Advertisment

Kumbha Mela Monalisa: ବଦଳିଗଲା ମୋନାଲିସାଙ୍କ ଲୁକ୍ ! ସଟ୍ ବଡିକନ୍ ଡ୍ରେସ୍‌ରେ ଜଲୱା !

ମହାକୁମ୍ଭ ୨୦୨୫ରେ ବିଭିନ୍ନ ବାବାମାନଙ୍କ ବ୍ୟତୀତ ସବୁଠାରୁ ଯିଏ ଅଧିକ ଚର୍ଚ୍ଚାରେ ରହିଛି ସେ ଇନ୍ଦୋରର ମହେଶ୍ୱର ଗାଁରେ ରହୁଥିବା ମୋନାଲିସାଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଏବେ ତାଙ୍କୁ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Kumbha Mela monalisa viral in short dress

Kumbha Mela monalisa viral in short dress

ସୋସିଆଲ ମିଡିଆର କେତେ ଶକ୍ତି, ତାହା ବର୍ତ୍ତମାନ କହିବାର କୌଣସି ଆବଶ୍ୟକତା ନାହିଁ। ନିଜର ହିଡେନ୍ ଟାଲେଣ୍ଟକୁ ସୋସିଆଲ ମିଡିଆରେ ଆଣି ଅନେକ ଲୋକ ପ୍ରସିଦ୍ଧ ହୋଇଛନ୍ତି। ଢିଞ୍ଚେକ୍ ପୂଆ, ରାନୁ ମଣ୍ଡଳ, ଭଡା ପାୱ ଗର୍ଲ ଠାରୁ ଆରମ୍ଭ କରି ଆଇଟି ବାବା ପର୍ଯ୍ୟନ୍ତ ଏପରି ଅନେକ ନାଁ ଅଛି ଯେଉଁମାନେ ସୋସିଆଲ ମିଡିଆ ଦ୍ୱାରା ରାତାରାତି ତାରକା ହୋଇଯାଇଛନ୍ତି।

Advertisment

ମହାକୁମ୍ଭ ୨୦୨୫ରେ ବିଭିନ୍ନ ବାବାମାନଙ୍କ ବ୍ୟତୀତ ସବୁଠାରୁ ଯିଏ ଅଧିକ ଚର୍ଚ୍ଚାରେ ରହିଛି ସେ ଇନ୍ଦୋରର ମହେଶ୍ୱର ଗାଁରେ ରହୁଥିବା ମୋନାଲିସାଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Advertisment

ମାଳା ବିକ୍ରି କରିବା ପାଇଁ ମୋନାଲିସା କୁମ୍ଭମେଳାକୁ ଯାଇଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ସେ ଏକ ନୂଆ ସେନ୍‌ସେସନ ହୋଇଥିଲେ। ବର୍ତ୍ତମାନ ଆଉ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଥିରେ ମୋନାଲିସାଙ୍କ ଲୁକ୍ ବଦଳିଯାଇଥିବାର ଦେଖାଯାଉଛି।

ନୀଳ ନୀଳ ନିଶାଳିଆ ଆଖି… ଆଖିର ଚାହାଣୀ… ଗୋଲାପ ପାଖୁଡା ପରି ଓଠ ସହିତ ଦେଶୀ ଲୁକ୍‌ରେ ହାତରେ ଭିନ୍ନ ଭିନ୍ନ ମାଳା ଧରିଥିବା ମୋନାଲିସାର ସରଳ ଲୁକ୍ ସୋସିଆଲ ମିଡିଆରେ ଚହଳ ଖେଳାଇ ଦେଇଥିଲା। ତାଙ୍କ ପଛରେ ଲାଗିଯାଇଛି ଶ୍ୟାମଳୀ ସୁନ୍ଦରୀ ଟ୍ୟାଗ୍।

କିନ୍ତୁ ନିକଟରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମୋନାଲିସାର ଲୁକ୍ ବଦଳିଯାଇଥିବା ଦେଖାଯାଉଛି। ଏହା ଦେଖିବା ପରେ ନେଟିଜେନ୍‌ମାନେ କହୁଛନ୍ତି, “ବଲିଉଡ ହିରୋଇନ୍‌ମାନେ ବି ପଛରେ ପଡିଯିବେ”। ତେବେ ଏହା ପଛରେ କ’ଣ ରହିଛି ରହସ୍ୟ ଆସନ୍ତୁ ଜାଣିବା।

ମୋନାଲିସାଙ୍କ ଦେଶୀ ଲୁକ୍ ଦେଖିବା ପରେ ତାଙ୍କୁ ରାତାରାତି 'ଭାଇରାଲ୍ ଗାର୍ଲ' କୁହାଯିବା ଆରମ୍ଭ ହେଲା। ମହାକୁମ୍ଭର ଆନନ୍ଦ ମଧ୍ୟରେ ସେ ଲୋକପ୍ରିୟତା ହୋଇଗଲା।

ନିଜର ଲୋକପ୍ରିୟତା ଦେଖି ପ୍ରଥମେ ପ୍ରଥମେ ସେ ବହୁତ ଖୁସି ହେଉଥିବା ବେଳେ ପରେ ଏହା ଭାରି ପଡିଲା। ଯେତେବେଳେ ଲୋକମାନେ ମୋନାଲିସାଙ୍କ ସହ ସେଲ୍‌ଫି ନେବା ପାଇଁ ଦିନରାତି ଲାଇନ୍ ଗଲାଇଲେ, ସେତେବେଳେ ସେ ଏବଂ ତାଙ୍କ ପରିବାର ସମସ୍ତେ ବିରକ୍ତ ହୋଇଥିଲେ ତେଣୁ ସେ ମହାକୁମ୍ଭ ଛାଡି ନିଜ ଘରକୁ ପଳେଇଲେ। ବର୍ତ୍ତମାନ ଅନେକ ଫିଲ୍ମ ନିର୍ମାତା ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି ଖବର ଆସୁଛି।

ଏହି ଖବର ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ମୋନାଲିସା ଏକ ସୁନ୍ଦର ଲାଲ ରଙ୍ଗର ବଡିକନ୍ ଡ୍ରେସରେ ନଜର ଆସିଛନ୍ତି। ଭିଡିଓରେ ସେ ପାହାଡର କୌଣସି ଏକ ନଦୀ କୂଳରେ ‘ଲହରାତୀ ବଲଖାତି’ ଗୀତରେ ନାଚୁଥିବା ନଜର ଆସିଛନ୍ତି।


ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

ଏହି ଭିଡିଓ ଦେଖିବା ପରେ ନେଟିଜେନ୍‌ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୋନାଲିସାଙ୍କ ଏହି ଘାତକ ଲୁକ୍ ଦେଖି ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ଏହାରି ଭିତରେ ଅନେକ ମଧ୍ୟ ଅନୁମାନ କରୁଛନ୍ତି ଯେ ଏହା ବାସ୍ତବ ନୁହେଁ।

ଭିଡିଓ ଦେଖିବା ପରେ ଜଣେ ମତ ଦେଇ ଲେଖିଛନ୍ତି – ଏ କ’ଣ! ମୋନାଲିସାଙ୍କ ଚେହେରା ବଦଳିଗଲା? ଆଉ ଜଣେ ଲେଖିଛନ୍ତି – ଷ୍ଟାରଡମ୍‌ର ପ୍ରଭାବ... ଅନ୍ୟ ଜଣେ ଲେଖିଛନ୍ତି – AI ର ଅପବ୍ୟବହାର ହେଉଛି। ସେହିପରି ଆଉ ଜଣେ ଲେଖିଛନ୍ତି – ଫିଲ୍ମ ପାଇବା ଏହାର ପ୍ରଭାବ, ମୋନାଲିସା ଏତେ ବଦଳି ଗଲା!

ଯଦି ଆପଣ ମଧ୍ୟ ଏହି ଭିଡିଓକୁ ବାସ୍ତବ ବୋଲି ଭାବୁଛନ୍ତି, ତେବେ ଭିଡିଓର କ୍ୟାପ୍‌ସନ୍ ପଢିବା ପରେ, ତଳେ ଲେଖାଯାଇଥିବା ଡିସ୍‌କ୍ଲେମର୍‌କୁ ମଧ୍ୟ ଭଲ ଭାବରେ ଦେଖନ୍ତୁ। ପ୍ରକାଶଥାଉ ଯେ ଏହା ମୋନାଲିସାଙ୍କ ପ୍ରକୃତ ଭିଡିଓ ନୁହେଁ। ଭିଡିଓ ପୋଷ୍ଟ କରିବା ସହିତ ଏମିତି ଏକ ଡିସ୍‌କ୍ଲେମର୍‌ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଭାଇରାଲ ଗାର୍ଲ ମୋନାଲିସାଙ୍କ ଟେଣ୍ଟରେ ବଳପୂର୍ବକ ପଶିଲେ ଯୁବକ, ଆଉ ତା'ପରେ...

Kumbh Mela Viral Video Maha Kumbh Mela Mahakumbh Monalisa
Advertisment
Advertisment