Advertisment

Maintain Weight: ଖାଇବାକୁ ଶୁଙ୍ଘିଲେ ହେବେ ପତଳା, ଜର୍ମ।ନ ବୈଜ୍ଞାନିକ କଲେ ଦାବି

କିଭଳି କରିବେ ଓଜନ ହ୍ରାସ ? ଖାଇବାକୁ ଶୁଙ୍ଘିଲେ ଆପଣଙ୍କର ହେବ ଓଜନ ହ୍ରାସ । ଜର୍ମ।ନ ବୈଜ୍ଞାନିକ କହିଲେ ଏହି ଟ୍ରିକ୍ କିଭଳି କାମ କରିବ । ଫିଟ୍ ରହିବ। ପାଇଁ ଚାହୁଁଥିଲେ ପଢନ୍ତୁ ଏହି ଖବର

author-image
Tapaswini Nayak
ଅଦ୍ୟତନ ହୋଇଛି
maintain weight

maintain weight

ଆଜିକାଲି ସମସ୍ତେ ଫିଟ୍ ରହିବାକୁ ଚାହୁଁଛନ୍ତି । ସେଥିପାଇଁ କେତେ କଣ କରୁଛନ୍ତି । ଓଜନ କମ କରିବାକୁ ବିଭିନ୍ନ ପ୍ରକାରର ଡାଏଟିଙ୍ଗ୍ କରୁଛନ୍ତି । ଜିମ ଯାଇ ଏକ୍ସରସାଇଜ କରୁଛନ୍ତି । ଅନେକ ପ୍ରକାରର ସପ୍ଲିମେଣ୍ଟସ ବି ନେଉଛନ୍ତି ।

Advertisment

କିନ୍ତୁ ନିକଟରେ ବୈଜ୍ଞାନିକ ମାନେ ଏକ ଉପାୟ କହିଛନ୍ତି ଯାହା ଦ୍ବାରା କିଏ ବି ନିଜର ଓଜନ ହ୍ରାସ କରିପାରିବ ବା ଓଜନକୁ ନିୟନ୍ତ୍ରଣରେ ରଖିପାରିବ । ରିସର୍ଚ୍ଚରୁ ଜଣାପଡିଛି ଖାଇବା ପୂର୍ବରୁ ଖାଦ୍ୟକୁ ଶୁଙ୍ଘିବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହେ କିମ୍ବା ସ୍ଲିମ ରହିବାରେ ସାହାଯ୍ୟ ମିଳିଥାଏ ।

ଅଧିକ ପଢ଼ନ୍ତୁ: ଦିନକୁ କେତେ ପାଣି ପିଇଲେ ଦେହ ପାଇଁ ଭଲ, କଣ କହୁଛନ୍ତି ଏକ୍ସପର୍ଟ ?

ଏକ୍ସପର୍ଟ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଖାଇବା ପୂର୍ବରୁ ଖାଦ୍ୟକୁ ଶୁଙ୍ଘିବା ଫଳରେ ପେଟ ପୁରିଲା ଭଳି ଅନୁଭବ ହୁଏ । ଯାହା ଅଧିକ ଖାଇବାରୁ ରେ।କିଥାଏ । ଏହି ଅଧ୍ୟୟନ ଜର୍ମ।ନର ବୈଜ୍ଞାନିକଙ୍କ ଦ୍ବାରା କରାଯାଇଛି ।

Advertisment

ସେମାନେ ଏହି ପରୀକ୍ଷା ମୂଷା ମାନଙ୍କ ଉପରେ କରିଥିଲେ । ଖାଦ୍ୟର ବାସନା ପ୍ରତି ମୂଷାଙ୍କ ପ୍ରତିକ୍ରିୟା ଆଧାରରେ ସେମାନଙ୍କ ମସ୍ତିଷ୍କର ସ୍କାନ କରିଥିଲେ । ଜର୍ମାନ ବୈଜ୍ଞାନିକମାନେ ମସ୍ତିଷ୍କରେ ଥିବା ସ୍ନାୟୁ କୋଷଗୁଡ଼ିକରେ ଏକ ବିଶେଷ କେ।ଷକୁ ଚିହ୍ନଟ କରିଛନ୍ତି ଯାହାର ନାକ ସହିତ ସିଧାସଳଖ ସମ୍ପର୍କ ଅଛି।

ସେମାନେ ଦେଖିଲେ ଯେ ଯେତେବେଳେ ଖାଦ୍ୟ ଖାଇବା ପୂର୍ବରୁ ଏହି କୋଷଗୁଡ଼ିକ ସକ୍ରିୟ ହୋଇଯାଏ, ମୂଷାମାନେ କମ୍ ଖାଦ୍ୟ ଖାଆନ୍ତି । ଏହା ସେତେବେଳେ ହେଲା ଯେତେବେଳେ ମୂଷାଙ୍କୁ ଖାଦ୍ୟ ଦେବା ପୂର୍ବରୁ ଖାଦ୍ୟ ଗୁଡିକ ଶୁଙ୍ଘାଯାଇଥିଲା ।

ଆମ ମସ୍ତିଷ୍କରେ ମଧ୍ୟ ମୂଷାମାନଙ୍କ ପରି ସମାନ ସ୍ନାୟୁ କୋଷ ରହିଛି ଯାହା ଏଭଳି ପ୍ରତିକ୍ରିୟା ପାଇଁ ଦାୟୀ । କିନ୍ତୁ ଯେଉଁମାନଙ୍କ ଓଜନ ଅଧିକ ଅଛି ସେମାନଙ୍କ ପାଇଁ ଏହି ଟେକନିକ୍ କାମ କରିବ ନାହିଁ ।

କାରଣ ମେଦବହୁଳ ମୂଷାମାନଙ୍କର ଖାଦ୍ୟର ଗନ୍ଧ ପ୍ରତି ମସ୍ତିଷ୍କରେ ସମାନ ପ୍ରତିକ୍ରିୟା ନଥିଲା, କିନ୍ତୁ କମ୍ ଓଜନ ଥିବା ମୂଷାମାନେ ଏହା ଦ୍ୱାରା ବହୁତ ଉପକୃତ ହୋଇଥିଲେ। ଗବେଷଣା କରିଥିବା ବୈଜ୍ଞାନିକଙ୍କ ମତରେ ମେଦବହୁଳତା ଯେ।ଗୁଁ ଏହି କ୍ଷମତା ହ୍ରାସ ପାଇଥିଲା। ଯାହା ମଣିଷ ଓ ମୂଷାଙ୍କ ମଧ୍ୟରେ ସମାନ ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଦେହ ଝାଳୁଆ ଗନ୍ଧଉଛି କି… ଖାଆନ୍ତୁ ଏହି ୩ ଜିନିଷ, ହେଇଯିବ ସମାଧାନ

Gyms HealthTips Weight Loss Healthy Diet Weight Loss Foods Tips For Good Health Tips For Weight Loss Lifestyle
Advertisment
Related Articles
Advertisment