Advertisment

Minor Immolation Case: ଚୁଡ଼ି ଓ ମୁଦି କହିବ ବଳଙ୍ଗା ନାବାଳିକା ପୋଡ଼ିର ସତ

ପିଡିତାଙ୍କ ବୟାନ ପୁଣି ଥରେ ରେକର୍ଡ କରିବା ପାଇଁ ପୋଲିସର ଏକ ସ୍ବତନ୍ତ୍ର ଟିମ ଦିଲ୍ଲୀ ଯିବ। ପିଡିତାର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ବୟାନ ରେକର୍ଡ କରିବ। ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ପୁରା ପରିବାର, ସାଙ୍ଗ ମାନଙ୍କୁ ପଚରା ଉଚୁରା କରି ସାରିଛି। ପିଡିତାଙ୍କ ସାଙ୍ଗରେ ଯାଇଥିବା ସାଙ୍ଗ କୁଆଡେ ଗଲା ?

author-image
Prasan Subudhi
ବଳଙ୍ଗା ପୋଡ଼ି

ବଳଙ୍ଗା ପୋଡ଼ି

ଚୁଡି ଓ ମୁଦି କହିବ ବଳଙ୍ଗା ନାବାଳିକା ପୋଡିର ସତ କଥା। ଘଟଣାସ୍ଥଳକୁ କେଉଁଠୁ ଆସିଲା ଚୁଡି ଓ ମୁଦି, କାହାର ଏ ଜିନିଷ ? ତିନି ଜଣ ଦୃବୃର୍ତ୍ତ ଥିଲେ ନା ଘଟଣା ପଛରେ ଆଉ କିଏ ? କାହିଁକି ଏ ପର୍ଯ୍ୟନ୍ତ ଦୃବୃର୍ତ୍ତ ପାଖରେ ପହଞ୍ଚି ପାରିନି ପୋଲିସ ? କିଏ ବୁଲାଉଛି ପୋଲିସକୁ ଭୁଆଁ ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।

Advertisment

ପୂରା ଘଟଣା ଏବେ କୁହେଳିକାମୟ ହୋଇ ଉଠିଛି। ଘଟଣା ଘଟିବାର ୩ ଦିନ ପରେ ବି ପୋଲିସର ହାତ ଖାଲି। ସିସିଟିଭି ଫୁଟେଜରୁ ମଧ୍ୟ ଦୃବୃର୍ତ୍ତଙ୍କ ପତ୍ତା ମିଳୁନାହିଁ। ପୋଲିସର ୩ଟି ଫୋର୍ସ ତଦନ୍ତ କରୁଛନ୍ତି। କ୍ରାଇମବ୍ରାଞ୍ଚର କିଛି ଅଧିକାରୀ ମଧ୍ୟ ପୋଲିସ ସହ ବଳଙ୍ଗା ଗାଁକୁ ଯାଇ ପରିବାର ଓ ଉଦ୍ଧାର କରିଥିବା ବ୍ୟକ୍ତି ଦୁଃଖୀଶ୍ୟାମଙ୍କୁ ପଚରାଉଚୁରା କରିଛନ୍ତି। ଘଟଣାସ୍ଥଳରୁ ଜବତ ହୋଇଥିବା ଚୁଡି ଓ ମୁଦି ପୀଡିତାଙ୍କର ନୁହେଁ ବୋଲି ପରିବାର ଲୋକ କହିବା ପରେ ଘଟଣାରେ ନୂଆ ମୋଡ ଦେଖାଦେଇଛି।

ପୋଲିସକୁ ମିଳିଥିବା ରୁପାମୁଦି କେଉଁ ଦୋକାନରୁ କିଣା ଯାଇଥିଲା ଓ କାହା ପାଇଁ କିଣା ଯାଇଥିଲା ତାର ତଦନ୍ତ ଚାଲିଛି। ପରିବାର ଲୋକଙ୍କ ବୟାନ ମେଳ ଖାଉନଥିବାରୁ ସେମାନଙ୍କୁ ବାରମ୍ବାର ପଚରା ଉଚୁରା କରାଯାଉଛି।

Advertisment

ପିଡିତାଙ୍କ ବୟାନ ପୁଣି ଥରେ ରେକର୍ଡ କରିବା ପାଇଁ ପୋଲିସର ଏକ ସ୍ବତନ୍ତ୍ର ଟିମ ଦିଲ୍ଲୀ ଯିବ। ପିଡିତାର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ବୟାନ ରେକର୍ଡ କରିବ। ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ପୁରା ପରିବାର, ସାଙ୍ଗ ମାନଙ୍କୁ ପଚରା ଉଚୁରା କରି ସାରିଛି। ପିଡିତାଙ୍କ ସାଙ୍ଗରେ ଯାଇଥିବା ସାଙ୍ଗ କୁଆଡେ ଗଲା ? ପିଡିତା ବହି ଫେରାଇବାକୁ ଯାଉଥିବା କଥା କ’ଣ ମିଛ ? କାରଣ ୨ବର୍ଷ ତଳୁ ପୀଡିତା ପାଠ ପଢା ଛାଡି ଦେଇଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନିଷ୍ଥାନ ନେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି।

ଘଟଣାରେ ୩ ଜଣ ଦୃବୃର୍ତ୍ତ ସମ୍ପୃକ୍ତ ଥିବା କଥାର ପ୍ରମାଣ ପୋଲିସ ଏପର୍ଯ୍ୟନ୍ତ ପାଇ ନାହିଁ। ପରିବାର ଲୋକଙ୍କ କଥାରେ ତାଳମେଳ ରହୁନାହିଁ। ଘଟଣାର ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମ ମଧ୍ୟ ଦୃବୃର୍ତ୍ତଙ୍କୁ ଦେଖି ନାହାନ୍ତି। କିଏ କାହିଁ ଓ କେଉଁଥିପାଇଁ ପୀଡିତାଙ୍କ ଉପରେ ଏଭଳି ଘଟଣା ଘଟାଇଲା ତାହା ଏବେ ବି ପୋଲିସ ପାଇଁ ରହସ୍ୟମୟ ହୋଇ ରହିଛି।

Murder Attempt On Girl Puri Mysterious Minor Girl
Advertisment
Advertisment