Advertisment

Digital Struggle: ଟାୱାର ଅଛି ହେଲେ ଆସୁନି ନେଟୱର୍କ... ଇ-କେୱାଇସି ପାଇଁ ଚଢ଼ୁଛନ୍ତି ଘାଟି

ଟାୱାର ଅଛି ହେଲେ ଆସୁନି ନେଟୱର୍କ। ଗାଁ ଭିତରେ ଧରୁନି ମୋବାଇଲ ନେଟୱର୍କ। ଏକ ନିର୍ଦ୍ଧିଷ୍ଟ ଗଛ ମୂଳେ ବସିଲେ ନେଟୱର୍କ ଧରୁଛି। ଇ-କେୱାଇସି ପାଇଁ ଘାଟି ଚଢ଼ୁଛନ୍ତି ଉପାନ୍ତ ଅଂଚଳର ଗ୍ରାମବାସୀ।

author-image
Chinmayee Sahoo
NETWORK

NETWORK Photograph: (OTV)

ଟାୱାର ଅଛି ହେଲେ ଆସୁନି ନେଟୱର୍କ। ଗାଁ ଭିତରେ ଧରୁନି ମୋବାଇଲ ନେଟୱର୍କ। ଗାଁ ମୁଣ୍ଡରେ ଥିବା ଏକ ନିର୍ଦ୍ଧିଷ୍ଟ ଗଛ ମୂଳେ ବସିଲେ ନେଟୱର୍କ ଧରୁଛି। ଖାଲି ସେତିକି ନୁହେଁ ଇ-କେୟାଇସି ପାଇଁ ନିଇତି ଘାଟି ପାହାଡ ଚଢ଼ୁଛନ୍ତି ଉପାନ୍ତ ଅଂଚଳର ଗ୍ରାମବାସି। ଏଭଳି କିଛି ସମସ୍ୟାରେ ଜୁଝି ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଗୁଲୁବା ପଞ୍ଚାୟତର ଲୋକେ।
ଏଠି ରହୁଥିବା ପ୍ରାୟ ୩୩ ଖଣ୍ଡ ଗାଁର ଲୋକଙ୍କୁ ନିଜ ନିଜ ପିଲାଙ୍କ ନାଁ ରାସନ କାର୍ଡରେ ସଂଯୋଗିକରଣ କରିବା ପାଇଁ ମାଇଲ  ମାଇଲ ଦୁରତା ଅତିକ୍ରମ କରିବାକୁ ପଡ଼ୁଛି l ସେପଟେ ନେଟୱର୍କ ନ ଥିବାର ଏକ ନିର୍ଦ୍ଧିଷ୍ଟ ଗଛ ମୂଳେ ବସି ଗ୍ରାମବାସୀଙ୍କୁ ସେବା ଯୋଗାଉଛନ୍ତି ପଞ୍ଚାଯତର ଯୋଗାଣ ସହାୟକ l ଏହିଁ ଗଛ ମୂଳକୁ ଆସି ପିଲାଙ୍କ ଫିଙ୍ଗର ପ୍ରିଣ୍ଟ ଦେଇ ଇ-କେୟାଇଶି ଅପଡେଟ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।  

Advertisment


•    ଟାୱାର ଅଛି ହେଲେ ଆସୁନି ନେଟୱର୍କ 
•    ଗାଁ ଭିତରେ ଧରୁନି ମୋବାଇଲ ନେଟୱର୍କ 
•    ଏକ ନିର୍ଦ୍ଧିଷ୍ଟ  ଗଛମୂଳେ ବସିଲେ ନେଟୱର୍କ ଧରୁଛି
•    ଇ-କେୱାଇସି ପାଇଁ ଘାଟି ଚଢ଼ୁଛନ୍ତି ଉପାନ୍ତ ଅଂଚଳର ଗ୍ରାମବାସୀ 
•    ଗଛ ମୂଳେ ବସି ସେବା ଯୋଗାଉଛନ୍ତି ପଞ୍ଚାଯତର ଯୋଗାଣ ସହାୟକ

Mobile Network Problem
Advertisment
Related Articles
Advertisment