Advertisment

Can too much Water be Harmful: ଦିନକୁ କେତେ ପାଣି ପିଇଲେ ଦେହ ପାଇଁ ଭଲ, କଣ କହୁଛନ୍ତି ଏକ୍ସପର୍ଟ ?

ଦିନକୁ ୩ ଲିଟର ପାଣି ପିଇଲେ ଶରୀର ଉପରେ ତାର ପ୍ରଭାବ କଣ ପଡେ । ସବୁଠୁ ବଡ଼ ପ୍ରଶ୍ନ ଆମେ ଦିନକୁ କେତେ ପାଣି ପିଇବା ଦରକାର । ଯଦି ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି ତେବେ ନକରାତ୍ମକ ପ୍ରଭାବ ନିଶ୍ଚୟ ପଡ଼ିବ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Can too much water be harmful

Can too much water be harmful

ଆପଣ ଦିନକୁ କେତେ ଲିଟର ପାଣି ପିଉଛନ୍ତି । କିଛି ହିସାବ ରଖିଛନ୍ତି କି ? ୩ ଲିଟରରୁ ଅଧିକ ପାଣି ପିଉଛନ୍ତି ନା ତାଠାରୁ କମ । ଆମର ଜାଣିବାରେ ଶରୀରର ଅନେକ ସମସ୍ୟା ଯଥେଷ୍ଟ ପାଣି ପିଇବା ଦ୍ବାରା ଭଲ ହୋଇଯାଏ । ସେଥିପାଇଁ କୁହାଯାଏ ଜଳ ହିଁ ଜୀବନ । ଚାଲନ୍ତୁ ଜାଣିବା ପାଣି ପିଇଲେ ଆମ ଶରୀରର କଣ କଣ ଲାଭ ହୁଏ ? ଦିନକୁ ୩ ଲିଟର ପାଣି ପିଇଲେ ଶରୀର ଉପରେ ତାର ପ୍ରଭାବ କଣ ପଡେ ?

Advertisment

ମଣିଷ ବଞ୍ଚିବା ପାଇଁ ପାଣି ନିହାତି ଦରକାର । ଶରୀର ଭିତରେ ହେଉଥିବା ଅନେକ ଗୁଡିଏ ପ୍ରକ୍ରିୟା ପାଇଁ ପାଣି ଆବଶ୍ୟକ ପଡିଥାଏ । ଯାହା ଫଳରେ ଆମେ ସ୍ବାସ୍ଥ୍ୟବାନ ରହିବା ସହ ପୁରା ଦିନ ସକ୍ରିୟ ରହିଥାଉ । ତେବେ ପ୍ରତ୍ୟେକଟି ମଣିଷ ପାଇଁ ଏହା ଭିନ୍ନ ହୋଇଥାଏ । ଦିନକୁ ୩ଲିଟର ପାଣି ପିଇଲେ ଶରୀର ହାଇଡ୍ରେଟ୍ ରହିଥାଏ, ଖାସ କରି ଗରମ ପରିବେଶରେ ଓ ଯଦି ଆମେ ଅଧିକ କାମ କରିଥାଉ ।

ଏହା ସହ ଶରୀରରେ ତାପମାତ୍ରା ନିୟନ୍ତ୍ରଣ ଓ ପୋଷକ ତତ୍ତ୍ବ ପରିବହନରେ ବି ସହାୟକ ହୋଇଥାଏ । ନୋଏଡାର ୟଥାର୍ଥ ହସପିଟାଲର ନେଫ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଉପେନ୍ଦ୍ର ସିଂ ଏହା ଉପରେ ଅନେକ ଗୁଡିଏ ଟିପ୍ସ ଦେଇଛନ୍ତି । କହିଛନ୍ତି ହାଇଡ୍ରେସନ ଲେଭଲ କିଡନୀର କାର୍ଯ୍ୟ କରିବାର କ୍ଷମତାକୁ ବଢାଇଥାଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ କିଡନୀ ଷ୍ଟୋନ ହେବାର ସମ୍ଭାବନାକୁ କମ କରିଥାଏ। ଏହା ସହ ଶରୀରକୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବାକୁ ଶକ୍ତି ଯୋଗାଇଥାଏ। ସରଳ ଭାଷାରେ କହିଲେ ଶରୀରକୁ ଥକିବାକୁ ଦିଏ ନାହିଁ । ତେବେ ଅଧିକ ପାଣି ପିଇବା ବି ଦେହ ପାଇଁ କ୍ଷତିକାରକ ।

Advertisment

ଯଦି ଆମେ ଆବଶ୍ୟକତାରୁ ଅଧିକ ପାଣି ପିଇବା ତେବେ ହାଇପୋନାଟ୍ରେମିଆ ଭଳି ସ୍ଥିତି ଉପୁଜିପାରେ । ହାଇପୋନାଟ୍ରେମିଆରେ ରକ୍ତରେ ସୋଡିୟମ ସ୍ତର ସ୍ୱାଭାବିକ ଠାରୁ କମ୍ ହୋଇଯାଏ। ଶରୀରର ତରଳ ପଦାର୍ଥ ସନ୍ତୁଳନ, ରକ୍ତଚାପ ନିୟନ୍ତ୍ରଣ ତଥା ସ୍ନାୟୁ ଓ ମାଂସପେଶୀ ପାଇଁ ସୋଡିୟମର ଆବଶ୍ୟକତା ରହିଛି। ଏହି ସ୍ତର କମିଗଲେ ବ୍ୟକ୍ତିଙ୍କଠାରେ ମୁଣ୍ଡ ବିନ୍ଧା, ଥକ୍କାପଣ ଭଳି ଲକ୍ଷଣ ଦେଖାଦିଏ, ବେଳେ ବେଳେ ବ୍ୟକ୍ତି ହସ୍ପିଟାଲରେ ମଧ୍ୟ ଆଡ୍‌ମିଟ୍‌ ହେବାକୁ ପଡ଼ିପାରେ। ଏଭଳିକି କେ।ମା ଭଳି ସ୍ଥିତି‍ ଉପୁଜିପାରେ । ସେଥିପାଇଁ ୩ ଲିଟର ପାଣି ପିଇବା ଦ୍ବାରା କିଛି ଲୋକଙ୍କୁ ଲାଭ ହୋଇଥାଏ ।

ଆବଶ୍ୟକତା ଅନୁଯାୟୀ, ଜୀବନଶୈଳୀ ହିସାବରେ ଓ ଜଳବାୟୁ ଆଧାରରେ ଦିନକୁ କେତେ ଲିଟର ପାଣି ଆବଶ୍ୟକତା ରହିଛି ତାହା ସ୍ଥିର କରାଯାଏ । ତେବେ ସାଧାରଣତଃ ପୁରୁଷ ମାନେ ଦିନକୁ ପାଖାପାଖି ୩.୭ ଲିଟର ଓ ମହିଳାମାନେ ୨.୭ ଲିଟର ପାଣି ପିଇବାକୁ ପରାମର୍ଶ ଦିଆଯାଏ । ଏଭଳି ବି ରହିଛି ଶରୀରର ଓଜନର ପ୍ରତି କିଲେ।ଗ୍ରାମ ପିଛା ପାଖାପାଖି ୩୦-୩୫ ମିଲିମିଟର ପାଣିର ଆବଶ୍ୟକତା ରହିଛି । ଯେଉଁମାନେ ଅଧିକ ଏକ୍ସରସାଇଜ କରନ୍ତି ବା ଗରମ ଜଳବାୟୁରେ ରୁହନ୍ତି ସେମାନଙ୍କୁ ଅଧିକ ପାଣି ପିଇବାର ଆବଶ୍ୟକତା ରହିଥାଏ ।

ତେବେ ଯେଉଁ ମାନଙ୍କର କିଡନୀ ସମସ୍ୟା ରହିଛି ବା ହାର୍ଟର ସମସ୍ୟା ରହିଛି ସେମାନେ ଯଦି ଅଧିକ ପାଣି ପିଇବେ ତେବେ ସେମାନଙ୍କ ଶରୀରରୁ ଅତିରିକ୍ତ ପାଣି ବାହାର କରିବାରେ ଅସୁବିଧା ହେ।ଇଥାଏ । ଆଥଲେଟ ମାନେ ବି ନିଜର ଗତିବିଧି ଓ ଡାଏଟ ଅନୁସାରେ ପାଣି ପିଇବାର ଆବଶ୍ୟକତା ରହିଛି । ବୟସ୍କ ଲେ।କମାନଙ୍କୁ ଶେ।ଷ ପ୍ରାୟତଃ କମ ଲାଗିଥାଏ । ସେଥିପାଇଁ ସେମାନେ ଅଧିକ ପାଣି ପିଇପାରିବେ ।

Healthcare Experts Doctors Drinking Water Lifestyle
Advertisment
Related Articles
Advertisment