Advertisment

ICC rejects Bangladesh's request: ବାଂଲାଦେଶକୁ ବଡ଼ ଝଟକା; ଆବେଦନକୁ ଖାରଜ କଲା ICC

ବାଂଲାଦେଶ ଆବେଦନକୁ ଖାରଜ କଲା ICC। ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବେଦନ ଖାରଜ। T-20 ବିଶ୍ବକପ୍ ମ୍ୟାଚ୍ ଭାରତରେ ନ ଖେଳିବାକୁ ଆବେଦନ କରିଥିଲା BCB।

author-image
Chinmayee Sahoo
Bangladesh

Bangladesh Photograph: (OTV)

ବାଂଲାଦେଶକୁ ବଡ଼ ଝଟକା। ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC । T-20 ବିଶ୍ବକପ୍ ମ୍ୟାଚ୍ ଭାରତରେ ନଖେଳିବାକୁ ଆବେଦନ କରିଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ । 

Advertisment

ବାଂଲାଦେଶର ଆବେଦନକୁ ଖାରଜ କରିଦେଇଛି ICC। ଆଇପିଏଲରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାଦ ଦିଆଯିବା ପରେ ବିସିସିଆଇ ଓ ବିସିବି ମଧ୍ୟରେ ସମ୍ପର୍କ ଖରାପ ହୋଇଛି। 

ଆସନ୍ତା ଟି-୨୦ ବିଶ୍ବକପରେ ଖେଳିବାକୁ ବାଂଲାଦେଶ ଦଳ ଭାରତ ଆସିବ ନାହିଁ ବୋଲି ଆଇସିସି ନିକଟରେ ଆବେଦନ କରିଥିଲା । ନିଜର ସମସ୍ତ ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରୀତ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ଲିଖିତଭାବେ ଜଣାଇଥିଲା। 

Advertisment

ଟି-୨୦ ବିଶ୍ବକପ ଆଉ ମାତ୍ର ଏକ ମାସ ଥିବାବେଳେ ଏତେ କମ ସମୟ ମଧ୍ୟରେ ମ୍ୟାଚଗୁଡ଼ିକର ସ୍ଥାନ ବଦଳାଇବା ସମ୍ଭବ ନୁହେଁ । ଏଥିପାଇଁ ସିଡୁଲିଂ, ଲଜିଷ୍ଟିକ୍ସ ଆଦି ବିଭିନ୍ନ ସମସ୍ୟା ରହିଛି। ଏଣୁ ବାଂଲାଦେଶର ଆବେଦନକୁ ଖାରଜ କରିଛି ଆଇସିସି ।

ବାଂଲାଦେଶକୁ ବଡ଼ ଝଟକା
ବାଂଲାଦେଶ ଆବେଦନକୁ ଖାରଜ କଲା ICC
ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବେଦନ ଖାରଜ
T-20 ବିଶ୍ବକପ୍ ମ୍ୟାଚ୍ ଭାରତରେ ନ ଖେଳିବାକୁ ଆବେଦନ କରିଥିଲା BCB
ବିସିସିଆଇ ଓ ବିସିବି ମଧ୍ୟରେ ସମ୍ପର୍କ ଖରାପ ହୋଇଛି
ବାଂଲାଦେଶ ଦଳ ଭାରତ ଆସିବ ନାହିଁ ବୋଲି ଆବେଦନ କରିଥିଲା
ନିଜର ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର ପାଇଁ କରିଥିଲା ଆବେଦନ

Bangladesh ICC
Advertisment
Related Articles
Advertisment