Advertisment

India Vs Pakistan T20 World Cup 2026: ଲାଙ୍ଗୁଡ଼ ଜାକି ମୁଣ୍ଡ ନୁଆଁଇଲାଣି ପାକିସ୍ତାନ

ଲାଙ୍ଗୁଡ଼ ଜାକି ମୁଣ୍ଡ ନୁଆଁଇଲାଣି ପାକିସ୍ତାନ। ICC ପ୍ରତିନିଧିଙ୍କୁ ଲାହୋର ନିମନ୍ତ୍ରଣ କଲା PCB। ମ୍ୟାଚ୍ ହେବାର ସମ୍ଭାବନା ୯୯ ପ୍ରତିଶତ ! ପଲଟି ମାରିଲାଣି ପାକିସ୍ତାନ।

author-image
Rashmi Ranjan Mohapatra
Ind-VS-Pak-Match-Voshot

ଲାଙ୍ଗୁଡ଼ ଜାକି ମୁଣ୍ଡ ନୁଆଁଇଲାଣି ପାକିସ୍ତାନ। ICC ପ୍ରତିନିଧିଙ୍କୁ ଲାହୋର ନିମନ୍ତ୍ରଣ କଲା PCB। ମ୍ୟାଚ୍ ହେବାର ସମ୍ଭାବନା ୯୯ ପ୍ରତିଶତ ! ପଲଟି ମାରିଲାଣି ପାକିସ୍ତାନ। ଭାରତ ସହ ବିଶ୍ବକପ ଖେଳିବନି ବୋଲି ଆଗରୁ ମୁହଁ ଫୁଟାଣି ମାରୁଥିବା ବେଳେ ଏବେ ସମସ୍ୟା ସମାଧାନ ପାଇଁ ICCର ଗୋଡ଼ ଧରିଛି ପାକିସ୍ତାନ। ଆଉ ଏହି ସମସ୍ୟାର ସମାଧାନ ପାଇଁ ଆଇସିସି ଏକ ବଡ଼ ନିଷ୍ପତ୍ତି ନେଇଛି। ଆଉ ପାକିସ୍ତାନ ଭାରତ ବିପକ୍ଷରେ ୨୦୨୬ ଟି୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିପାରେ ବୋଲି ଚର୍ଚ୍ଚା ହେଇଛି। କାରଣ ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମସ୍ୟା ସମାଧାନ ପାଇଁ ଦୁଇ ଜଣ ଆଇସିସି ପ୍ରତିନିଧି ଲାହୋରରେ ପହଞ୍ଚିଛନ୍ତି।

Advertisment


ଆଇସିସିର ଏହି ପ୍ରତିନିଧି ମାନେ ଫେବୃଆରୀ ୮ ତାରିଖରେ ଲାହୋରରେ ପହଞ୍ଚିଥିଲେ। ଭାରତ-ପାକିସ୍ତାନ ମ୍ୟାଚ୍ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ପିସିବି ସେମାନଙ୍କୁ ନିମନ୍ତ୍ରଣ କରିଥିଲା। ଅନେକ ରିପୋର୍ଟ ଅନୁଯାୟୀ, ଆଇସିସି ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ବୈଠକ ପରେ ଭାରତ-ପାକିସ୍ତାନ ମ୍ୟାଚ୍ ହେବାର ୯୯% ସମ୍ଭାବନା ରହିଛି। ଆଉ ପାକିସ୍ତାନ ତାର ବୟକଟ ନିଷ୍ପତ୍ତିକୁ ପ୍ରତ୍ୟାହାର କରିପାରେ ବୋଲି ଅନୁମାନ କରାଯାଉଛି।
ପୂର୍ବରୁ, ଫେବୃଆରୀ ୧ ତାରିଖରେ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ପାକିସ୍ତାନ କ୍ରିକେଟ୍ ଦଳ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବ ନାହିଁ। ଏହା ବହୁତ ହଇଚଇ ସୃଷ୍ଟି କରିଥିଲା। ପରେ ଆଇସିସି ପାକିସ୍ତାନର ବୟକଟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲା। 

ଏହି ସମୟରେ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମଧ୍ୟ ପାକିସ୍ତାନକୁ ଚେତାବନୀ ଦେଇଥିଲା ଯେ ମ୍ୟାଚ୍ ଆୟୋଜନ ନ କରିବା ଦ୍ୱାରା ପ୍ରତିକୂଳ ପରିଣାମ ହୋଇପାରେ, ଯାହା ଶ୍ରୀଲଙ୍କାର ଅର୍ଥନୀତିକୁ ପ୍ରଭାବିତ କରିବ। ପରେ ସମସ୍ୟା ସମାଧାନ ପାଇଁ ICC ଆଗରେ ହାତ ଯୋଡ଼ିଥିଲା ପାକିସ୍ତାନ। ଏବେ ଦେଖିବାକୁ ବାକି ରହିଲା ଆସନ୍ତା ୧୫ ତାରିଖରେ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବେ କି ନାହଁ ପାକିସ୍ତାନ ଖେଳାଳୀ ।    

Advertisment
BCCI ICC Pakistan India India Vs Pakistan India Vs Pakistan Match
Advertisment
Related Articles
Advertisment