Advertisment

KIIT-Odisha Universities Face Scrutiny: କଲେଜ-ୟୁନିଭର୍ସିଟିରେ ନନଷ୍ଟପ୍ ଛାତ୍ରୀ ନିର୍ଯାତନା; କାହିଁକି ଆସିନି କିଟ୍ ତଦନ୍ତ ରିପୋର୍ଟ, ଉଠିଲା ପ୍ରଶ୍ନ...

କିଛି ମାସ ତଳେ କିଟ୍, ସପ୍ତାହେ ତଳେ ଏଫ୍ଏମ୍, କାଲି ଜିଏମ୍ । ନାମୀଦାମୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ କେତେ ସୁରକ୍ଷିତ ଛାତ୍ରୀ ? ହଇଚଇ ପରେ ହଡ଼କମ୍ପ, ତନାଘନା... ତା ପରେ କାହିଁକି ଚୁପ୍ ?

author-image
Sujit kumar Swain
ଅଦ୍ୟତନ ହୋଇଛି
KIIT-Odisha Universities Face Scrutiny

KIIT-Odisha Universities Face Scrutiny

କିଛି ମାସ ତଳେ କିଟ୍ ରେ ଦୁଇ ଦୁଇଜଣ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ହେଉ, ଅବା ଏଇ ସପ୍ତାହକ ଭିତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବାଲେଶ୍ବର FM କଲେଜ ଓ ସମ୍ବଲପୁର GM ୟୁନଭର୍ସିଟି ମାମଲା। ଆମ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନନଷ୍ଟପ୍ ଛାତ୍ରୀ ନିର୍ଯାତନା ଏବଂ ଆଇସିସି ଭଳି କମିଟିର ନିଷ୍କ୍ରିୟତାକୁ ନେଇ ଦେଖାଦେଇଛି ଉଦବେଗ। ସେପଟେ କାହିଁକି ଆଜି ଯାଏଁ କିଟ୍ ମାମଲାର ଉଚ୍ଚସ୍ତରୀୟ ତଦନ୍ତ କମିଟି ରିପୋର୍ଟ ସାମ୍ନାକୁ ଆସିପାରିନି, ତାକୁ ନେଇ ବି ଉପୁଜିଛି ସନ୍ଦେହ।

Advertisment

କିଛି ମାସ ତଳେ କିଟ୍, ସପ୍ତାହେ ତଳେ ଏଫ୍ଏମ୍, କାଲି ଜିଏମ୍ । ନାମୀଦାମୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ କେତେ ସୁରକ୍ଷିତ ଛାତ୍ରୀ ? ହଇଚଇ ପରେ ହଡ଼କମ୍ପ, ତନାଘନା... ତା ପରେ କାହିଁକି ଚୁପ୍ ? ସବୁକିଛି ଶାନ୍ତ, ସମସ୍ତେ ନିଦାବିଷ୍ଣୁ, ସବୁକିଛି ଯେମିତି ଠିକ୍ ଠାକ୍ ! ଫେବୃଆରୀ ୧୬... ଭୁବନେଶ୍ବରର କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ହୁଲସ୍ତୁଲ ହୋଇଥିଲା ସାରା ରାଜ୍ୟ। ସରକାର ବସାଇଲେ ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି। ଚାଲିଲା ତନାଘନା, ହାଜିରା, ପଚରାଉଚରା, କେତେ କଣ। ହରଡ଼ଘଣାରେ ପଡ଼ିଥିଲେ କିଟ୍ କର୍ତ୍ତୃପକ୍ଷ। ଏହାର ଅଢ଼େଇ ମାସ ପରେ, ପୁଣି ସେଇ କିଟ୍, ପୁଣି ସେଇ ନେପାଳୀ ଛାତ୍ରୀ, ପୁଣି ହଷ୍ଟେଲରେ ସନ୍ଦେହଜନକ ମୃତ୍ୟୁ। ଲଗାତାର ଦୁଇ ଦୁଇଟି ଅଘଟଣ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ କରିଥିବା ବେଳେ, କଣ ହେଲା ଫଳାଫଳ ? କୁଆଡ଼େ ଗଲା ତଦନ୍ତ କମିଟି ରିପୋର୍ଟ ? ଆଜି ଯାଏଁ ତାହା ସାର୍ବଜନୀନ ହୋଇନି କାହିଁକି ?

ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି, ଏହି ରିପୋର୍ଟ ଉଚ୍ଚଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରିବା ପରେ ମଧ୍ୟ ତାହା ଏପର୍ଯ୍ୟନ୍ତ ସର୍ବଜନୀନ ହୋଇପାରିନି। ଏପଟେ, ରାଜ୍ୟରେ ପୁଣି ଉଦବେଗ ସୃଷ୍ଟି କରିଛି, ଓଡ଼ିଶାର ବରପୁତ୍ରଙ୍କ ନାଁରେ ସ୍ଥାପିତ ଦୁଇ ଦୁଇଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାରୀ ଉତ୍ପୀଡ଼ନର କଳା ଅଧ୍ୟାୟ। ବାଲେଶ୍ବର ଫକୀର ମୋହନ ଅଟୋନମସ୍ କଲେଜ ଏବଂ ସମ୍ବଲପୁର ଗଙ୍ଗାଧର ମେହେର୍ ୟୁନିଭର୍ସିଟି। ତେଣୁ ପ୍ରଶ୍ନ ଉଠୁଛି, ଆମ କଲେଜ ଓ ୟୁନିଭର୍ସିଟି ଗୁଡ଼ିକରେ ଛାତ୍ରୀମାନେ କେତେ ସୁରକ୍ଷିତ ? ସେପଟେ ସମାଜସେବୀଙ୍କ କହିବା କଥା-୨୦୧୩ରୁ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିବାରଣ ଆଇନ ବା 'ପୋଶ୍ ଆକ୍ଟ' ଲାଗୁ ହେଉଛି। ICCକୁ ନେଇ ୨୦୧୬ରେ ୟୁଜିସି ପକ୍ଷରୁ ସ୍ବତନ୍ତ୍ର ନିୟମ ବି ଅଣାଯାଇଛି । ହେଲେ ଏହାର ସଠିକ୍ ମନିଟରିଂ କରାଯାଉନି। କେବଳ ଘଟଣା ଘଟିବା ପରେ ଗୁରୁତ୍ବ ଦିଆଯାଉଛି।

Advertisment

କିଟ୍ ର ପ୍ରଥମ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ଏବଂ ବାଲେଶ୍ବର FM ଘଟଣା ଭିତରେ ରହିଛି ଅନେକ ସାମଞ୍ଜସ୍ୟ। ଯାହାକି ବ୍ୟବସ୍ଥା ପ୍ରତି ଉଠାଇଛି ସମାନ ପ୍ରକାର ପ୍ରଶ୍ନ । ବାଲେଶ୍ବରରେ ଛାତ୍ରୀ ନିଜ HODଙ୍କ ବିରୋଧରେ ଫେଭର୍ ମାଗୁଥିବା ଅଭିଯୋଗ ଆଣିଥିବା ବେଳେ, କିଟ୍ ପ୍ରଥମ ଘଟଣାରେ ଛାତ୍ରୀ ଆଣିଥିଲେ ନିଜ ବୟଫ୍ରେଣ୍ଡ୍ ବିରୋଧରେ ବ୍ଲାକମେଲିଂ ଅଭିଯୋଗ। FM ପୀଡ଼ିତା ଯେଉଁଭଳି ଭାବେ ଇଣ୍ଟରନାଲ୍ କମ୍ପ୍ଲେଣ୍ଟ୍ସ କମିଟି ପାଖରେ ଅଭିଯୋଗ କରିଥିଲେ ଏବଂ ଏହାର ଏକ ନିଷ୍ଫଳ ତଦନ୍ତ ହୋଇଥିଲ; ଠିକ୍ ସେମିତି କିଟ୍ ଛାତ୍ରୀ ବି ଆନ୍ତର୍ଜାତିକ ସଂପର୍କ ଅଧିକାରୀ-IROଙ୍କ ନିକଟରେ ଅଭିଯୋଗ କରି ନିରାଶ ହୋଇଥିଲେ। ଯେଉଁଥିପାଇଁ ଜୀବନ ହାରିବାର ଚରମ ନିଷ୍ପତ୍ତି ନେଇଥିଲେ ସଂପୃକ୍ତ ଛାତ୍ରୀ। ଏବେ ବାଲେଶ୍ବର ଘଟଣା ପରେ ପୁଣି ଉଚ୍ଚଶିକ୍ଷା ବିଭାଗ ତଦନ୍ତ କମିଟି ଗଢ଼ିଥିବା ବେଳେ, ଏହାର ଫଳାଫଳ ସାମ୍ନାକୁ ଆସୁଛି, ନା ଅଦୃଶ୍ୟ ଚାପରେ ଚାପି ହୋଇଯାଉଛି, ତା ଉପରେ ନଜର । ତେବେ ଶିକ୍ଷାବିତ୍ ଙ୍କ କହିବା କଥା- ପାଠପଢା ଓ ପରୀକ୍ଷା ଗୋଟିଏ ଅନୁଷ୍ଠାନର ହାତକୁ ଆସିବା ପରେ, ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏଭଳି ଘଟଣା ବଢ଼ି ବଢ଼ି ଚାଲିଛି। ଯାହାକି ଏବେ ଏକ ବ୍ୟାଧିରେ ପରିଣତ ହୋଇଛି।

ଶିକ୍ଷାର ମନ୍ଦିରକୁ କଳୁସିତ କରୁଥିବା ଏଭଳି ଘଟଣାରେ କେବେ ବ୍ରେକ୍ ଲାଗୁଛି, ଛାତ୍ରୀମାନେ ନିଜକୁ କେବେ ସୁରକ୍ଷିତ ମନେ କରୁଛନ୍ତି ଏବଂ ଅଭିଭାବକ ମାନେ କେବେ ନିର୍ଭୟରେ ଝିଅକୁ କଲେଜ ଓ ୟୁନିଭର୍ସିଟି ପଠାଇପାରୁଛନ୍ତି, ତାକୁ ହିଁ ଅପେକ୍ଷା।

ଅଧିକ ପଢନ୍ତୁ: ରେଭେନ୍ସାରେ ଅଜବ ନିଷ୍ପତ୍ତି ନେଲେ, ଘଣ୍ଟାକ ପରେ ୟୁ-ଟର୍ଣ୍ଣ ମାରିଲେ...

KIIT University fm-college-news
Advertisment
Advertisment