Advertisment

ଘଣ୍ଟାଏ ଭିତରେ କଳା କନା ବୁଲାଇ ଦେଲେ, ୩ ଲକ୍ଷ ଟଙ୍କା ସହ ଲୁଟି ନେଲେ ସୁନା...

ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ଘଣ୍ଟାଏ ଭିତରେ ଜଣେ ଇଲେକ୍ଟ୍ରିକାଲ୍‌ କଣ୍ଟ୍ରାକ୍ଟରଙ୍କ ଅଫିସ୍‌ରେ ପଶି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ସହ ସୁନା ଓ ରୁପା କଏନ ଲୁଟି ନେଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Loot In Bhubaneswar

Loot In Bhubaneswar

କିଛିଦିନ ପୂର୍ବେ ରାଜଧାନୀରେ ସକାଳୁ ଚା’ ପିଉଥିବା ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଏବେ ଲୁଟେରା ମାତିଛନ୍ତି। ଭୁବନେଶ୍ୱର ର ଗଜପତି ନଗର ଅଞ୍ଚଳରେ ଘଣ୍ଟାଏ ଭିତରେ ଜଣେ ଇଲେକ୍ଟ୍ରିକାଲ୍‌ କଣ୍ଟ୍ରାକ୍ଟରଙ୍କ ଅଫିସ୍‌ରେ ପଶି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ସହ ସୁନା ଓ ରୁପା କଏନ ଲୁଟି ନେଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 

Advertisment

ସୂଚନା ଅନୁସାରେ, ଗତକାଲି ଗଜପତି ନଗର ଅଞ୍ଚଳରେ ଥିବା ଜଣେ ଇଲେକ୍ଟ୍ରିକାଲ୍‌ କଣ୍ଟ୍ରାକ୍ଟରଙ୍କ ଅଫିସ୍‌ରେ ୪ ଜଣ ଦୁର୍ବୃତ୍ତ ପଶି ଏହି ଲୁଟ୍ କରିଛନ୍ତି। ଗ୍ରୀଲ୍‌ ତାଡ଼ି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା, ଗୋଲ୍ଡ କଏନ, ସିଲଭର କଏନ ଇତ୍ୟାଦି ଲୁଟି ନେଇଛନ୍ତି। ୪ ଜଣ ଲୁଟେରା ଲୁଟ୍‌ ପାଇଁ ଆସିଥିଲେ। ୨ ଜଣ ବାହାରେ ଥିବା ବେଳେ ୨ ଜଣ କଣ୍ଟ୍ରାକ୍ଟରଙ୍କ ଅଫିସ୍‌ ଭିତରକୁ ପଶିଥିଲେ। ଏହାପରେ କଳା କନା ବୁଲାଇ ଥିଲେ।

Advertisment

ଲୁଟ୍‌ ନେଇ ଥାନାରେ  ଅଭିଯୋଗ ପରେ ଫୋରେନସିକ୍‌ ଟିମ୍‌ ସହାୟତାରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। 

Loot Loot In Bhubaneswar
Advertisment
Advertisment