Advertisment

Nepali Student Deaths: ନେପାଳ ସାଂସଦ ଝାଡ଼ିଲେ ଅସନ୍ତୋଷ, KIITକୁ ଆଉ ଆସିବେନି ଛାତ୍ରଛାତ୍ରୀ ?

KIITକୁ ପିଲା ନପଠାଇବାକୁ ଦାବି ରଖିଲେ ସାଂସଦ । ଅଢ଼େଇ ମାସରେ ଦୁଇ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ KIITକୁ ଆଉ ପିଲା ନପଠାଇବାକୁ ନେପାଳ ସାଂସଦ ଦାବି କରିଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Nepali Student Deaths

Nepali Student Deaths

KIITକୁ ଆଉ ଆସିବେନି ନେପାଳ ପିଲା ! KIITକୁ ପିଲା ନପଠାଇବାକୁ ଦାବି ରଖିଲେ ସାଂସଦ । ଅଢ଼େଇ ମାସରେ ଦୁଇ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ KIITକୁ ଆଉ ପିଲା ନପଠାଇବାକୁ ନେପାଳ ସାଂସଦ ଦାବି କରିଛନ୍ତି । ନେପାଳ ନ୍ୟାସନାଲ୍ ଆସେମ୍ବ୍ଲିରେ KIIT ଛାତ୍ରୀ ମୃତ୍ୟୁ ତାତି ବଢ଼ିଛି । ନେପାଳ ନ୍ୟାସନାଲ ଆସେମ୍ବ୍ଲିର ଜରୁରୀ ଅଧିବେଶନରେ KIIT ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ସାଂସଦ । 

Advertisment

ନେପାଳ ସରକାର ତୁରନ୍ତ କିଟ୍ ପାଇଁ NOC ଦେବା ପ୍ରକ୍ରିୟା ଉପରେ ରୋକ୍ ଲଗାନ୍ତୁ ବୋଲି ଦାବି କରିଛନ୍ତି ରାଷ୍ଟ୍ରୀୟ ଜନମୋର୍ଚ୍ଚା ସଦସ୍ୟ ତୁଳା ପ୍ରସାଦ ବିଶ୍ବକର୍ମା । କିଟରେ ପଢ଼ିବାକୁ ଚାହୁଁଥିବା ପିଲାଙ୍କୁ NOC ଦିଆନଯାଉ ଏବଂ ସେମାନଙ୍କ ବାପାମାଆଙ୍କୁ ଏଭଳି ଶିକ୍ଷାନୁଷ୍ଠାନକୁ ପଠାଇବା ପୂର୍ବରୁ ସତର୍କ କରାଯାଉ ବୋଲି ଦାବି ଉଠିଛି ।  

ଅଧିକ ପଢ଼ନ୍ତୁ: କିଟ୍‌ରେ ପୁଣି ଗଲା ନେପାଳୀ ଛାତ୍ରୀଙ୍କ ଜୀବନ, ମିଳିନି ସୁଇସାଇଡ୍ ନୋଟ୍

Advertisment

କିଟ୍‌ରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ନେଇ କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ନେପାଳ ସଂସଦର ଉଚ୍ଚ ସଦନରେ ମତ ପ୍ରକାଶ ପାଇଛି । ଏଥିସହ ଏହି ଘଟଣାର ତଦନ୍ତ ଓ ଦୋଷୀକୁ ଦଣ୍ଡ ଦାବି କରିଛନ୍ତି ନ୍ୟାସନାଲ୍ ଆସେମ୍ବ୍ଲି ସଦସ୍ୟ । ଏହାପରେ ଘଟଣାର ମୂଳକାରଣ ଖୋଜି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ସରକାରଙ୍କୁ ଗୃହ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଅଧ୍ୟକ୍ଷ ନାରାୟଣ ପ୍ରସାଦ ଦହଲ କହିଛନ୍ତି, କିଟରେ ବାରମ୍ବାର ନେପାଳୀ ଛାତ୍ରୀଙ୍କ ଏଭଳି ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁଃଖଦାୟକ । ଉଭୟ ଭାରତ ଓ ନେପାଳ ସରକାର କୂଟନୈତିକ ସ୍ତରରେ ଘଟଣା ପଛର ପ୍ରକୃତ କାରଣ ଖୋଜିବା ସହ ଭବିଷ୍ୟତରେ ଏଭଳି ଆଉ ଘଟଣା ଯେମିତି ନଘଟିବ, ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି । 

KIITରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି । ହେଲେ ଏନେଇ ରାଜ୍ୟ ସରକାର କିମ୍ବା କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: କିଟ୍‌ ଛାତ୍ରୀ ମୃତ୍ୟୁ, ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ନୋଟିସ୍‌ କଲେ NHRC

KIIT KIIT University
Advertisment
Advertisment