/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661266319.jpg)
Odisha Citizens Award
ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡର ଦଶମ ସଂସ୍କରଣ ପାଇଁ ବସିଲା ପ୍ରଥମ ଜୁରୀ ବୈଠକ । ଓଡ଼ିଶା ଟେଲିଭିଜନ ନେଟ୍ଓ୍ୱର୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡର ଦଶମ ସଂସ୍କରଣ ପାଇଁ ଆଜି ବସିଥିଲା ପ୍ରଥମ ଜୁରି ବୈଠକ ।
କଳା ଓ ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମନୋରଂଜନ, ସମାଜ ସେବା, ବାଣିଜ୍ୟ, କ୍ରୀଡ଼ା ଓ ରାଜନୀତି । ଏପରି ୯ଟି ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ପ୍ରଦାନ କରାଯାଇଥାଏ । ଏସବୁ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିମାନଙ୍କ ସଂପର୍କରେ ଆଜିର ଜୁରି ବୈଠକରେ ଆଲୋଚନା କରାଯାଇ ପ୍ରତ୍ୟେକ ବର୍ଗରୁ ୪ ଜଣଙ୍କ ନାଁ ସର୍ଟଲିଷ୍ଟ କରାଯାଇଛି ।
ପରବର୍ତ୍ତୀ ବୈଠକରେ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ । ଅନ୍ଲାଇନ୍ ଭୋଟିଂ ଓ ଜୁରିଙ୍କ ମତାମତକୁ ନେଇ, ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ବିଜେତାଙ୍କ ନାଁ ଘୋଷଣା କରାଯିବ । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ବିଶେଷ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡର ମୂଳ ଉଦ୍ଦେଶ୍ୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)