ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ଚାଲିଛି ସିନ୍ ରିକ୍ରିଏସନ୍ । ଭୁବନେଶ୍ୱରର ନୟାପଲ୍ଲୀ N-1ରେ ଚାଲିଛି ଏହି ହାଇ ପ୍ରୋଫାଇଲ ଲୁଟର ସିନ୍ ରିକ୍ରିଏସନ । ଧରାପଡିଥିବା ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ କରୁଛି ସ୍ପେଶାଲ ସ୍କ୍ୱାଡ୍ । କେମିତି ନିରଞ୍ଜନଙ୍କ ଘରେ ପଶିଲା, କେଉଁ ପଟେ ଆସିଲା, କିପରି ଲୁଟି ଚମ୍ପଟ ମାରିଲା ତାହାର ଡେମୋ ଦେଖାଉଛି ଲୁଟେରା ସ୍ପାଇଡର ।
ଅଧିକ ପଢନ୍ତୁ:ଚୋରି କରିବାକୁ ଓଜନ କମାଉଥିଲା ସ୍ପାଇଡର; ରଖିଥିଲା ଟ୍ରେନର
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି କଳାକନା ବୁଲାଇଥିଲା ସ୍ପାଇଡର୍ ମ୍ୟାନ୍ ସତୀଶ । ସେ ଅଢ଼େଇ ଲକ୍ଷ ଟଙ୍କା ନଗଦ ଓ ୫୦ ଲକ୍ଷ ଟଙ୍କାର ଗହଣାଗାଣ୍ଠି ନେଇ ଚମ୍ପଟ ମାରିଥିଲା । ନିରଞ୍ଜନଙ୍କ ଘରୁ ଚୋରି କରିଥିବା ଚୋରକୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚାଲେଞ୍ଜ । କିନ୍ତୁ ସତୀଶ ପିନ୍ଧିଥିବା ରେଡିୟମ୍ ଜୋତା ହିଁ ଧରା ପକାଇଦେଲା ।
କାରଣ ନିରଞ୍ଜନଙ୍କ ଘରୁ ଚୋରି ପରେ ସେ ପ୍ରଥମେ ବରମୁଣ୍ଡା ଯାଇ ବସ୍ ଯୋଗେ ବିଜୟନଗରମ୍ ଖସି ପଳାଇଥିଲା । ଆଉ ପ୍ରତ୍ୟେକଟି ସିସିଟିଭି ଫୁଟେଜରେ ରେଡ଼ିୟମ୍ ଜୋତା ସହ ସାମ୍ନାକୁ ଆସୁଥିଲା ସତୀଶର ଚେହେରା । ଫେସ୍ ଏନହାନ୍ସ ଜରିଆରେ ପୋଲିସ୍ ତାକୁ ପିଛା କରୁଥିଲା।ଖୋଜୁଥିଲା ସତୀଶର ପୁରୁଣା କ୍ରାଇମ୍ ରେକର୍ଡ।
ଏଥିପାଇଁ ୧୦ ହଜାର ଫୋନ୍ ଓ ୪ଶହ ସିସିଟିଭିର ଯାଞ୍ଚ, ୫୦ ହାର୍ଡକୋର୍ ଚୋରଙ୍କ ହିଷ୍ଟ୍ରିର ଅନୁଧ୍ୟାନ କରିଥିଲା ପୋଲିସ । ଆଉ କେରଳରୁ ତଥ୍ୟ ପାଇବା ପରେ କେରଳ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ ସତୀଶକୁ ଧରିବା ପାଇଁ ଜାଲ ବିଛାଇଥିଲା ସ୍ପେଶାଲ୍ ସ୍କ୍ବାଡ୍ । ଶେଷରେ ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା ପୋଲିସ । ୧୮ ଦିନର ଖୋଳତାଡ଼, ୪ଶହ ସିସିଟିଭିର ଯାଞ୍ଚ, ଓଡ଼ିଶା ସହ ୪ ରାଜ୍ୟରେ ଛାନଭିନ୍ ପରେ ଏହି ସ୍ପାଇଡର୍ ମ୍ୟାନକୁ ଧରିଥିଲା କମିଶନରେଟ୍ ପୋଲିସ ।
ଅଧିକ ପଢନ୍ତୁ: ସ୍ପାଇଡର୍ ସଉକ୍ ଏମିତି ... କୁକୁର ଖେଳିବାକୁ କିଣିଥିଲା ଲକ୍ଷେ ଟଙ୍କାର ବଲ୍