/odishatv-khabar/media/media_files/2025/11/13/champua-helpless-siblings-2025-11-13-10-02-57.jpg)
CHAMPUA-HELPLESS-SIBLINGS Photograph: (OTV)
ମାଆ ଚାଲି ଯାଇଥିଲା, ଏକମାତ୍ର ସାହାଭରଷା ବାପାକୁ ବି ଛଡାଇନେଲା ଦଇବ । ଆଉ ଦାୟିତ୍ୱର ପାହାଡ ଅଜାଡି ଦେଲା ଏଇ କୋମଳ କାନ୍ଧରେ । ଆକାଶ... ବୟସ ବେଶୀ ନୁହେଁ । ହେଲେ ଦାୟିତ୍ୱ ବଡ଼ । ଖେଳକୁଦ ବୟସରେ ତା' ଉପରେ ୩ କୁନି କୁନି ଭାଇଭଉଣୀଙ୍କର ବୋଝ । ଭିନ୍ନକ୍ଷମ ଭଉଣୀଙ୍କ ଦାୟିତ୍ୱ ନେବ, ସାନ ଭାଇକୁ ମଣିଷ କରିବ । ସେଥିପାଇଁ କେବେଠୁ ପାଠ ଛାଡିଦେଇଛି ସେ । ପର ଘରେ ମୂଲ ମଜୁରୀ ଲାଗୁଛି । ଏହି ୪ ଅସହାୟ ପିଲାଙ୍କ ଦୁଃଖ ଶୁଣିଲେ ଆପଣଙ୍କର ବି ହୃଦୟ କାନ୍ଦିବ ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଗୋଧୂଳି ଗାଁର କୁନି କୁନି ୪ ଅସହାୟ ପିଲା । ଦଇବ ଦାଉ ଯେମିତି ସାଧିଛି ଏମାନଙ୍କ ଉପରେ । ୩ ବର୍ଷ ତଳେ ଜନ୍ମକଲା ମାଆ କୁଆଡେ ଚାଲିଗଲା । ମୂଲ ମଜୁରୀ କରି ୪ ପିଲାଙ୍କୁ ପୋଷୁଥିଲେ ବାପା ପଟେଲ । ହେଲେ ସପ୍ତାହେ ହେବ ବାପା ବି ଆରପାରିରେ । ଆଉ ବାପା ଚାଲିଯିବା ପରେ ୩ ଭାଇଭଉଣୀଙ୍କ ଦାୟିତ୍ୱ ଏବେ ବଡ ପୁଅ ଆକାଶ କାନ୍ଧରେ । ସେ ମୂଲ ଲାଗିଲେ ଘର ଚଳୁଛି । ଆଉ ଏଇ ଭଙ୍ଗା ଝାଟି ମାଟି ଘରଟିଏ ହିଁ ଏହି ଅସହାୟ ୪ ପିଲାଙ୍କ ଆଶ୍ରୟ ।
ଆକାଶର ଦୁଇ ଭଉଣୀ ଲିତୁ ଓ ମିକି ଜନ୍ମରୁ ଭିନ୍ନକ୍ଷମ । ଜଣଙ୍କର ଦୁଇ ହାତ ଅର୍କମଣ୍ୟ ଥିବାବେଳେ ଲିତୁର କାନକୁ ଭଲରେ ଶୁଭେନି । ସାନ ଭାଇ ବିଷ୍ଣୁକୁ ମାତ୍ର ୬ ବର୍ଷ ବୟସ । ମାଆବାପାଙ୍କ ସ୍ନେହ କଣ ସେ ଜାଣିଲା ନାହିଁ । ବାପାମାଆ ଚାଲିଯିବା ପରେ ଏକା ହୋଇଯାଇଛନ୍ତି ଏହି ୪ ପିଲା । ଆକାଶ ହିଁ ନିଜ ଭାଇଭଉଣୀଙ୍କ ପାଇଁ ବାପା ଆଉ ମାଆ । ମାଆ ପରି ଯତ୍ନ ନେଉଛି ଆଉ ବାପା ପରି ଦୁଃଖ କଷ୍ଟ ସହି ସାହାରା ସାଜିଛି । ମୂଲ ଲାଗି ଦି' ମୁଠା ଦାନା ଯୋଗାଡ କରୁଛି । କିନ୍ତୁ କ'ଣ ଏମାନଙ୍କର ଭବିଷ୍ୟତ ? କେମିତି ଏତେ ବଡ ଦୁନିଆରେ ବଞ୍ଚିବେ ଏ ପିଲା ?
ପ୍ରଶାସନ ଏହି ୪ ଅସହାୟ ପିଲାଙ୍କ ପ୍ରତି ଦୃଷ୍ଟିଦେଇ ଥଇଥାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ବି ଏହି ଚାରି ପିଲାଙ୍କ ଥଇଥାନ ପାଇଁ ତୁରନ୍ତ ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି ।
Odisha Pahala Rasagola: ରସଗୋଲାକୁ ନେଇ ପୁଣି ପ୍ରଶଂସା ସାଉଁଟିଲା ଓଡ଼ିଶା , ପାହାଳ ରସଗୋଲା ଖାଇ ଖୁସିରେ ବିଭୋର କେନ୍ଦ୍ର କୃଷିମନ୍ତ୍ରୀ

Dharmendra: ମେଡିକାଲରୁ ଘରକୁ ଫେରିଲେ ହିମ୍ୟାନ, ଖୁସି ହୋଇଗଲେ ଫ୍ୟାନ୍ସ

Major Security Meeting: ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କୀ କାର୍ଯ୍ୟ ଘୋଷଣା , ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିଲା କ୍ୟାବିନେଟ୍ ବୈଠକ

Shehbaz Sharif Accuses: ଭୟରେ ବିଳିବିଳୋଉଛି ପାକିସ୍ତାନ , ଭାରତ କହିଲା ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)