/odishatv-khabar/media/media_files/2025/12/02/kiit-2025-12-02-20-46-40.jpg)
KIIT Photograph: (OTV)
KIIT କ୍ୟାଂପସରେ କାହିଁକି ବଢୁଛି ସୁଇସାଇଡ୍ ଟ୍ରେଣ୍ଡ ? ଗତ ୧୦ ମାସରେ ୩ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା କର୍ତ୍ତୃପକ୍ଷଙ୍କ ଦାୟିତ୍ବପଣିଆକୁ ନେଇ ଛିଡ଼ା କରିଛି ଅନେକ ପ୍ରଶ୍ନ। ଛତିଶଗଡ଼ର ଛାତ୍ରଙ୍କ ଆତ୍ମହତ୍ୟା ପରେ ମାଆ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପୁଅର ଡିପ୍ରେସନ୍ ନେଇ ପୂର୍ବରୁ ଜଣାଇଥିଲେ ଓ ଘଟଣା ଦିନ ବାରମ୍ବାର ଫୋନ୍ କରିଥିଲେ ବି ହଷ୍ଟେଲ କର୍ତ୍ତୃପକ୍ଷ ଶୁଣି ନଥିବା ଅଭିଯୋଗ ଆଣିବା ପରେ କିଟର ଅଡୁଆ ପୁଣି ବଢ଼ିଛି।
ଅନ୍ୟପଟେ ଶିକ୍ଷାନୁଷ୍ଠାନରେ ପିଲାଙ୍କ ଆତ୍ମହତ୍ୟା ରୋକିବା ଓ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଥିବା ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍କୁ କିଟ୍ ପାଳନ କରୁଛି କି ନାହିଁ ତାହା ବି ପ୍ରଶ୍ନ ଘେରରେ। ...
ଛତିଶଗଡ଼ ଛାତ୍ର ଆତ୍ମହତ୍ୟାକୁ ନେଇ ହରଡ଼ଘଣାରେ କିଟ୍ । ଅଡୁଆ ବଢ଼ାଇଲା ମାଆଙ୍କ ଅଭିଯୋଗ। ଚରମ ଅବହେଳା ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ।
ପୁଅର ମାନସିକ ସ୍ଥିତି ବାବଦରେ ପୂର୍ବରୁ ଜଣାଇଥିଲେ ମାଆ। ଡିପ୍ରେସନରେ ଥିବା କଥା ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। କିନ୍ତୁ ତାଙ୍କ କଥା କେହି ଶୁଣିଲେନି କି ବୁଝିଲେନି। ଘଟଣା ଦିନ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି କେହି ଉଠାଇ ନଥିଲେ। ଯେଉଁଥି ପାଇଁ ମାନସିକ ଚାପରେ ଥିବା ଏକମାତ୍ର ପୁଅ ଜୀବନ ହାରିଦେଲା।
କୋଟାରେ ଆତ୍ମହତ୍ୟା ରୋକିବାକୁ ସିଲିଂ ଫ୍ୟାନ ବ୍ୟବହାର ଉପରେ କଟକଣା ଥିବା ବେଳେ ଏଠାରେ କାହିଁକି ସେଭଳି ବ୍ୟବସ୍ଥା ନଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ମାଆ। କିଟ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ...
ଛତିଶଗଡ଼ ଛାତ୍ରଙ୍କ ଆତ୍ମହତ୍ୟା କିଟ୍ ଭୂମିକାକୁ ନେଇ ପ୍ରଶ୍ନର ପାହାଡ଼ ଠିଆ କରିଛି। ମାଆଙ୍କ ଅଭିଯୋଗ ଅନୁସାରେ ରାହୁଲ ଯାଦବଙ୍କୁ କାଉନସେଲିଂ କରାଯାଇଥିଲା କି ? ଯଦି କରାଯାଇଥିଲା, ତେବେ କେତେଥର ? ମାନସିକ ଅବସାଦ ପାଇଁ କିଟରେ ଛାତ୍ରଛାତ୍ରୀଙ୍କ ପାଇଁ କାଉନସେଲିଂର ବ୍ୟବସ୍ଥା ଅଛି ତ ? ଯଦି ଅଛି ତାହେଲେ ବାରମ୍ବାର ଏଭଳି ଘଟଣା ଘଟୁଛି କେମିତି ? ଶିକ୍ଷାରେ ଚାପ ହେଉ କି ପ୍ରେମ। ମାନସିକ ସ୍ବାସ୍ଥ୍ୟ ସମସ୍ୟା ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ। କୌଣସି ଗୋଟିଏ ସ୍ତରରେ ବି ଦାୟିତ୍ବହୀନତା ବଡ଼ ଅଘଟଣକୁ ଟାଣି ଆଣୁଛି।
ରାହୁଲଙ୍କୁ କାଉନସେଲିଂ କରାଯାଇଥିଲା କି ?
କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଓ ଛାତ୍ରଛାତ୍ରୀଙ୍କ ସୁଇସାଇଡ ପ୍ରଥମ ଘଟଣା ନୁହେଁ। ଗତ ୧୦ ମାସରେ ୩ ଜଣ ଛାତ୍ରଛାତ୍ରୀ କ୍ୟାମ୍ପସରେ ଜୀବନ ହାରିଲେଣି। ଶିକ୍ଷାନୁଷ୍ଠାନରେ ସୁଇସାଇଡ୍ ଟ୍ରେଣ୍ଡ ସବୁଠୁ ଚିନ୍ତାଜନକ। ଏହାକୁ ରୋକିବା ଓ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟର ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କର ୧୫ଟି ଗାଇଡଲାଇନ୍ ରହିଛି। ପ୍ରତି ୧୦୦ ପିଲାରେ ଜଣେ କାଉନସିଲର କିମ୍ବା ମନସ୍ତତ୍ତ୍ବବିତ୍ ରହିବା ଆବଶ୍ୟକ। କିଟରୁ ମିଳିଥିବା ତଥ୍ୟ ଅନୁସାରେ ୫୫ଟି ହଷ୍ଟେଲରେ ପ୍ରାୟ ୨୫ ହଜାର ପିଲା ରହୁଛନ୍ତି।
ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ କିଟରେ ଅତି କମରେ ୨୫ଶହ କାଉନସିଲର ରହିବା କଥା। ଏବେ କେତେ ଜଣ କାଉନସିଲର ରହିଛନ୍ତି କିଟରେ ? କିଟ୍ ୱେବସାଇଟର ତଥ୍ୟ ଅନୁସାରେ, କାଉନସେଲିଂ ସେଲରେ ଜଣେ ଅଧ୍ୟକ୍ଷ, ୮ ଜଣ ସଦସ୍ୟ ଓ ଜଣେ କନଭେନୟର ରହିଛନ୍ତି। SAP ପ୍ଲାଟଫର୍ମ ଅଧୀନରେ ମାନସିକ ସଚେତନତା ପାଇଁ ଅନଲାଇନ୍ ପରାମର୍ଶ ପୋର୍ଟାଲ୍ ରହିଛି।
ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ କହୁଛି, ଶିକ୍ଷାନୁଷ୍ଠାରେ ମାନସିକ ସ୍ବାସ୍ଥ୍ୟ କାଉସିଲରଙ୍କ ଫୋନ ନମ୍ବର ଓ ହେଲପଲାଇନ ନମ୍ବର ଲେଖା ରହିବ। କିଟ୍ ଏହି ନିୟମକୁ ମାନୁଛି ତ?
ମାନସିକ ସ୍ବାସ୍ଥ୍ୟକୁ ନେଇ ସବୁ ଶିକ୍ଷାନୁଷ୍ଠାନ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରିବେ। କିଟ୍ ବର୍ଷକୁ ଏମିତି କାର୍ଯ୍ୟକ୍ରମ କେତୋଟି କରିଛି ? ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ ବର୍ଷକୁ ୨ ଥର ମାନସିକ ସ୍ବାସ୍ଥ୍ୟ ନେଇ ବାଧ୍ୟତାମୂଳକ ତାଲିମ ନେବେ। ଏହି ପଲିସି କିଟରେ କାର୍ଯ୍ୟକାରୀ ହେଉ ଥିଲା କି ନାହିଁ ? ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅଭିଭାବକଙ୍କ ସହ କର୍ତ୍ତୃପକ୍ଷ ଯୋଗାଯୋଗରେ ରହିବା କଥା। ଏହି ନିୟମକୁ କେତେ ପାଳୁଛନ୍ତି କିଟ୍ କର୍ତ୍ତୃପକ୍ଷ ? ହଷ୍ଟେଲରେ ପିଲାଙ୍କ ତୁଳନାରେ ପର୍ଯ୍ୟାପ୍ତ ୱାଡେନ୍ ଅଛନ୍ତି କି ନାହିଁ ? କ୍ୟାମ୍ପସରେ ସୁଇସାଇଡ୍ ଟ୍ରେଣ୍ଡ ପରେ କିଟ୍ କର୍ତ୍ତୃପକ୍ଷ ଅଧିକ ଯତ୍ନବାନ ହେବା କଥା। କିନ୍ତୁ ବାରମ୍ବାର ଆତ୍ମହତ୍ୟା ଦେଖିଲେ ଲାଗୁଛି, ପିଲାଙ୍କ ପାଇଁ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିଟ୍ ପାଲଟିଛି କି ମୌତ୍ କା କୁଆଁ ?
କାରଣ ଯାହା ବି ଥାଉ, ଏତେ ବଡ଼ ଶିକ୍ଷାନୁଷ୍ଠାନ, ଆତ୍ମହତ୍ୟା ଭଳି ସ୍ପର୍ଶକାତର ସ୍ଥିତିକୁ ପ୍ରତିରୋଧ ନକରିବା ଓ ପିଲାଙ୍କ ଜୀବନ ଯିବା, କର୍ତ୍ତୃପକ୍ଷଙ୍କ ଦାୟିତ୍ବପଣିଆକୁ ନେଇ ଛିଡ଼ା କରିଛି ଅନେକ ପ୍ରଶ୍ନ।
Puri Police Bust: ଭଲ ବେପାର ଦେହରେ ଗଲାନି, କଲା ଲୁଟ୍ ପ୍ଲାନ୍ ...ନେଇଗଲେ କୋଟିଏ ଟଙ୍କାର ଗହଣା

Sinful Love Story: ସ୍ୱାମୀକୁ ମାଟିରେ ପୋତିଦେଲା ସ୍ତ୍ରୀ, ପ୍ରେମିକ ସହ କଲା ଏମିତି ଖେଳ; ଲୋକେ କହିଲେ ଛି ଛି ଛି...

SOP & Guidelines: ଦଶମ, ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର , ଆସିଲା ପ୍ରାକ୍ଟିକାଲ ପରୀକ୍ଷା ଗାଇଡଲାଇନ....

Chennai Metro Passengers: ଟନେଲ୍ ଭିତରେ ଫସେଇ ଦେଲା ମେଟ୍ରୋ ରେଳ , ଶୁଭିଲା ଏମିତି କୋଳାହଳ...ଭିଡିଓ ଭାଇରାଲ

India Defeats Pakistan: ପାକିସ୍ତାନୀ ଖେଳାଳିଙ୍କ କମେଣ୍ଟର ଜବାବ ମୈଦାନରେ ଦେଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)