/odishatv-khabar/media/media_files/2025/11/13/lady-terrorists-sahin-2025-11-13-09-06-21.jpg)
Lady-Terrorists-Sahin Photograph: (OTV)
ପାକିସ୍ତାନରୁ ମିଳୁଥିଲା ଅର୍ଡର୍ । ବିସ୍ଫୋରକ ଯୋଗାଡ କରୁଥିଲେ । ରାଇଫଲ୍, ପିସ୍ତଲ ଆଣି ରଖୁଥିଲେ । ଭାରତର ବିଭିନ୍ନ ସ୍ଥାନରେ ଆଟାକ୍ ପାଇଁ ଚାଲିଥିଲା ବଡ଼ ପ୍ଲାନ୍ । ସାମ୍ନାକୁ ଆସିଲା ମହିଳା ଆତଙ୍କବାଦୀ ଡାକ୍ତର ସାହିନ ସାହିଦର ପୁରା ଜନ୍ମକୁଣ୍ଡଳୀ । କେମିତି ଡାକ୍ତରରୁ ପାଲଟିଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ, କେମିତି ଭାରତରେ ଚଳାଇଥିଲା ମହିଳା ଆତଙ୍କବାଦୀ ୱିଙ୍ଗ୍, ଦିଲ୍ଲୀ ବ୍ଲାଷ୍ଟ ପରେ ଗୋଟି ଗୋଟି କରି ସବୁ ତଥ୍ୟ ଆସୁଛି ପଦାକୁ ।
ଭାରତରେ ଜୈସ୍-ଏ-ମହମ୍ମଦର ମହିଳା ୱିଙ୍ଗ୍ 'ଜମାତ-ଉଲ୍-ମୋମିନାତ'ର ଗଠନ ଦାୟିତ୍ୱ ମିଳିଥିଲା ସାହିନକୁ । ଏହି ଆତଙ୍କୀ ସଂଗଠନର ମୁଖ୍ୟ ମାସୁଦ ଆଝାରର ଭଉଣୀ ସାଦିଆ ଆଝାର । ଆଉ ସାହିନ୍ ଥିଲା ଭାରତରେ ଏହି ୱିଙ୍ଗ୍ ର ମହିଳା ହେଡ୍ । ମହିଳାମାନଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ କରୁଥିଲା । ଭାରତରେ ମହିଳା ଆତଙ୍କୀ ଗୋଷ୍ଠୀ ଗଠନ ଥିଲା ତା' ଲକ୍ଷ୍ୟ । ପାକିସ୍ତାନର ଆତଙ୍କୀ ମାସୁଦ ଆଝାର ସହ ସାହିନର ଥିଲା ଲିଙ୍କ୍ । ଆଉ ମାସୁଦର ଭଉଣୀ ସାଦିଆର ଅର୍ଡରରେ ସେ କାମ କରୁଥିଲା । ଫରିଦାବାଦରେ ଜେଇଏମ୍ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ୍ ହେବା ପରେ ଗିରଫ ହୋଇଥିଲା ସାହିନ୍ । ତା କାର୍ରୁ ଏକ ଆସଲ୍ଟ ରାଇଫଲ ମିଳିଥିଲା ।
ସାହିନ୍ର ଘର ଲକ୍ଷ୍ନୌରେ । ମହାରାଷ୍ଟ୍ରର ଜଫର୍ ହୟାତଙ୍କ ସହ ତାର ବିବାହ ହୋଇଥିଲା । ହେଲେ ୨୦୧୫ରେ ସ୍ୱାମୀଠୁ ଛାଡପତ୍ର ପରେ ଫରିଦାବାଦ ପଳାଇ ଆସିଥିଲା ସାହିନ୍ । ସେଠି ଡାକ୍ତର ମୁଜାମିଲ୍ ସହ ତାର ସମ୍ପର୍କ ବଢିଥିଲା । ତା'ପରେ ମାସୁଦର ଭଉଣୀ ସହ ସମ୍ପର୍କରେ ଆସିଥିଲା ସାହିନ୍ । ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ସାହିନ୍ ସମେତ ୫ ଜଣ ଆତଙ୍କୀ ଡାକ୍ତରଙ୍କ ମୁଖା ଖୋଲିଛି । ଏମାନେ ମିଶି ୨ ବର୍ଷ ହେଲା ଭାରତରେ ଆକ୍ରମଣ ପାଇଁ ପ୍ଲାନ୍ କରୁଥିବାର ପ୍ରମାଣ ମିଳିଛି ପୋଲିସକୁ ।
ତେବେ ଭାରତର ଲେଡି ଆତଙ୍କବାଦୀ କିଛି ନୂଆ ନୁହେଁ । ୧୯୯୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଥିଲା ଜଣେ ମହିଳା ଆତଙ୍କୀ । ଏଲଟିଟିଇର ଲେଡି ଆତଙ୍କୀ ଧନୁ । ସେ ଆତ୍ମଘାତୀ ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିଥିଲା ।
Most Wanted Car: ମିଳିଲା ନାଲି ରଙ୍ଗର କାର , ଫରିଦାବାଦରୁ ଜବତ କଲା ପୋଲିସ

Odisha Pahala Rasagola: ରସଗୋଲାକୁ ନେଇ ପୁଣି ପ୍ରଶଂସା ସାଉଁଟିଲା ଓଡ଼ିଶା , ପାହାଳ ରସଗୋଲା ଖାଇ ଖୁସିରେ ବିଭୋର କେନ୍ଦ୍ର କୃଷିମନ୍ତ୍ରୀ

Dharmendra: ମେଡିକାଲରୁ ଘରକୁ ଫେରିଲେ ହିମ୍ୟାନ, ଖୁସି ହୋଇଗଲେ ଫ୍ୟାନ୍ସ

Major Security Meeting: ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କୀ କାର୍ଯ୍ୟ ଘୋଷଣା , ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିଲା କ୍ୟାବିନେଟ୍ ବୈଠକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)