ଧାର୍ମିକ ବିଶ୍ୱାସ ଅନୁଯାୟୀ ବାର ଅନୁସାରେ ବିଭିନ୍ନ କାର୍ଯ୍ୟ କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ତେବେ ବାରକୁ ନେଇ ଘରର କାର୍ଯ୍ୟ ସଂପନ୍ନ କଲେ ଶୁଭପ୍ରଦ ହୋଇଥାଏ । ଚାଲନ୍ତୁ ଜାଣିବା କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ୍ ।
ମଣିଷ ଜୀବନରେ ସଫଳତାର ଅନେକ ମହତ୍ତ୍ୱ ରହିଛି । ଆଜିକାଲି ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ବର୍ତ୍ତମାନ କାମକୁ ନେଇ ଖୁସି ନୁହନ୍ତି । ତେଣୁକରି ସେମାନେ ନିଜ କାମ ଉପରେ ଠିକ ଭାବରେ ଧ୍ୟାନ ଦେଇ ପାରୁ ନାହାନ୍ତି ,ସେହି କାରଣରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏହି ବର୍ଷ ଆରମ୍ଭରୁ ଏମିତି କିଛି କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ,ଯାହା ଆପଣଙ୍କୁ ସଫଳତା ପ୍ରଦାନ କରିବ ।
ଆଜିକାଲି ପ୍ରାୟ ଲୋକ ହେଡଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କାମ କଲାବେଳେ ହେଉ ବା ଗାଡ଼ି ଚଲାଇଲାବେଳେ କିମ୍ବା ଅଫିସରେ। କିନ୍ତୁ କଣ ଆପଣ ଜାଣନ୍ତିକି ମାତ୍ରାଧିକ ହେଡଫୋନର ବ୍ୟବହାର ଦ୍ୱାରା ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି ।
ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସକୁ ପବିତ୍ର ମାସ ମଧ୍ୟ କୁହାଯାଏ । ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସର ଅନେକ ମହତ୍ତ୍ୱ ରହିଛି । ଏହି ମାସରେ ଖାଦ୍ୟ ପାନୀୟ କିଛି ବିଶେଷ ନିୟମ ରହିଛି । ଏହି ମାସରେ ମାଛ,ମାଂସ ଆଦି ଆମିଷ ସେବନ କରିବା ଭଲ ନୁହେଁ ବୋଲି କୁହାଯାଏ । ଏହାର ଉଭୟ ଧର୍ମିକ ଓ ବୈଜ୍ଞାନିକ କାରଣ ରହିଛି ।