Advertisment

FM କଲେଜ ଅଘଟଣ: ଜୋର ଧରିଲା ରାଜନୀତି, ରାଜଧାନୀରେ କଂଗ୍ରେସ ଓ ବିଜେଡିର ହଲ୍ଲାବୋଲ

FM ଅଘଟଣକୁ ନେଇ ତେଜିଲା ରାଜନୀତି । ବିରୋଧୀ କଲେ ମୁଖ୍ୟ ମୁଦ୍ଦା । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଚାଲିଲା ହାଇଡ୍ରାମା । ବିଜେଡି ଛାତ୍ର ଓ ଯୁବ ଶାଖା, FM ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ହୋହଲ୍ଲା ନାରାବାଜି, ପୋଲିସ ସହ ଧସ୍ତାଧସ୍ତି ।

author-image
Tanmay Kumar Mahalik
FM College

FM College

ବାଲେଶ୍ବରରୁ ଭୁବନେଶ୍ବର । FM କଲେଜ୍ ଘଟଣାକୁ ନେଇ ଜୋର୍ ଧରିଲା ରାଜନୀତି । ବିରୋଧୀ ବିଜେଡି ଓ କଂଗ୍ରେସ୍ ଆଜି ରାଜଧାନୀ ଭୁବନେଶ୍ବରରେ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଉଦ୍ୟମ କରିଥିଲେ । ସେପଟେ ବିଜେପି କହିଛି, ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହା ରାଜନୀତି କରିବାର ସମୟ ନୁହେଁ ।

Advertisment

FM ଅଘଟଣକୁ ନେଇ ତେଜିଲା ରାଜନୀତି । ବିରୋଧୀ କଲେ ମୁଖ୍ୟ ମୁଦ୍ଦା । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଚାଲିଲା ହାଇଡ୍ରାମା । ବିଜେଡି ଛାତ୍ର ଓ ଯୁବ ଶାଖା, FM ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ହୋହଲ୍ଲା ନାରାବାଜି, ପୋଲିସ ସହ ଧସ୍ତାଧସ୍ତି । ପୀଡ଼ିତାଙ୍କ ବାରମ୍ବାର ଅଭିଯୋଗ ପରେ ବି କାହିଁକି ନ୍ୟାୟ ଦେବାରେ ସରକାର ବିଫଳ ହେଲେ ତାକୁ ନେଇ ଦଳ ପ୍ରଶ୍ନ ଉଠାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଘଟଣାକୁ ଅଭାବନୀୟ କହି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସେପଟେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଭୁବନେଶ୍ବର ବାସଭବନ ଘେରାଉ କରାଯାଇଥିଲା । କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସରକାରୀ ବାସଭବନ ଆଡ଼କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଯେଉଁଥିପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା । ଏ ପ୍ରସଙ୍ଗରେ କଂଗ୍ରେସ ଏକ ତଥ୍ୟ ଅନୁଧ୍ୟାନକାରୀ ଟିମ୍ ଗଠନ କରିଛି । ସେହିପରି ନବନିର୍ମାଣ ଯୁବ ଛାତ୍ର ସଂଗଠନ ଭୁବନେଶ୍ବରରେ ଉପମୁଖ୍ୟନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଘେରାଉ କରିଛି । ତେଣେ ବାଲେଶ୍ବରରେ AIDSO ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ଇସ୍ତଫା ଦାବି କରାଯାଇଛି ।

ଅନ୍ୟପଟେ ବିରୋଧୀ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଥିବା ପାଲଟା ଅଭିଯୋଗ କରିଛି ସରକାରୀ ଦଳ। ଛାତ୍ରୀଙ୍କ ପରିବାର ସହ ସରକାର ଅଛନ୍ତି । ଛାତ୍ରୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସେହିପରି କମିଟି କଲେଜରେ ପହଂଚି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତକୁ ଗିରଫ୍ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥଳରେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦିବା ହୀନ ରାଜନୀତିକୁ ଦର୍ଶାଉଛି ବୋଲି ଦଳ କହିଛି ।

Advertisment

ବିଧାନସଭା ତଥ୍ୟ ଅନୁଯାୟୀ ୨୦୨୦ରୁ ୨୦୨୫ ଫେବ୍ରୁଆରୀ ମଧ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୨ଟି ଆତ୍ମହତ୍ୟା ଜନିତ ଘଟଣା ଘଟିଛି । ନିର୍ଯାତନା, ମାନସିକ ଚାପ, ପ୍ରେମ ଜନିତ ସମ୍ପର୍କ ଏହାପଛର ମୁଖ୍ୟ କାରଣ । ତେବେ ଏଫଏମ୍ କଲେଜ ଅଘଟଣ ପରେ ଏପରି ଘଟଣାକୁ ରୋକିବାକୁ ସରକାର କି ପଦକ୍ଷେପ ନେଉଛନ୍ତି ତାଉପରେ ନଜର ।

Odisha CM Suicide Attempt Opposition Odisha Minister
Advertisment
Advertisment