବ, ବିଜେଡି ସମର୍ଥନ ଦେଉ ବୋଲି ଭକ୍ତ ସିଧା କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ସପେଟେ ଭକ୍ତଙ୍କ ଏହି ପ୍ରସ୍ତାବକୁ ନେଇ ପ୍ରତିକ୍ରିୟା ରଖିଥିଲା ବିଜେଡି । ଭକ୍ତଙ୍କ ଅନାସ୍ଥା ପ୍ରସ୍ତାବରେ ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ଜବାବ ଦେଇ କହିଛନ୍ତି, ଏ ପର୍ଯ୍ୟନ୍ତ ବିଧାନସଭାର କୌଣସି ନୋଟିଫିକେସନ ହୋଇନାହିଁ। ବିଜେଡି ମହିଳାମାନଙ୍କ ପାଇଁ ସର୍ବଦା ଲଢେଇ କରିଆସିଛି । ନାରୀ ନିର୍ଯାତନାକୁ ନିନ୍ଦା କରିଛି । ଆନ୍ଦୋଳନକୁ ଓହ୍ଲାଇଛି । ବିଜେଡି ରାଜ୍ୟର ବୃହତ୍ତମ ଦଳ ଭାବରେ, ନବୀନ ବାବୁଙ୍କ ନେତୃତ୍ୱରେ ମହିଳାଙ୍କ ହକ ପାଇଁ ଲଢେଇ କରିଛି । ବିଧାନସଭାର ଯେତେବେଳେ ନୋଟିଫିକେସନ ହେବ, ସେତେବେଳେ ବିଧାୟକ ଦଳ ବୈଠକ ପରେ ହିଁ ଅନାସ୍ଥା ପ୍ରସଙ୍ଗରେ ନିଷ୍ପତ୍ତି ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)