Advertisment

ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଲୁଚେଇ ଚମ୍ପଟ ମାରୁଥିଲେ ଲେଡି ଲୁଟେରା ଗ୍ୟାଙ୍ଗ, ଧରାପଡ଼ିଗଲେ...

ରାଜଧାନୀରେ ଧରାପଡ଼ିଲେ ଲେଡି ଲୁଟେରା ଗ୍ୟାଙ୍ଗ। ମଲ୍‌ ଭିତରେ ପଶି ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଏମାନେ ଲୁଟ୍‌ କରିଥାନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Commissionerate police busts women lootera gang in Bhubaneswar

Commissionerate police busts women lootera gang in Bhubaneswar

ରାଜଧାନୀରେ ଧରାପଡ଼ିଲେ ଲେଡି ଲୁଟେରା ଗ୍ୟାଙ୍ଗ। ଗ୍ୟାଙ୍ଗର ୯ ଜଣଙ୍କୁ ନୟାପଲ୍ଲୀ ପୋଲିସ୍‌ ଗିରଫ କରିଛି। ସମସ୍ତ ମହିଳା ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଏହି ମହିଳାମାନେ ଭୁବନେଶ୍ୱରର ବିଭିନ୍ନ ସପିଂ ମଲ୍‌କୁ ଟାର୍ଗେଟ୍‌ କରି ଚୋରି କରିଥାନ୍ତି। ଏମାନଙ୍କର ଚୋରି କରିବାର ତରିକା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ମଲ୍‌ ଭିତରେ ପଶି ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଏମାନେ ଲୁଟ୍‌ କରିଥାନ୍ତି। ଧରାପଡ଼ିଥିବା ମହିଳାଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ ହୋଇଛି। 

Advertisment

ବିଶେଷ କରି ରଥଯାତ୍ରା ଓ ପର୍ବ ପର୍ବାଣୀ ସମୟରେ ଓଡିଶା ଆସି ଏହି ଲେଡି ଲୁଟେରା ଗ୍ୟାଙ୍ଗ ଲୁଟତରାଜ କରିଥାନ୍ତି। ଧରାପଡ଼ିଥିବା ଲେଡି ଲୁଟେରା ଗ୍ୟାଙ୍ଗକୁ ନେଇ ଭୁବନେଶ୍ୱର ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, ‘ଗିରଫ ହୋଇଥିବା ୯ ଜଣ ମହିଳାଙ୍କ ଘର ପଞ୍ଚିମବଙ୍ଗରେ। ୨୪ ପ୍ରଗଣାର ହାସିର୍‌ ଗାଁରେ ଏମାନଙ୍କ ଘର। ପାର୍ବଣ ଋତୁରେ ଏମାନେ ଭୁବନେଶ୍ୱର ଆସି ହୋଟେଲ୍‌ରେ ରହି ବିଭିନ୍ନ ମଲ୍‌କୁ ଯାଇ ଚୋରି କରିଥାନ୍ତି। ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ପାର୍ବଣ ଋତୁରେ ଏହି ଗ୍ୟାଙ୍ଗ ଚୋରି କରିଥାନ୍ତି। 

ଚୋରି ସାମଗ୍ରୀକୁ ଶସ୍ତାରେ ପଶ୍ଚିମବଙ୍ଗରେ ଏହି ଲେଡି ଲୁଟେରା ଗ୍ୟାଙ୍ଗ୍ ବିକ୍ରି କରିଥାନ୍ତି ବୋଲି ଏସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି। ଗ୍ୟାଙ୍ଗର କିଛି ସଦସ୍ୟ ପୋଲିସ୍‌ ହାତରେ ଧରାପଡ଼ିଥିବା ବେଳେ ଆଉ କିଛି ଜଣ ପଶ୍ଚିମବଙ୍ଗ ପଳାଇଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଧରିବା ପାଇଁ ଓଡ଼ିଶାରୁ ଏକ ଟିମ୍‌ ପଶ୍ଚିମବଙ୍ଗ ଯିବ ବୋଲି ଏସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି।

Advertisment
Loot Loot In Bhubaneswar
Advertisment
Advertisment