ବାବା ବୁଲେଟ୍ ବି ଚଲାନ୍ତି। ବୁଲେଟରେ ମାତ୍ର ୪୫ ମିନିଟ୍ରେ ପ୍ରତାପଗଡ଼ରୁ ପ୍ରୟାଗରାଜ ପହଞ୍ଚିଛନ୍ତି। କେହି ତାଙ୍କୁ କୌଣସି ପ୍ରଶ୍ନ କଲେ ସେ ଲିଖିତ ଆକାରରେ ଉତ୍ତର ଦିଅନ୍ତି। ଗତ ୪୧ ବର୍ଷ ଧରି ବାବାଙ୍କ ପାଟିରୁ ଗୋଟିଏ ବି ଶବ୍ଦ ବାହାରିନି। କିନ୍ତୁ ତାଙ୍କ ପଢା ମାଧ୍ୟମରେ ଅନେକ ଛାତ୍ର ସିଭିଲ୍ ସର୍ଭିସ୍ ଏବଂ ଷ୍ଟେଟ୍ PCS ରେ ସଫଳତା ପାଇଛନ୍ତି।
ପ୍ରବଳ ଶୀତରେ ଲୋକମାନେ ଘରୁ ବାହାରି ପାରୁନଥିବା ବେଳେ ଏହି ସାଧୁ ପ୍ରତିଦିନ ଭୋର୍ ୪ଟାରେ ୬୧ ଗରା ଥଣ୍ଡା ଜଳରେ ସ୍ନାନ କରୁଛନ୍ତି । ସେ ଏକ ସ୍ଥାନରେ ବସୁଛନ୍ତି ଓ ତାଙ୍କର ସହଯୋଗୀମାନେ ଥଣ୍ଡା ପାଣି ଢାଳୁଛନ୍ତି । ଦେହରେ ବିଭୂତି ବୋଳି ହୋଇ ନିଆଁ ପାଖରେ ପ୍ରାଣାୟାମ କରିବା ପରେ ସେ ଥଣ୍ଡା ପାଣିରେ ସ୍ନାନ କରୁଛନ୍ତି ।
କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡ଼ାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ ।
ପୁଣ୍ୟୋତୟା ଗଂଗା, ପାପନାଶିନୀ ଯମୁନା ଓ ଅଦୃଶ୍ୟ ସରସ୍ବତୀ ନଦୀଙ୍କ ମିଳନସ୍ଥଳୀରେ ଲାଗିବ ବିଶ୍ବର ସବୁଠୁ ମହାମେଳା କୁମ୍ଭମେଳା । ସାଧୁସନ୍ଥଙ୍କ ରାଜକୀୟ ସ୍ନାନ ପାଇଁ ସଜେଇ ହେଲାଣି ସଙ୍ଗମ ସ୍ଥଳ ତ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ପାପ ଧୌତ ଅପେକ୍ଷାରେ ତୀର୍ଥରାଜ ପ୍ରୟାଗ ।

ଶ୍ରଦ୍ଧାଳୁଙ୍କୁ ସବୁ ପ୍ରକାର ସୁବିଧା ପହଞ୍ଚାଇବା ଆମ ସରକାରଙ୍କ ଦାୟିତ୍ୱ । ପୂଜାର୍ଚ୍ଚନା ସହ ଅକ୍ଷୟ ବଟ ପରିକ୍ରମା କଲେ ପ୍ରଧାନମନ୍ତ୍ରୀ ।