Advertisment

House Storm Over KIIT Case: KIIT କଳଙ୍କକୁ ନେଇ ଗୃହରେ ଉଦବେଗ, ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ରିପୋର୍ଟକୁ ନେଇ ପ୍ରଶ୍ନ

କେବେ ମିଳିବ KIIT କଳଙ୍କରୁ ମୁକ୍ତି ? କେବେ ଭାଙ୍ଗିବ ସରକାରୀ ବ୍ୟବସ୍ଥାର ନିଦ ? ନେପାଳ ଛାତ୍ରୀ ମୃତ୍ୟୁ ପାଇଁ ଅପବାଦ ମୁଣ୍ଡାଇଲା ଦେଶ। ହେଲେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ଏଯାଏଁ ସାର୍ବଜନୀନ ହୋଇପାରିଲାନି।

author-image
Tapan Swain
KIIT

KIIT Photograph: (OTV)

କେବେ ମିଳିବ KIIT କଳଙ୍କରୁ ମୁକ୍ତି ? କେବେ ଭାଙ୍ଗିବ ସରକାରୀ ବ୍ୟବସ୍ଥାର ନିଦ ? ନେପାଳ ଛାତ୍ରୀ ମୃତ୍ୟୁ ପାଇଁ ଅପବାଦ ମୁଣ୍ଡାଇଲା ଦେଶ। ହେଲେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ଏଯାଏଁ ସାର୍ବଜନୀନ ହୋଇପାରିଲାନି। ତେଣେ ସର୍ବସାଧାରଣ ରାସ୍ତା କଥା କୁହନ୍ତୁ କିମ୍ବା ସରକାରୀ ପ୍ରତିଷ୍ଠାନ। ସବୁଠି ମାଡ଼ି ବସି KIIT କର୍ତ୍ତୃପକ୍ଷ ଜବରଦଖଲ କରିଥିବାର ସଂଗୀନ ଅଭିଯୋଗ। ଉଭୟ ପ୍ରସଙ୍ଗକୁ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଉତ୍ତର ରଖିଥିଲେ ବି ମିଳିପାରିନି ସନ୍ତୋଷଜନକ ଜବାବ।...

Advertisment

କେବେ ନେପାଳୀ ଛାତ୍ରୀ ତ କେବେ ଛତିଶଗଡ଼ର ଛାତ୍ର। ପାଠ ପଢ଼ିବାକୁ ଆସି ହରାଇଲେଣି ପ୍ରାଣ। ତଥାପି ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ କମିଟି ଖୋଲୁନି ରିପୋର୍ଟ। କେବେ ଜମି ତ ଆଉ କେବେ ସର୍ବସାଧାରଣ ରାସ୍ତା ଜବରଦଖଲର ବି ସଂଗୀନ ଅଭିଯୋଗ। ତଥାପି ନିର୍ବିକାର ସରକାରୀ ବ୍ୟବସ୍ଥା। ଏତେ ଅପବାଦ ଓ ଅଘଟଣ ପରେ ବି KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତି କାହିଁକି ଉଦାର ସରକାର ? ଗୃହରେ ଉଠିଲାଣି ପ୍ରସଙ୍ଗ...ପ୍ରକାଶ ପାଇଲାଣି ଉଦବେଗ।

ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ । ନେପାଳ ଛାତ୍ରୀ ମୃତ୍ୟୁ ମାମଲାରେ ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ସଂପର୍କରେ ପ୍ରଶ୍ନ ଉଠାଇଥିଲେ। ତା’ସହ KIIT ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ତିଆରି କରି ସର୍ବସାଧାରଣ ସ୍ଥାନ ଏବଂ ଜଙ୍ଗଲ ଜମି ଜବରଦଖଲ ସଂପର୍କରେ ପ୍ରଶ୍ନ କରିବା ସହ କେବେ ଉଚ୍ଛେଦ ହେବ ବୋଲି ପଚାରିଥିଲେ।

Advertisment

ତେବେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଉତ୍ତର ରଖିବା ସହ କହିଥିଲେ, ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି। ନିରୀକ୍ଷଣ କରାଯାଉଛି। ସେହିପରି KIIT ମୁଖ୍ୟ ଫାଟକ ଓ ସର୍ବସାଧାରଣ ରାସ୍ତା ଜବରଦଖଲ ପ୍ରଶ୍ନର ଉତ୍ତର ରଖି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ବେଆଇନ ଜବରଦଖଲ ଉଛେଦ ଉଚ୍ଚଶିକ୍ଷା ବିଭାଗ ଅଧୀନ ନୁହେଁ। କିନ୍ତୁ GA, IDCO, BDA, BMC ଏବଂ ତହସିଲଦାରଙ୍କ ଉପସ୍ଥିତିରେ ମିଳିତ ସରଜମିନ ତଦନ୍ତ ଯୋଜନା ରହିଛି। 

୧୭ ଫେବୃଆରୀ, ୨୦୨୫। ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରିଥିଲା ଉଚ୍ଚଶିକ୍ଷା ବିଭାଗ। ଯେଉଁ କମିଟି ବିଭିନ୍ନ ପର୍ଯ୍ୟାୟରେ କିଟ୍ ପ୍ରତିଷ୍ଠାତାଙ୍କ ସହ ୧୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲା। କିନ୍ତୁ ଏଯାଏଁ ଯିଏ ଯାହା ବାଟରେ। ଇତିମଧ୍ୟରେ NHRC, UGC ଭଳି ସଂସ୍ଥା ସେମାନଙ୍କ ତଦନ୍ତ ରିପୋର୍ଟକୁ ଓ୍ବେବସାଇଟରେ ସାର୍ବଜନୀନ କଲେଣି, ତଥାପି ଉଚ୍ଚସ୍ତରୀୟ ତଦନ୍ତ ରିପୋର୍ଟ ଆସିନି ସାମ୍ନାକୁ।

KIIT ଜବରଦଖଲରୁ କେବେ ମୁକୁଳିବ ସର୍ବସାଧାରଣ ରାସ୍ତା ?

KIIT ଦ୍ବାରା ଜବରଦଖଲ ଅଭିଯୋଗ ଉଠିଛି ମେନ୍ ଗେଟକୁ ନେଇ। ବର୍ଷ ବର୍ଷ ଧରି ସର୍ବସାଧାରଣ ରାସ୍ତାକୁ ମାଡ଼ି ତିଆରି କରାଯାଇଛି। ମୁଖ୍ୟ କ୍ୟାମ୍ପସ ଭିତରେ ଥିବା କେନ୍ଦ୍ରୀୟ ସରକାରୀ ଅନୁଷ୍ଠାନ NIFT ଓ ରାଜ୍ୟ ସରକାରଙ୍କ ପରିଧାନ ଉଷ୍ମାୟନ କେନ୍ଦ୍ରକୁ ଯିବା ବେଳେ ଲୋକଙ୍କୁ KIIT ସିକ୍ୟୁରିଟି ବାଟ ଓଗାଳୁଥିବା ଅଭିଯୋଗ ଉଠୁଛି। 

KIIT ବିରୋଧରେ ଏତେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ପରେ ବି କାହିଁକି ଘଣ୍ଟ ଘୋଡ଼ାଯାଉଛି ? ଦୁଇ ଦୁଇ ଜଣ ନେପାଳୀ ଛାତ୍ରୀ ଓ ଛତିଶଗଡ଼ର ଜଣେ ଛାତ୍ରଙ୍କ ଜୀବନ ଯିବା ପରେ ବି KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତି କାହିଁକି ଏତେ ଅନୁଗ୍ରହ ? ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଉଚ୍ଚସ୍ତରୀୟ କମିଟି ରିପୋର୍ଟ ହସ୍ତଗତ ହୋଇଛି ଯଦି, କାହିଁକି ସାର୍ବଜନୀନ କରୁନି ଉଚ୍ଚଶିକ୍ଷା ବିଭାଗ ? କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି ? ଯଦି ସୁପାରିଶ ହୋଇଛି, ଆକ୍ସନ୍ ନେବାରେ କୁନ୍ଥକୁନ୍ଥ କାହିଁକି ? ତେବେ ଏ ସଂପର୍କିତ ପ୍ରଶ୍ନକୁ ଉଚ୍ଚଶିକ୍ଷା ମନ୍ତ୍ରୀ କିନ୍ତୁ କ୍ୟାମେରା ଆଗରେ ଏଡ଼ାଇ ଯାଉଛନ୍ତି। 


ତେବେ ଆଜିର ଅଭିଯୋଗ ଏବଂ ଉଦବେଗ ସଂପର୍କରେ KIITର ମୁଖ୍ୟ ଲୋକ ସଂପର୍କ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା, ପ୍ରତିକ୍ରିୟା ରଖିନାହାଁନ୍ତି। 

Illegal Encroachment Controversy KIIT University
Advertisment
Related Articles
Advertisment