ଘଟଣା ସମୟରେ ଛାତ୍ର ଛାତ୍ରୀଙ୍କୁ ମାଡ ମାରିଥିବା କର୍ମଚାରୀ ଓ ସିକ୍ୟୁରିଟ ଗାର୍ଡଙ୍କୁ ପଚରା ଉଚୁରା ଆରମ୍ଭ କରିଛନ୍ତି। କିଟ୍ କିଭଳି ଲୋକାଲ ଗୁଣ୍ଡାଙ୍କୁ ବ୍ୟବହାର କରିଥିଲେ ସେ ସମୟରେ ଜାଣିବାକୁ ଚାହିଁଛନ୍ତି କମିଟି।
ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନାହାନ୍ତି? ସରକାରଙ୍କ ବହୁ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ପତ୍ନୀମାନେ ସେଠାରେ କାମ କରୁଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ଅଛି କି?
କିଟ୍ କର୍ତ୍ତୃପକ୍ଷଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ। ସବୁ ସମସ୍ୟାର ସମାଧାନ ଥାଏ। ସମ୍ବେଦନତାର ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା ବୋଲି ମନ୍ତ୍ରୀ କହିଛନ୍ତି ।
ନେପାଳୀ ଛାତ୍ରୀ ମୃତ୍ୟୁ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ମାରପିଟ୍, ବହିଷ୍କାର ଘଟଣାର ତଦନ୍ତ ଆରମ୍ଭ କଲା ଉଚ୍ଚସ୍ତରୀୟ କମିଟି । କିଟ୍ କ୍ୟାମ୍ପସକୁ ଯାଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ପଚାରଉଚରା କଲା ।
ଛାତ୍ରୀ ଜଣକ କହିଛନ୍ତି ତାଙ୍କୁ ଭୀଷଣ ଜ୍ୱର ହୋଇଥିବା ସତ୍ତ୍ୱେ ତାଙ୍କୁ ବିଦା କରାଯାଇଥିଲା । ଛାତ୍ରୀ ଜଣକ ଆହୁରି କହିଛନ୍ତି ଆମେ ଅଧା ରାସ୍ତାରୁ କେମିତି ଫେରିବୁ ? ଆପଣ ଜାଣିଛନ୍ତି ନେପାଳ କେଉଁଠି ?
କିଟ୍ କାଣ୍ଡକୁ ନେଇ ଥମୁନି ତାତି କିଟ୍ କାଣ୍ଡକୁ ନେଇ ଥମୁନି ତାତି । କ୍ୟାମ୍ପସରୁ ଆସେମ୍ବ୍ଲି, ଓଡ଼ିଶାରୁ ନେପାଳ.. ସବୁଠି ଅସନ୍ତୋଷ, ସବୁଠି ବିରୋଧ। ଏପରିକି କିଟ୍ ମୁଖ୍ୟ ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଗିରଫଦାରି ଦାବି କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ। ଏଣେ ଅଚ୍ୟୁତ କିନ୍ତୁ ଏହି ପ୍ରସଙ୍ଗରେ ଏଯାଏଁ ମୁହଁ ଖୋଲିବାକୁ ନାରାଜ। ଏହାରି ଭିତରେ ଆଜି ନେପାଳୀ କାଉନସେଲରଙ୍କ ସହ କଥା ହୋଇ ମୃତ ଛାତ୍ରୀଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ନୂଆ ନୂଆ ଭିଡ଼ିଓ କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠାଉଛି । କିଟ୍ କ୍ୟାମ୍ପସ-୬, କୁଇନ୍ସ ହଷ୍ଟେଲର ୧୮ ନମ୍ବର ରୁମରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବା ପରେ କର୍ମଚାରୀମାନେ କବାଟ ଭାଙ୍ଗି ପଶିବାର ଭିଡିଓ ଭାଇରାଲ ହୋଇଛି ।
ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର କହିଛନ୍ତି କିଟ୍ରେ ଶିକ୍ଷା ନା ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି । କିଟ୍ ଯୋଗୁଁ ଏବେ ବିଶ୍ୱ ରେ ନିନ୍ଦିତ ହେଲାଣି ଓଡିଶା । ଗତ କିଛି ବର୍ଷରେ କିଟ୍ରେ ୧୦ ରୁ ୧୫ ଜଣ ଆତ୍ମହତ୍ୟା କଲେଣି ।
କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କରିବା ସହ କିଟ୍ ବିରୁଦ୍ଧରେ ନାରାବାଜି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡ଼ା ଶାଖା l
ବିଧାୟକ ଅମର ନାୟକ କହିଛନ୍ତି ଲକ୍ଷପତି ଦିଦି ସହାୟିକା ଯୋଜନା କରିଛନ୍ତି ସରକାର । ସରକାର ସୁଭଦ୍ରା ପରି ସବୁଠାରୁ ବଡ଼ ଯୋଜନା ମଧ୍ୟ କରିଛନ୍ତି । ସୁଭଦ୍ରା ଯୋଜନା ମାଧ୍ୟମରେ କୋଟିଏ ମହିଳାଙ୍କ ପାଖରେ ଋଣ ନୁହେଁ ସହାୟତା ପହଞ୍ଚିଛି ।
‘ମୋର ରାଗ ସେ ବାଉନ୍ସରଙ୍କ ଉପରେ ସେମାନେ କାହିଁକି ଆମ ଫରେନ୍ ଷ୍ଟୁଡେଣ୍ଟ ବାଡ଼େଇ ବାହାରେ ବୁଲୁଛନ୍ତି । ସେ ଟୋକାର ଓଡ଼ିଶାରେ ଏଡ଼େ ଦମ୍...ଆଗ ତା ବାପାକୁ ବାନ୍ଧ।’
ନେପାଳୀ ଛାତ୍ରଛାତ୍ରୀ ଭୟଭୀତ ଓ ଫେରାଇ ଆଣିବା ନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଚାଲି ଯାଇଥିଲେ ଅଚ୍ୟୁତ ସାମନ୍ତ ।
୨୦୨୧ରୁ ୨୦୨୫ ମଧ୍ୟରେ ଗଲାଣି ଚାରି ଚାରି ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ୪ ବର୍ଷ ଭିତରେ କାହାର ଛାତରୁ ପଡ଼ି ମୃତ୍ୟୁ ହୋଇଛି ତ ପୁଣି କିଏ ଝୁଲି ପଡ଼ିଛି ।
ଜମି କେଳେଙ୍କାରୀକୁ ନେଇ ପୂର୍ବତନ ସାଂସଦଙ୍କ ଅଚ୍ୟୁତଙ୍କ ନାଁରେ ଥିଲା ପୁଳା ପୁଳା ଅଭିଯୋଗ । କିନ୍ତୁ ଅଭିଯୋଗର ତଦନ୍ତ ତ ଦୂରର କଥା ଏସବୁ ଜମିକୁ କ୍ଷମତାର ଅପବ୍ୟବହାର ନିଜ ସଂସ୍ଥା ନାଁରେ ଅତି ଚାଲାକ ଭାବେ କରାଇ ନେଉଥିଲେ ସେ ।
ଏବେ ଆଉ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ହଷ୍ଟେଲ ରୁମ୍ କବାଟ ଭାଙ୍ଗୁଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ। କୁହାଯାଉଛି ଇଏ ହେଉଛି ନେପାଳୀ ଛାତ୍ରୀ ମୃତ୍ୟୁବରଣ କରୁଥିବା ହଷ୍ଟେଲ୍ ରୁମ୍ର ଭିଡିଓ ।
୯୦ ପ୍ରତିଶତ ନେପାଳୀ ପିଲା ଘରକୁ ପଳାଇ ଯାଇଛନ୍ତି । ଏବେ ଫେରିବା ପାଇଁ ମୋବାଇଲ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି । ଯେ ପର୍ଯ୍ୟନ୍ତ ସୁରକ୍ଷିତ ଅନୁଭବ କରିନୁ, ସେପର୍ଯ୍ୟନ୍ତ ହଷ୍ଟେଲ ଫେରିବୁ ନାହିଁ ବୋଲି ଗଣମାଧ୍ୟମ ସାମ୍ନାରେ ଛାତ୍ରଛାତ୍ରୀ କହିଥିଲେ ।
ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଅଶାନ୍ତ କିଟ୍ କ୍ୟାମ୍ପସ୍ । ଘଟଣାକୁ ୪୮ ଘଣ୍ଟା ପୂରିଥିବାବେଳେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ।ପୀଡ଼ିତାଙ୍କୁ ନ୍ୟାୟ ଓ ନିରପେକ୍ଷ ତଦନ୍ତ ଦାବି କଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା କର୍ମଚାରୀ କ୍ଷମା ମାଗନ୍ତୁ । ଛାତ୍ରୀଙ୍କ ମୃତ୍ୟୁ ପଛରେ କିଟ୍ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ । ମୋ ଝିଅ ସହ ଯାହା ହେଲା, ଆଉ କାହା ସହ ନହେଉ କହିଲେ ମୃତ ଛାତ୍ରୀଙ୍କ ବାପା ।
ନିଜକୁ ସମାସଜେବୀ, ଶିକ୍ଷାବିତ ବୋଲାଉଥିବା ଅଚ୍ୟୁତ ବର୍ଷ ବର୍ଷ ଧରି ଅନ୍ୟ ଜମିକୁ ହଡ଼ପ କରି ମାଡ଼ି ବସିଛନ୍ତି। କେହି ମୁହଁ ଖୋଲିଲେ ନାଲି ଆଖି ଦେଖାଇ କଥାକୁ ଚାପି ଦିଆଯାଏ।
କେବେ ଛାତ୍ର ତ କେବେ ଛାତ୍ରୀ...ଜୀବନ ହାରିଛନ୍ତି ନାନା କାରଣ ପାଇଁ...କିଏ ହୁଏତ ପ୍ରେମ କିମ୍ବା ଶୈକ୍ଷିକ ବିବାଦରୁ...ଆଉ କିଏ ଆର୍ଥିକ ନଚେତ ଅନ୍ୟାନ୍ୟ ସାମାଜିକ କାରଣରୁ...ଅସମୟରେ ଝଡ଼ିଯାଇଛନ୍ତି ଦେଶର ଭବିଷ୍ୟତ, ଧୂଳିସାତ ହୋଇଛି ପାଣି ଭଳି ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ନେଇ ବାପା, ମା’ ଦେଖୁଥିବା ସ୍ବପ୍ନ।
୨୦୧୭ ମସିହାରେ ବିଧାନସଭା ତଥ୍ୟ ଅନୁଯାୟୀ କିସ୍ ଆଦିବାସୀ ସ୍କୁଲ ଲାଗି ରାଜ୍ୟ ସରକାର ପ୍ରତି ମାସରେ ୭୫ ଟନ୍ ଚାଉଳ ଯୋଗାଉଛନ୍ତି। ଅର୍ଥାତ ପ୍ରତିବର୍ଷ କିସ୍କୁ ଚାଉଳ ଦେବା ବାବଦରେ ସରକାର ଖର୍ଚ୍ଚ କରୁଛନ୍ତି ପ୍ରାୟ ୨୨ କୋଟି ୫୦ ଲକ୍ଷ ଟଙ୍କା।
ଏହା KIIT, KISS ମିଷ୍ଟ୍ରିର କ୍ୟାମ୍ପସ୍। ପ୍ରୋଟେଷ୍ଟ କଲେ ବୋଲି ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଗଲା। ଏଠି କାହାକୁ ଦୟା କରି ପାଠ ପଢ଼ାଯାଉନାହିଁ। ଆହୁରି ଅନେକ ଘଟଣା KISSରେ ବି ଘଟୁଛି, ଯାହା ଚପିଯାଉଛି।
ବୟଫ୍ରେଣ୍ଡର ବ୍ଳାକମେଲ୍ ପରେ ଗୁମୁରି ଗୁମୁରି କାନ୍ଦୁଥିଲା...ଭିତରେ ଭିତରେ ଜଳୁଥିଲା...ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲା...। ବାରମ୍ବାର କାକୁତିମୀନତି ପରେ ବି, କର୍ଣ୍ଣପାତ କରିନଥିଲା କିଟ୍। ଯେଉଁ ନାମୀ କଲେଜରେ ନାଁ ଲେଖାଇବାକୁ, ଆଖିରେ ଆଖିଏ ସ୍ବପ୍ନ ନେଇ ନିଜ ଦେଶ ଛାଡ଼ିଥିଲା...ସେଇ କଲେଜର ଉଦାସୀନତା ପାଇଁ ତାକୁ ଚିରଦିନ ଲାଗି ଆଖି ବୁଜିବାକୁ ପଡ଼ିଲା।
କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ ହେଲେ। ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ ହୋଇଛନ୍ତି ।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ପିଲାମାନଙ୍କୁ ଫେରାଇ ଆଣିବା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି।
କିଟ୍ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହେଲା । କମିଟିରେ ସ୍ଥାନ ପାଇଲେ ୩ଟି ବିଭାଗର ସଚିବ ।