Advertisment

କୋରାପୁଟର ଶ୍ରାବଣ ଛତୁ: କିଲୋ ପିଛା ଦୁଇ ହଜାର ଛୁଇଁ ଥିଲେ ବି ପ୍ରବଳ ଚାହିଦା

ଶ୍ରାବଣ ମାସରୁ ଆରମ୍ଭ ହୋଇ ମାତ୍ର କିଛି ଦିନ ବଜାରରେ ମିଳୁଥିବାରୁ ଏହାର ଚାହିଦା ବି ଢେର ଅଧିକା। ବାଲି ଛତୁ କିଲୋ ୪ ଶହରୁ ୬ ଶହ ଥିଲା ବେଳେ ବଡ଼ା ଛତୁ କିଲୋ ପିଛା ହଜାରେ ଟଙ୍କା ଯାଏଁ ବିକ୍ରି ହେଉଛି।

author-image
Chandan Shishu
King of Mushrooms!

King of Mushrooms!

ପସରା ମେଲାଇଛି ଶ୍ରାବଣର ସ୍ବାଦ। ଦେଖିବାକୁ ଯେମିତି ମନଲୋଭା, ସ୍ବାଦ ବି ସେମିତି। କୁନି କୁନି, କିନ୍ତୁ ରୋଷେଇ ଘରର ପ୍ରମୁଖ ଅତିଥି। କୋରାପୁଟର ଛତୁ।ଛୋଟ ଫୁଲ ଭଳି ଥିବା ଏହି ଛତୁକୁ କହନ୍ତି ବାଲି ଛତୁ, ପଦ୍ମ କଢ଼ ଭଳି ଦିଶୁଥିବା ଶ୍ରାବଣ କଢ଼ ଆଉ ସାରୁ ଭଳି ଦେଖାଯାଉଥିବା ଏସବୁ ହେଉଛି ବଡ଼ା ଛତୁ। 

Advertisment

କେବଳ ଶ୍ରାବଣରେ ଏମାନେ କୋରାପୁଟର ଘଞ୍ଚ ଜଙ୍ଗଲ ଘେରା ଭୂଇଁରେ ଜନ୍ମ ନିଅନ୍ତି। ପାହାଡ଼ ପର୍ବତ ଭିତରୁ ଏମାନଙ୍କୁ ତୋଳି ଆଣି କୋରାପୁଟ, ଜୟପୁର ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରରେ ବିକ୍ରି କରାଯାଏ। କୁଆଡ଼େ ଶ୍ରାବଣ ମାସରେ ଯେତେ ବର୍ଷା, ଘଡ଼ଘଡ଼ି ହୁଏ ଏମାନେ ସେତେ ଫୁଟନ୍ତି।

ଶ୍ରାବଣ ମାସରୁ ଆରମ୍ଭ ହୋଇ ମାତ୍ର କିଛି ଦିନ ବଜାରରେ ମିଳୁଥିବାରୁ ଏହାର ଚାହିଦା ବି ଢେର ଅଧିକା। ବାଲି ଛତୁ କିଲୋ ୪ ଶହରୁ ୬ ଶହ ଥିଲା ବେଳେ ବଡ଼ା ଛତୁ କିଲୋ ପିଛା ହଜାରେ ଟଙ୍କା ଯାଏଁ ବିକ୍ରି ହେଉଛି। ଆଉ ଶ୍ରାବଣ କଢ଼ର ତ ଚାହିଦା କାହିଁରେ କଣ, ପ୍ରଥମେ ପ୍ରଥମେ ଏହା ଦୁଇ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଦର କିଛିଟା କମିଛି।

Advertisment

ଶ୍ରାବଣ ମାସ। ଘରେ ଆମିଷ ପଶୁନି ତେଣୁ ଆମିଷର ବିକଳ୍ପ ଖାଦ୍ୟ ଭାବେ ଏହି ଛତୁକୁ ବ୍ୟବହାର କରାଯାଉଛିା ଗ୍ରାହକ ତ ଏହାକୁ ଆମିଷଠୁ ବି ଅଧିକ ସୁଆଦିଆ ବୋଲି କୁହନ୍ତିା ହେଲେ ଛତୁ କିଣିବା ଓ ରୋଷେଇ କରିବା ପୂର୍ବରୁ କିଛିଟା ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଭଲ ଭାବେ ସଫା କରିବା ସହ ଛତୁର ଉପରି ଭାଗ ହଳଦିଆ ଥିଲେ ନକିଣିବାକୁ କହିଛନ୍ତି। ରାଜ୍ୟରେ ସାଧାରଣତଃ ପାଳ, ବଟନ୍ ଓ ଧିଙ୍ଗିଡ଼ି ଛତୁ ମିଳୋ କିନ୍ତୁ କୋରାପୁଟର ଏହି ଶ୍ରାବଣ ଛତୁର ରହିଛି ନିଆରା ପରିଚୟ।

Mushroom Cultivation Mushroom
Advertisment
Advertisment