Advertisment

Coronavirus: ଦେଶରେ ନୂଆବର୍ଷରୁ ନୂଆ ଗାଇଡଲାଇନ୍, ୫୦ ଦିନ ହେଲା ଅପଡେଟ୍ ହୋଇନି କୋଭିଡ୍ ପୋର୍ଟାଲ

ପୂର୍ବରୁ ଆମେରିକା, ଜାପାନ, ତାଇୱାନ ଓ ଇଟାଲି, 'ଜିରୋ କୋଭିଡ୍' ନୀତି ଆପଣାଇଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Covid Guidelines 2023

Covid 19

ବିଶେଷଜ୍ଞଙ୍କ ମତରେ ବିଶ୍ୱରେ ଖୁବଶୀଘ୍ର କରୋନା ର ଆଉ ଏକ ଲହର ଆସିବାକୁ ଯାଉଛି। ଚୀନରେ ଲଗାତର କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭାରତରେ ମହାମାରୀର ଆତଙ୍କ ବଢୁଛି। ଯାହାକୁ ଦେଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନୂଆବର୍ଷରୁ ଦେଶରେ କୋରୋନାର ନୂଆ ଗାଇଡଲାଇନ ଲାଗୁ ହେବାକୁ ଯାଉଛି। ୨୦୨୩ ଜାନୁଆରୀ ପହିଲାରୁ ଚୀନ ସମେତ ଏସିଆର ୫ଟି ଦେଶରୁ ଆସୁଥିବା ଲୋକଙ୍କ କୋଭିଡ୍ ପରୀକ୍ଷଣ ବାଧ୍ୟତାମୂଳକ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି।

Advertisment

ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି କହିଛନ୍ତି ଯେ, ଏସିଆର ୫ଟି ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କ କରୋନା ପରୀକ୍ଷା ବାଧ୍ୟତାମୂଳକ ହେବ। ଭାରତ ପହଞ୍ଚିବା ପୂର୍ବରୁ ସରକାରୀ ୱେବସାଇଟରେ ସେମାନଙ୍କ କୋଭିଡ୍ ରିପୋର୍ଟ ଅପଲୋଡ କରିବାକୁ ପଡିବ। ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟର ରେ ଲେଖିଛନ୍ତି, "୨୦୨୩ ଜାନୁଆରୀ ପହିଲାରୁ ଚୀନ, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯାତ୍ରା ପୂର୍ବରୁ ଯାତ୍ରୀଙ୍କୁ ସେମାନଙ୍କ ଟେଷ୍ଟ ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ପଡିବ।"

ଅଧିକ ପଢ଼ନ୍ତୁ: ବାରମ୍ବାର ଭ୍ୟାକ୍ସିନ୍‌ ନେଲେ ଗ୍ରହଣ କରିବନି ଶରୀର, କାମ କରିବା ବନ୍ଦ କରିଦେବ..

Advertisment

ବର୍ତ୍ତମାନର କୋଭିଡ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର, ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଆଣିଛନ୍ତି। ବିଶେଷ କରି ଚୀନ, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲାଣ୍ଡରେ କରୋନାର BF.7 ଭାରିଆଣ୍ଟ ସଂକ୍ରମଣ ବୃଦ୍ଧିକୁ ନେଇ ସରକାର ଚିନ୍ତାରେ ଅଛନ୍ତି। ତେବେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଏହି କୋଭିଡ୍ ଟେଷ୍ଟ ହୋଇଥିବା ଜରୁରୀ। ଏହା ବ୍ୟତୀତ ବିଦେଶରୁ ଆସୁଥିବା ୨ ପ୍ରତିଶତ ଯାତ୍ରୀଙ୍କର ରାଣ୍ଡମ୍ କୋଭିଡ୍ ଟେଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ପୂର୍ବରୁ ଆମେରିକା, ଜାପାନ, ତାଇୱାନ ଓ ଇଟାଲି, 'ଜିରୋ କୋଭିଡ୍' ନୀତି ଆପଣାଇଛନ୍ତି। ଏବେ ଭାରତ ମଧ୍ୟ ଚୀନରୁ ଆସୁଥିବା ଯାତ୍ରୀଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରି ସେହି ତାଲିକାରେ ସାମିଲ ହୋଇଯାଇଛି।

ସରକାରୀ ତଥ୍ୟାନୁସାରେ ଗତ ଦୁଇଦିନରେ ୬୦୦୦ରୁ ଊର୍ଦ୍ଧ୍ୱ ବିଦେଶ ଫେରନ୍ତାଙ୍କ କୋଭିଡ ଟେଷ୍ଟ କରାଯାଇଛି। ସେଥିରୁ ୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ ଗତ ୨୪ ଘଣ୍ଟାରେ ମୋଟ ୨୬୭ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଗୁରୁବାର ସୁଦ୍ଧା ଦେଶରେ ୨୫୫୨ଟି ସକ୍ରିୟ ମାମଲା ରହିଥିବା କେନ୍ଦ୍ର ସରକାରଙ୍କ ପୋର୍ଟାଲ କହୁଛି। ଅନ୍ୟପଟେ ରାଜ୍ୟ ସରକାର ଙ୍କ କୋଭିଡ ପୋର୍ଟାଲ https://statedashboard.odisha.gov.in/ ଗତ ନଭେମ୍ବର ୯ ତାରିଖ ପରଠାରୁ ଅପଡେଟ୍ ହୋଇନଥିବା ଦେଖିବାକୁ ମିଳିଛି। ମାସକରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟବାସୀ କୋଭିଡ ତଥ୍ୟରୁ ବଞ୍ଚିତ ହୋଇଛନ୍ତି।

Corona Omicron
Advertisment
Advertisment