Advertisment

Migrant Laborer: ପ୍ରଶାସନ ବୁଲାଉଛି ସଚେତନତା ରଥ, ହେଲେ ଶବ ହୋଇ ଫେରୁଛନ୍ତି ଦାଦନ ଶ୍ରମିକ

ହଜାର ହଜାର ଲୋକ ଚାଲାଣ ହୋଇ ଯାଉଛନ୍ତି । ସେଠି ନିର୍ଯାତିତ ହୋଇ ଫେରୁଛନ୍ତି । ଏବର୍ଷ ବର୍ତ୍ତମାନ ଯାଏ ପାଖାପାଖି ୨୦ ଶ୍ରମିକ ଶବ ହୋଇ ଫେରିଲେଣି । କିନ୍ତୁ ପ୍ରଶାସନର ଚିନ୍ତା ନାହିଁ କି ରୋକ ବି ନାହିଁ । ଏପରିକି ନିଜ ସଂର୍ପକୀୟଙ୍କ ଶବ ଆଣିଥିବା ଶ୍ରମିକ ମାନଙ୍କୁ ବି ପୁଣିଥରେ ଦାଦନ ଯାଇ, ମୃତ ଶବର ଟଙ୍କା କରଜ ସୁଝିବା ପାଇଁ ବାଧ୍ୟ କରୁଛନ୍ତି ସ୍ଥାନୀୟ ସର୍ଦ୍ଦାର ।

author-image
Prasan Subudhi
ଅଦ୍ୟତନ ହୋଇଛି
ବୁଲୁଛି ରଥ, ଫେରୁଛି ଶବ

ବୁଲୁଛି ରଥ, ଫେରୁଛି ଶବ

ପଛୁଆ ବଲାଙ୍ଗିର ଜିଲ୍ଳାରେ ଆଗୁଆ ଯୋଜନା । ହେଲେ କାମକୁ ନୁହେଁ ! ଦଶନ୍ଧି ଦଶନ୍ଧି ଧରି, ଦାଦନ ସମସ୍ୟାର ସମାଧାନ ପାଇଁ ରକମ ରକମର ଯୋଜନା ହେଉଛି । କିନ୍ତୁ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ, କମିବା ପରିବର୍ତ୍ତେ ବଢୁଛି ଦାଦନ ଦୁଃଖ । ଏବେ ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଜାଗାରେ ରଥ ବୁଲୁଛି । କିନ୍ତୁ ବିଭିନ୍ନ ଗାଁକୁ ଶବ ଫେରୁଛି । ହଁ ଦର୍ଶକ ବନ୍ଧୁ, ଆମେ କହୁଛି, ପ୍ରଶାସନର ସଚେତନତା ରଥର କଥା ! କେବଳ ରଥ ବୁଲାଇ କାମ ତୁଟାଇ ଦେଇଛି ପ୍ରଶାସନ । ତେଣୁ ଦାଦନ ଯାଇ ଶବ ହୋଇ ଫେରୁଛନ୍ତି ଶ୍ରମିକ । ଏବର୍ଷ ସବୁଠୁ ଅଧିକ ପାଖାପାଖି କୋଡିଏ ଶ୍ରମିକ ଶବ ହୋଇ ଫେରିଲେଣି । ପୁରା ଘଟଣାକୁ ନେଇ ବଲାଙ୍ଗିରରୁ ଆମର ଗ୍ରାଉଣ୍ଡ ରିପୋର୍ଟ-‘‘ରଥ ବୁଲୁଛି...ଶବ ଫେରୁଛି...’’ ।

Advertisment

ଗତ ଫେବୃୟାରୀ ୧୦ ତାରିଖ, ଦ୍ବିତୀୟ ଦଫା ଜିଲ୍ଳାରେ ସଚେତନତା ରଥର ଶୁଭ ଉଦଘାଟନ କରିଥିଲେ ଜିଲ୍ଳାପାଳ ଓ ଏସ୍.ପି । ଶିଶୁ ,ପ୍ରବାସୀ, ନିର୍ମାଣ ଓ ଅଣସଂଗଠିତ ଶ୍ରମିକ ମାନଙ୍କୁ ସେମାନଙ୍କ ଅଧିକାର ସଂର୍ପକରେ ସଚେତନ କରିବା ପାଇଁ ଏବେ ଗାଁ ଗାଁରେ ରଥ ବୁଲୁଛି । ଦୁଇ ମାସ ତଲେ ବି ବେଆଇନ ଭାବରେ ଦାଦନ ନଯିବା ପାଇଁ ଗାଁ ଗାଁରେ ଘିରି ଘିରି ବୁଲିଥିଲା ସଚେତନତା ରଥ । କିନ୍ତୁ କଣ୍ଟାବାଂଜି ରେଲୱେ ଷ୍ଟେସନର ଦୃଶ୍ୟକୁ ଦେଖିଲେ ଜାଣିପାରିବେ ରଥର ପ୍ରଭାବ । ରଥ ବୁଲାଇ କାମ ତୁଟାଇ ଦେଉଛି ପ୍ରଶାସନ । କିନ୍ତୁ ବେଆଇନ ଦାଦନ ଚାଲାଣରେ ରୋକ ନାହିଁ । ହଜାର ହଜାର ଲୋକ ଚାଲାଣ ହୋଇ ଯାଉଛନ୍ତି । ସେଠି ନିର୍ଯ୍ୟାତିତ ହୋଇ ଫେରୁଛନ୍ତି । ଏବର୍ଷ ବର୍ତ୍ତମାନ ଯାଏ ପାଖାପାଖି ୨୦ ଶ୍ରମିକ ଶବ ହୋଇ ଫେରିଲେଣି । କିନ୍ତୁ ପ୍ରଶାସନର ଚିନ୍ତା ନାହିଁ କି ରୋକ ବି ନାହିଁ । ଏପରିକି ନିଜ ସଂର୍ପକୀୟଙ୍କ ଶବ ଆଣିଥିବା ଶ୍ରମିକ ମାନଙ୍କୁ ବି ପୁଣିଥରେ ଦାଦନ ଯାଇ, ମୃତ ଶବର ଟଙ୍କା କରଜ ସୁଝିବା ପାଇଁ ବାଧ୍ୟ କରୁଛନ୍ତି ସ୍ଥାନୀୟ ସର୍ଦ୍ଦାର ।

ଏବେ ଆସନ୍ତୁ ନଜର ପକାଇବା ରଥ ବୁଲୁଥିଲେ ବି, କେତେ ଶ୍ରମିକ ଶବ ହୋଇ ଫେରିଛନ୍ତି । ମାତ୍ର ୪ ଦିନ ଭିତରେ ତିନିଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଶବ ଗାଁକୁ ଫେରିଥିବା ବେଳେ, ଅନ୍ୟ ଦୁଇଜଣ ବାପ,ପୁଅଙ୍କ ମୃତଦେହକୁ ତାମିଲନାଡୁରେ ପୋଡି ଦିଆଯାଇଛି । କାରଣ ଗାଁକୁ ଶବ ଆଣିବା ପାଇଁ ପରିବାର ପାଖରେ ଟଙ୍କା ନଥିଲା । ସିନ୍ଧେକେଲା ଥାନା ଡଙ୍ଗରପଡା ଗାଁର ଅଭିରାମ କଟା ଏବଂ ପୁଅ ଉତ୍ତମ କଟା ଅଭାବ ପାଇଁ ଦାଦନ ଖଟିବାକୁ ଯାଇଥିଲେ ତାମିଲନାଡୁ । ହେଲେ ଘରକୁ ଖବର ଆସିଲା ବିଜୁଳି ତାର ଲାଗି ବାପ,ପୁଅଙ୍କର ମୃତ୍ୟୁ ହୋଇଛି । ଘର ଲୋକ ସନ୍ଦେହ କଲେ । କିନ୍ତୁ କରିବେ କଣ ! ପାଖରେ ସମ୍ବଳ ନାହିଁ କି ପ୍ରଶାସନର ସହାୟତା ନାହିଁ । ତେଣୁ ବାଧ୍ୟ ହୋଇ ସେଇଠି ଶବ ପୋଡିଦେଇ ନିରବ ରହିଲେ ପରିବାର ।

Advertisment

ଠିକ ସେମିତି ବେଳପଡା ବ୍ଳକ ଥୁଡିବାହାଲ ଗାଁର ପୂର୍ଣ୍ଣିମା ନାଗ । ପରିବାର ପରିପୋଷଣ ପାଇଁ ଦାଦନ ଯାଇଥିଲେ । ଅଧିକ କାମ ପାଇଁ ଗୁରୁତର ହେଲେ । ଆଉ ଚିକିତ୍ସା ଅଭାବରୁ ଆଖି ବୁଜିଦେଲେ । ଅବଶ୍ୟ ପୂର୍ଣ୍ଣିମାଙ୍କ ଶବ ଗାଁକୁ ଆସିଲା । ହେଲେ ଅନ୍ୟବର୍ଷ ଅପେକ୍ଷା ଏଥର ଅଧିକ ଶ୍ରମିକ ଶବ ହୋଇ ଆସୁଛନ୍ତି । କିନ୍ତୁ ପ୍ରଶାସନର ଅଜବ ନୀରବତାକୁ ନେଇ ମୁହଁ ଖୋଲିଲେଣି ନେତା । କଂଗ୍ରେସ ଓ ବିଜେଡି ସରକାରୀ ବିଜେପି ଦଳକୁ ଦାୟୀ କରୁଥିବା ବେଳେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ ଓଲଟା ଅଭିଯୋଗ କରି କହିଛନ୍ତି, ଗତ ବିଜେଡି ସରକାର ୨୪ ବର୍ଷ ହେଲା ଶାସନ କରୁଥିଲା। ସେମାନଙ୍କ ଅବହେଳା ପାଇଁ ଆଜି ଦାଦନ ସମସ୍ୟା ବଢ଼ିଛି। ତେବେ ବିଜେପି ସରକାର ଏସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଥିବା କହିଛନ୍ତି।

Migrant Workers Migrant Labourers Awareness Video Balangir Migrant Labour Death
Advertisment
Advertisment