Advertisment

Mahakumbh is MrutyuKumbh: ପୁଣି ଥରେ ମମତାଙ୍କ ହିନ୍ଦୁ ବିରୋଧୀ ଚେହେରା ସାମ୍ନାକୁ ଆସିଲା, ମହାକୁମ୍ଭକୁ କହିଲେ ମୃତ୍ୟୁ କୁମ୍ଭ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହିନ୍ଦୁ ବିରୋଧୀ ଚେହେରା ପୁଣି ଥରେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭକୁ ସେ ମୃତ୍ୟୁ କୁମ୍ଭ ବଲି କହିବାକୁ ପଛାଇ ନାହାନ୍ତି। ମମତାଙ୍କ ଏଭଳି ବୟାନକୁ ସମସ୍ତେ ନିନ୍ଦା କରିଛନ୍ତି। ନିୟମିତ ଭାବରେ ହିନ୍ଦୁ ଧର୍ମ ଓ ପୂଜା ପର୍ବାଣୀ ବିପକ୍ଷରେ ମତ ଦେଉଥିବା ମମତାଙ୍କ ହିନ୍ଦୁ ବିରୋଧୀ ବୋଲି କହିଛନ୍ତି ମହାମଣ୍ଡଳେଶ୍ବର ଇଶ୍ବର ଦାସ ମହାରାଜ।

author-image
Saroj Kumar Jena
Mahakumbh

Mahakumbh

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହିନ୍ଦୁ ବିରୋଧୀ ଚେହେରା ପୁଣି ଥରେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭକୁ ସେ ମୃତ୍ୟୁ କୁମ୍ଭ ବଲି କହିବାକୁ ପଛାଇ ନାହାନ୍ତି। ମମତାଙ୍କ ଏଭଳି ବୟାନକୁ ସମସ୍ତେ ନିନ୍ଦା କରିଛନ୍ତି। ନିୟମିତ ଭାବରେ ହିନ୍ଦୁ ଧର୍ମ ଓ ପୂଜା ପର୍ବାଣୀ ବିପକ୍ଷରେ ମତ ଦେଉଥିବା ମମତାଙ୍କ ହିନ୍ଦୁ ବିରୋଧୀ ବୋଲି କହିଛନ୍ତି ମହାମଣ୍ଡଳେଶ୍ବର ଇଶ୍ବର ଦାସ ମହାରାଜ। ମମତା ନିୟମିତ ଭାବରେ ସନାତନ ଧର୍ମକୁ ନୀଚା ଭାବରେ ଦେଖାଇବାକୁ ପ୍ରୟାସ କରିଥାନ୍ତି ବୋଲି ସେ କହିଛନ୍ତି। ଦୀର୍ଘ ୧୪୪ ବର୍ଷ ପରେ ପ୍ରୟାଗରାଜରେ ମହାକୁମ୍ଭ ପଡିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି। ପଶ୍ଚିମବଙ୍ଗ ବିଧାନସଭାରେ ନିଜ ଅଭିଭାଷଣ ସମୟରେ ମମତା ଏହି ବୟାନ ଦଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ବିଜେପିର ମେଗା ପ୍ଲାନ୍ ; କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ ଏବଂ ବିଧାୟକ

ମହାକୁମ୍ଭରେ ଅସମ୍ଭାଳ ଭିଡ କାରଣରୁ ମୌନୀ ଅମାବାସ୍ୟାରେ ଦଳାଚକଟା ହୋଇ ୩୦ ଜଣଙ୍କ ପ୍ରାଣହାନି ଘଟିଥିଲା। ସରକାରୀ ଭାବରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହା ଯାଉଥିଲେ ମଧ୍ୟ ବାସ୍ତବ ସଂଖ୍ୟା ଏହା ଠାରୁ ଅଧିକ। ଶହ ଶହ ହଜାର ହଜାର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟାକୁ ଲୁଚେଇବାକୁ ସମସ୍ତ ପ୍ରୟାସ କରାଯାଇଛି। ସେହିପରି ନିକଟରେ ଦିଲ୍ଲୀ ଷ୍ଟେସନରେ ମହାକୁମ୍ଭ ଟ୍ରେନ ପାଇଁ ଦଳାଚକଟା କାରଣରୁ ୧୮ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାକୁମ୍ଭକୁ ମୃତ୍ୟୁର କୁମ୍ଭ ବୋଲି କହିଥିଲେ।

Advertisment

ନିକଟରେ ଆସିଥିବା ରିପୋର୍ଟ ଅନୁସାରେ ସାଧାରଣତଃ ପାଣିରେ ଥିବା ବ୍ୟାକ୍ଟେରିଆ ଅପେକ୍ଷା କୁମ୍ଭ ପାଇଁ ନଦୀରେ ଥିବା ବ୍ୟାକ୍ଟେରିଆ ସଂଖ୍ୟା ଢେର ଅଧିକ। ଏହାକୁ ମଧ୍ୟ ମମତା ସମାଲୋଚନା କରିଥିଲେ। ମମତାଙ୍କ ବୟାନକୁ ବିଭିନ୍ନ ସନ୍ଥ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା। ପଞ୍ଚଦଶନମ ଆହ୍ବାନ ଆଖଡାର ମହାମଣ୍ଡଳେଶ୍ବର ଅରୁଣ ଗିରି ଏହାକୁ ସମାଲୋଚନା କରିଛନ୍ତି। ହିନ୍ଦୁ ସନାତନୀଙ୍କ ପାଇଁ ପଶ୍ଚିମବଙ୍ଗ ମୃତ୍ୟୁର ପ୍ରଦେଶ ପାଲଟି ସାରିଥିବା ବେଳେ ମମତାଙ୍କ ବୟାନ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି।

ପ୍ରୟାଗରାଜର ସାଂସଦ ରହିଥିବା ଅମ୍ରିତ ପର୍ବ ମଧ୍ୟ ମମତାଙ୍କୁ ସମାଲୋଚନା କରିଛନ୍ତି। ଏତେ ବଡ ଭବ୍ୟ ଆୟୋଜନ ହୋଇଥିବା ବେଳେ ଏଭଳି ବୟାନ ଗ୍ରହଣୀୟ ନୁହେଁ। ସମାନ ଭାବରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମମତାଙ୍କ ବୟାନବାଜିକୁ ନିନ୍ଦା କରିଛନ୍ତି। ମମତା ନିଜ ରାଜ୍ୟ ସମ୍ଭାଳନ୍ତୁ। ଉତ୍ତର ପ୍ରଦେଶକୁ କିଭଳି ଚଲାଇବାକୁ ହେବ ତାହା ମୋତେ ଜଣା ବୋଲି କହିଥିଲେ ଯୋଗୀ ଆଦିତ୍ୟନାଥ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମହା ଲଢେଇରେ କେମିତି ହେଲା ବିଜେପିର ଜିତ?

Mamata Banerjee Yogi Adityanath Kumbh Mela
Advertisment
Advertisment