Advertisment

103 Year Old Man: ପରିଣତ ବୟସରେ କ୍ୟାନସରକୁ ହରାଇଲେ, ଜୀବନରେ ଆଣିଲେ ଏହି ସବୁ ପରିବର୍ତ୍ତନ

ପାହାଡ ଜଙ୍ଗଲରେ ବୁଲିବା ସହ ମାଟିରେ ଚାଲୁଥିଲେ । କାରଣ ଏହା ଦ୍ବାରା ଚାପମୁକ୍ତ ରହିବା ସହ ନିଦ ଭଲ ହେଉଥିଲା । ତାଙ୍କର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥିଲା ।

author-image
Manasranjan Mohanty
ଅଦ୍ୟତନ ହୋଇଛି
103 Year Old Man

103 Year Old Man

ମାଇକ ଫ୍ରେମୋଣ୍ଟ । ବୟସ ତାଙ୍କୁ ୧୦୩ ବର୍ଷ । ସେ ୟୁନାଇଟେଡ ଷ୍ଟେଟର ଓହିୟୋର ବାସିନ୍ଦା । ତାଙ୍କ କାହାଣୀ ଆପଣଙ୍କୁ ଏକ ସୁସ୍ଥ ଜୀବନ ବଞ୍ଚିବାର ପ୍ରେରଣା ଦେବ । ମାଇକ ଏହି ବୟସରେ କେବଳ ବଞ୍ଚିନାହାନ୍ତି ଜୀବନକୁ ଜିଉଁଛନ୍ତି । ଏହି ବୟସରେ ଅନେକ ଲୋକ ଧିର ପଡିଯାଆନ୍ତି । କିଛି ବି କରିବାକୁ ଭଲ ପାଆନ୍ତି ନାର୍ହି କିନ୍ତୁ ମାଇକ ସିଢ଼ି ଚଢୁଛନ୍ତି, ଡଙ୍ଗା ଚଲାଉଛନ୍ତି । ଆଜି ବି ନିଜ କାମ ନିଜେ କରୁଛନ୍ତି ।

Advertisment

ଜାଣିଲେ ଆଶ୍ଚର୍ଯ୍ୟ ହେବେ ୯୮ବର୍ଷ ପର୍ଯ୍ୟନ୍ତ ସେ ଗେ।ଟିଏ ଦିନରେ ୧୦ ମାଇଲ ଯାଏ ଦୌଡୁଥିଲେ । ୧୦୩ ବର୍ଷ ବୟସରେ ଏଭଳି ଫିଟ ରହିବା ପଛରେ ରହିଛି ଅନୁଶାସନ, ସାଧାସିଧା ଜୀବନ ଓ ପ୍ରକୃତି ସହ ଜଡିତ ଲାଇଫଷ୍ଟାଇଲ।

ଅଧିକ ପଢନ୍ତୁ: ବର୍ଷା ଋତୁରେ ମନ ଖରାପ ଲାଗୁଛି, ଦେହ ଅବଶ ଲାଗୁଛି...କାହିଁକି ଏମିତି ହୁଏ ?

Advertisment

ପ୍ଲାଣ୍ଟ ବେସଡ୍ ମାକ୍ରୋବାୟୋଟିକ ଡାଏଟ୍

୬୯ବର୍ଷରେ ମାଇକ କ୍ୟାନସରେ ପିଡୀତ ଥିବା ଜାଣିବାକୁ ପାଇଥିଲେ । ଯଦି ସେ ସର୍ଜରୀ ନକରନ୍ତି ତେବେ ମାଇକ ୩ମାସ ବଞ୍ଚିବେ ବୋଲି ଡାକ୍ତର କହିଥିଲେ । ଜଣେ ୟୁ-ଟ୍ୟୁବରଙ୍କ ସହ ସାକ୍ଷାତକାରରେ ସେ ଏହାର ଖୁଲାସା କରିଥିଲେ । କିନ୍ତୁ ସେ ଭାଗ୍ୟ ଉପରେ ସବୁକିଛି ନଛାଡି ଜୀବନ ସହ ସଂଘର୍ଷ କରି ବଞ୍ଚିବାର ନିଷ୍ପତ୍ତି ନେଇଥିଲେ ।

ସେ ଏକ ପ୍ଲାଣ୍ଟ ବେସଡ୍ ମାକ୍ରୋବାୟୋଟିକ ଡାଏଟ୍ ଫଲୋ କରିଥିଲେ । ଏହି ଡାଏଟ ଶରୀରରେ କ୍ୟାନସରକୁ ରୋକିବାରେ ସାହାଯ୍ୟ କରେ । ଏହି ଡାଏଟକୁ ପ୍ରସ୍ତୁତ କରିଥିଲେ ମିଶିୟୋ କୁସି । ଏହି ଡାଏଟ ଫଲୋ କରି ମାଇକଙ୍କ କ୍ୟାନସର ଭଲ ହେବା ସହ ଜଏଣ୍ଟ ପେନ୍ ବି ଭଲ ହୋଇଯାଇଥିଲା ।

ସାଧାରଣତଃ ଯେତେବେଳେ ଜଣେ ଜାଣିବାକୁ ପାଇଥାଏ ସେ କ୍ୟାନ୍ସରରେ ପିଢୀତ ତା ଦୁନିଆ ବଦଳିଯାଏ । ମାନସିକ ସ୍ତରରେ ଭାଙ୍ଗିପଡେ କାରଣ ସେ ଜାଣିଥାଏ ବେଶୀ ଦିନ ଆଉ ବଞ୍ଚିବ ନାହିଁ । କ୍ୟାନସର ଚିକିତ୍ସାରେ ଶରୀର ଦୁର୍ବଳ ହେଇଯାଏ । ଶରୀରର ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ । କ୍ୟାନସରରେ ପିଡୀତ ଲୋକ ଅତିକମରେ ୩ରୁ୪ ବର୍ଷ କିମ୍ବା ଅତିବେଶୀରେ ୭ରୁ ୮ ବର୍ଷ ବଞ୍ଚିଥାଏ ।

କିନ୍ତୁ ମାଇକ ଏଥିରେ ବ୍ୟତିକ୍ରମ । ୬୯ବର୍ଷରେ ଜାଣିବାକୁ ପାଇଲେ ସେ କ୍ୟାନସରରେ ପିଡୀତ । ଜୀବନ ସହ ସଂଘର୍ଷ କରି ସେ କ୍ୟାନସରରୁ ମୁକ୍ତ ହେବା ସହ ୧୦୩ ବର୍ଷ ବୟସରେ ବି ଫିଟ୍ ଅଛନ୍ତି । ପାଖାପାଖି ୩୦ବର୍ଷରୁ ଅଧିକ ସମୟ ହେବ ସେ ଏକ ସୁସ୍ଥ ଜୀବନ ବଞ୍ଚୁଛନ୍ତି । 

ଖାଦ୍ୟ ହିଁ ମେଡିସିନ ପାଲଟିଲା

୧୯୯୪ରୁ ମାଇକ ପ୍ଲାଣ୍ଟ ବେସଡ୍ ଡାଏଟ ଫଲୋ କରୁଛନ୍ତି । ବହୁତ ସାଧାସିଧା ଖାଇବା । ଉଷୁନା ଭାତ, ପରିବା ସିଝା ଓ ଆଉ କିଛି ବିନ୍ସ ମଞ୍ଜି । ତେବେ ବିଶେଷ କରି ମଞ୍ଜି ଜାତୀୟ ଖାଦ୍ୟପଦାର୍ଥରେ ବହୁ ପରିମାଣର ଫାଇବର, ପ୍ରୋଟିନ ଓ ଫାଇଟୋକେମିକାଲ୍ସ ଥାଏ ।

ଏହା କ୍ୟାନ୍ସସର ହେବାର ସମ୍ଭାବନାକୁ କମାଇଥାଏ । ପ୍ରୋସେସଡ୍ ସୁଗାର, ମାଂସ, କ୍ଷୀର ଜାତୀୟ ଦ୍ରବ୍ୟ ଓ ପ୍ୟାକେଜଡ୍ ଫୁଡ୍ ସେ ଖାଆନ୍ତି ନାହିଁ । ସେ ଖାଦ୍ୟକୁ କଞ୍ଚା ଖାଇଥାଆନ୍ତି ନହେଲେ ସିଝେଇକି ଖାଇଥାଆନ୍ତି । ତେଲ, ଡିପ ଫ୍ରାଏ ଖାଦ୍ୟ ସେ ଖାଆନ୍ତିନାହିଁ ।

ହାଲକାଫୁଲକା ଏକ୍ସରସାଇଜ

ମାଇକ ୯୮ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଦିନରେ ୧୦ ମାଇଲ ଯାଏ ଦୌଡୁଥିଲେ । ସପ୍ତାହରେ ତିନି ଦିନ ସେ ଏଭଳି କରୁଥିଲେ । ମାଇକ ଦିନକୁ ୪୮ଥର ସିଢ଼ି ବି ଚଢୁଥିଲେ । ଏବେ ଏହି ବୟସରେ ସେ ନିଜ ଡଙ୍ଗା ଚଲାଉଛନ୍ତି ଓ ହାଲକାଫୁଲକା ଏକ୍ସରସାଇଜ ବି କରୁଛନ୍ତି । ତାଙ୍କ ପାଇଁ ଏସବୁ କରିବା ଗୋଟେ କାମ ନୁହଁ । ଯେଭଳି ନିଶ୍ବାସ ପ୍ରଶ୍ବାସ ନେଉଛନ୍ତି ସେହିଭଳି ନିଜକୁ ଗତିଶୀଳ ରଖିବା ଦରକାର ବୋଲି କୁହନ୍ତି ମାଇକ ।

ସିଡିସି ଅନୁସାରେ ପ୍ରତ୍ୟେକ ଦିନ ଶାରିରୀକ ପରିଶ୍ରମ କରିବା ଦ୍ବାରା ବୟସ ବଢ଼ିବା ପ୍ରକ୍ରିୟା ଧିର ହୋଇଥାଏ । ସେ କେବେ କୌଣସି ଟ୍ରେଣ୍ଡ ଫଲୋ କରିନାହାନ୍ତି କି ୱାର୍କ ଆଉଟ ପ୍ଲାନ କରିନାହାନ୍ତି । ସେ ପ୍ରତ୍ୟେକ ଦିନ କେବଳ ଆକ୍ଟିଭ ରହିବାକୁ ଚେଷ୍ଟା କରିଥାଆନ୍ତି ।

ଦିନକୁ ୮ରୁ ୯ଘଣ୍ଟା ଶୋଇବା

ଶୋଇବାରେ ପ୍ରାୟ ଲୋକ ଅବହେଳା କରିଥାଆନ୍ତି । କିନ୍ତୁ ମାଇକ ରାତିରେ ୮ରୁ ୯ ଘଣ୍ଟା ଶୋଇଥାଆନ୍ତି । ମୋବାଇଲରେ ଆଲାର୍ମ ଦିଅନ୍ତ ନାହିଁ କି ଶୋଇବା ଆଗରୁ ମୋବାଇଲ ଦେଖନ୍ତି ନାହିଁ । ସେ କେବଳ ଶାନ୍ତିରେ ବିନା କୌଣସି ବାଧାରେ ଶୋଇଥାଆନ୍ତି ।

ରିସର୍ଚ୍ଚ କହୁଛି ଭଲ ନିଦ ଶରୀର ପାଇଁ ନିହାତି ଦରକାର । କାରଣ ଶୋଇବା ସମୟରେ ଶରୀର ଭିତରେ ବିଭିନ୍ନ ସେଲର ମରାମତି ହୋଇଥାଏ । ସେଥିପାଇଁ କୁହାଯାଏ ରାତିରେ ହାଲକା ଖାଇବା ଆବଶ୍ୟକ ।

ପ୍ରକୃତି ସହ ବଞ୍ଚୁଥିଲେ

ମାଇକ ଡାକ୍ତରଙ୍କ ପାଖକୁ ବେଶୀ ଯାଇନାହାନ୍ତି ବୋଲି ଗର୍ବ କରନ୍ତି ନାହିଁ । ସେ ବେଶୀ ଡାକ୍ତରଙ୍କ ଆବଶ୍ୟକତା ଲୋଡି ନାହାନ୍ତି । ଖାଦ୍ୟ ସବୁ କିଛି ଠିକ କରିଦିଏ । ସେ ପ୍ରକୃତି ସହ ଯୋଡି ହୋଇରହିଲେ ।

ସେ ନିଜ ଖାଇବା ପଦାର୍ଥ ନିଜେ ଚାଷ କରୁଥିଲେ । ଜୀବାଣୁ ମୁକ୍ତ ପାଣି ପିଉଥିଲେ । ଖାଇବାରେ ରାସାୟନିକ ପଦାର୍ଥକୁ ଯଥା ସମ୍ଭବ ଦୂରେଇ ରଖୁଥିଲେ । ପାହାଡ ଜଙ୍ଗଲରେ ବୁଲିବା ସହ ମାଟିରେ ଚାଲୁଥିଲେ । କାରଣ ଏହା ଦ୍ବାରା ସେ ଚାପମୁକ୍ତ ରହିବା ସହ ନିଦ ଭଲ ହେଉଥିଲା । ତାଙ୍କର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥିଲା ।

କ୍ୟାନସର ଭଲ ହେବା, ଜଏଣ୍ଟ ପେନ୍ ରୁ ମୁକ୍ତି ମିଳିବା ହଠାତ ହୋଇଯାଇନଥିଲା । ଏଥିପାଇଁ ଏକ ଲମ୍ବା ସମୟ ଲାଗିଥିଲା । ହେଲଥି ଲାଇଫଷ୍ଟାଇଲ, ଖାଇବା ପିଇବା ଓ ନିୟମିତ ଏକ୍ସରସାଇଜ ସବୁକିଛି ଧିରେ ଧିରେ ଅସମ୍ଭବକୁ ସମ୍ଭବ କରିଥିବା ମାଇକ ଫ୍ରେମୋଣ୍ଟ ଦାବି କରନ୍ତି ।

ଅଧିକ ପଢନ୍ତୁ: କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ ? ବାରମ୍ବାର ଭୁଲି ଯାଉଛନ୍ତି କି ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

Cancer Lifestyle Runner
Advertisment
Related Articles
Advertisment