/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725282748.jpg)
Mobile Network
ଦୂରହେବ ମୋବାଇଲ ନେଟୱର୍କ ସମସ୍ୟା । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ଗାଁକୁ ମିଳିବ ମୋବାଇଲ ନେଟୱର୍କ । ସବୁ ଗାଁକୁ ମୋବାଇଲ ନେଟୱାର୍କ ଯୋଗାଇ ଦେବା ପାଇଁ ଜୋରସୋରରେ ଚାଲିଛି କାମ । ଜିଲ୍ଲାର ସମସ୍ତ ମୋବାଇଲ ଟାୱାରକୁ ଡିସେମ୍ବର ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି ।
Advertisment
ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଉତ୍ତର ରଖିଛନ୍ତି । ସେହିଭଳି ରାଜ୍ୟରେ ମୋଟ ୩ ହଜାର ୫୧୦ଟି ଗାଁରେ ଏବେ ମୋବାଇଲ ନେଟୱାର୍କ ସେବା ଉପଲବ୍ଧ ନାହିଁ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧ ହଜାର ୬୨ଟି ଗ୍ରାମରେ ମୋବାଇଲ ନେଟୱାର୍କ ସେବା ଉପଲବ୍ଧ ନାହିଁ ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)