/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752421036.jpg)
Weight Loss
ବଢ଼ୁଥିବା ଓଜନ କେବଳ ଆପଣଙ୍କ ବ୍ୟକ୍ତିତ୍ବକୁ ଖରାପ କରିବନି ଆପଣଙ୍କୁ ରୋଗାକ୍ରାନ୍ତ ବି କରିପାରେ । ଅଧିକ ଓଜନ ବଢ଼ିଲେ ଡାଏବେଟିସ, ଉଚ୍ଚ ରକ୍ତଚାପ ଭଳି ରୋଗ ହୋଇଥାଏ । ଯଦି ଆପଣ ନିଜର ବଢ଼ୁଥିବା ଓଜନ ଯୋଗୁଁ ଚିନ୍ତାରେ ଅଛନ୍ତି ତେବେ ଡାଲଚିନି-ଧନିଆ ପାଣିକୁ ନିଜ ଡାଏଟରେ ସାମିଲ କରନ୍ତୁ । ଦେଖିବେ ଆପଣଙ୍କ ଓଜନ କିଭଳି ହ୍ରାସ ହେବ ।
ରାତିରେ ଆପଣ ଗୋଟିଏ ଗ୍ଲାସ ପାଣିରେ ଡାଲଚିନି, ଜିରା ଓ ଧନିଆକୁ ପକେଇ ରଖନ୍ତୁ । ସକାଳୁ ଉଠିକି ଏହି ପାଣିକୁ ଫୁଟାନ୍ତୁ । ଏହାପରେ ଛାଣିକି ପିଅନ୍ତୁ । ପ୍ରତ୍ୟେକ ଦିନ ଖାଲି ପେଟରେ ଏଭଳି ପାଣି ପିଇଲେ ଆପଣଙ୍କ ଓଜନ ହ୍ରାସ ହେବ ।
ଡାଲଚିନିରେ ଥିବା ଆଣ୍ଟି-ଇନଫ୍ଲାମେଟୋରୀ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ସହ ବ୍ଲଡ ଶୁଗରକୁ ନିୟନ୍ତ୍ରଣରେ ରଖେ ।
ଜିରା ପାଚନ ଜନିତ ସମସ୍ୟାକୁ ଠିକ କରିଥାଏ । ଏହା ସହ ଭୋକକୁ ନିୟନ୍ତ୍ରଣ କରେ । ଯାହାଫଳରେ ଓଜନରେ ହ୍ରାସ ଘଟେ । ସେହିପରି ଧନିଆ ବି ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିବା ସହ ଗ୍ୟାସ ସମସ୍ୟା ଦୂର କରିଥାଏ ।
ଆପଣ ଓଜନ ହ୍ରାସ ପାଇଁ ଡାଲଚିନି ଚାହା ବି ପିଇପାରିବେ ।
ଆବଶ୍ୟକୀୟ ସାମଗ୍ରୀ
୧ ଚାମଚ ଡାଲଚିନି ଗୁଣ୍ଡ (କିମ୍ବା ୧ ଇଞ୍ଚ ଡାଲଚିନି କାଠି )
୧ କପ (୨୦୦-୨୫୦ ମିଲି) ପାଣି
୧ ଚାମଚ ମହୁ (ଇଚ୍ଛାଧୀନ, ସ୍ୱାଦ ପାଇଁ)
୧/୨ ଚାମଚ ଲେମ୍ବୁ ରସ (ଇଚ୍ଛାଧୀନ)
କେମିତି କରିବେ
ଏକ ପାତ୍ରରେ ୧ କପ ପାଣି ନେଇ ଗରମ କରନ୍ତୁ। ପାଣି ଫୁଟିବା ଆରମ୍ଭ ହେଲେ ଆଞ୍ଚକୁ କମ କରନ୍ତୁ। ଡାଲଚିନି ମିଶାନ୍ତୁ ।
ଯଦି ଡାଲଚିନି କାଠି ବ୍ୟବହାର କରୁଛନ୍ତି, ତେବେ ଏକ ଇଞ୍ଚ କାଠି ପାଣିରେ ପକାନ୍ତୁ ଓ 5୫ରୁ ୭ ମିନିଟ୍ ହାଲୁକା ଫୁଟାନ୍ତୁ । ଯଦି ଡାଲଚିନି ଗୁଣ୍ଡ ବ୍ୟବହାର କରୁଛନ୍ତି, ତେବେ ୧ ଚାମଚ ଗୁଣ୍ଡ ପାଣିରେ ମିଶାଇ ୨-୩ମିନିଟ୍ ଫୁଟାନ୍ତୁ।
ଫୁଟିଲା ପରେ ପାଣିକୁ ଏକ କପରେ ଛାଣି ଦିଅନ୍ତୁ । ଚାହାରେ ୧ ଚାମଚ ମହୁ ଓ ଅଧା ଚାମଚ ଲେମ୍ବୁ ରସ ମିଶାଇ ଭଲ ଭାବେ ଗୋଳାନ୍ତୁ।
ଦିନକୁ ୧ରୁ ୨କପ ଡାଲଚିନି ଚାହା ସେବନ କରନ୍ତୁ। ଅତ୍ୟଧିକ ସେବନ ଦେହ ପାଇଁ କ୍ଷତିକାରକ ହୋଇପାରେ।
ଅତ୍ୟଧିକ ଡାଲଚିନି ସେବନ କରିବା ଦ୍ୱାରା ଯକୃତ ଉପରେ ପ୍ରଭାବ ପଡ଼ିପାରେ । ଗର୍ଭବତୀ ମହିଳା ଓ ଔଷଧ ସେବନକାରୀ ବ୍ୟକ୍ତିମାନେ ଡାକ୍ତରଙ୍କ ପରାମର୍ଶ ନେଇ ସେବନ କରିବା ଉଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)