Advertisment

T20 World Cup: ଦିନକ ପରେ ଟି-ଟ୍ବେଣ୍ଟି ବିଶ୍ବକପ୍, କ’ଣ କରିବ ପାକିସ୍ତାନ?

ଆଉ ଦିନକ ପରେ ଟି-ଟ୍ବେଣ୍ଟି ବିଶ୍ବକପ୍ । ହେଲେ ପାକିସ୍ତାନକୁ ନେଇ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ । ୧୫ ଫେବ୍ରୁଆରୀରେ ପାକିସ୍ତାନ ସହ ଭାରତ ମୁହାଁମୁହିଁ ହେବାକୁ ଧାର୍ଯ୍ୟ ହୋଇଥିବାବେଳେ ମ୍ୟାଚକୁ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି ପାକ୍ ।

author-image
Madhupriya Mistry
IND-PAK T20 WORLD CUP

IND-PAK T20 WORLD CUP Photograph: (OTV)

ଆଉ ଦିନକ ପରେ ଟି-ଟ୍ବେଣ୍ଟି ବିଶ୍ବକପ୍ । ହେଲେ ପାକିସ୍ତାନକୁ ନେଇ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ । ୧୫ ଫେବ୍ରୁଆରୀରେ ପାକିସ୍ତାନ ସହ ଭାରତ ମୁହାଁମୁହିଁ ହେବାକୁ ଧାର୍ଯ୍ୟ ହୋଇଥିବାବେଳେ ମ୍ୟାଚକୁ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି ପାକ୍ ।

Advertisment

ଗତକାଲି ପାକିସ୍ତାନ କ୍ୟାପଟେନ୍ ସଲମାନ୍ ଆଘାଙ୍କ ପ୍ରେସମିଟରେ ପାକିସ୍ତାନ ସରକାର ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମନା କରିଥିବା କଥାକୁ ଦୋହରାଇଥିଲେ। ସଲମାନ କହିଥିଲେ, ଦଳ ତାଙ୍କ ସରକାରଙ୍କ ପରାମର୍ଶ ପାଳନ କରିବ।

ଭାରତ ସହ ମ୍ୟାଚ୍ ଆମ ନିୟନ୍ତ୍ରଣରେ ନାହିଁ। ସରକାର ନିଷ୍ପତ୍ତି ନେଇଛନ୍ତି ଓ ଆମେ ଏହାକୁ ସମ୍ମାନ କରୁଛୁ। ଆମେ ଅନ୍ୟ ୩ଟି ଗ୍ରପ୍ ମ୍ୟାଚ୍ ଖେଳିବୁ ଓ ଏଥିପାଇଁ ଉତ୍ସାହିତ ଅଛୁ ବୋଲି ପ୍ରେସମିଟରେ ପାକିସ୍ତାନ କ୍ରିକେଟର କହିବା ପରେ ଭାରତ ବିପକ୍ଷରେ ବିଶ୍ବକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି କୁହାଯାଉଛି।

Advertisment

ତେବେ ଏଭଳି ନିଷ୍ପତ୍ତି ପାକିସ୍ତାନକୁ ମହଙ୍ଗା ପଡ଼ିପାରେ। କାରଣ ଭାରତ ବନାମ ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ ଯଦି ନ ହୁଏ, ତେବେ ଏହା ଶ୍ରୀଲଙ୍କା ପାଇଁ ଯଥେଷ୍ଟ କ୍ଷତି ପହଞ୍ଚାଇପାରେ। ଫଳସ୍ୱରୂପ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପାକିସ୍ତାନକୁ ଚିଠି ଲେଖି ନିଷ୍ପତ୍ତି ପୁନର୍ବିଚାର କରିବାକୁ କହିଛି ।

ଯଦି ମ୍ୟାଚ୍ ଯୋଜନା ଅନୁଯାୟୀ ନହୁଏ, ତେବେ ଏହା ଶ୍ରୀଲଙ୍କାକୁ ଯଥେଷ୍ଟ ଆର୍ଥିକ, ଲଜିଷ୍ଟିକ୍ ଏବଂ ପ୍ରତିଷ୍ଠା କ୍ଷତି ପହଞ୍ଚାଇପାରେ। ଅନ୍ୟପଟେ ଭାରତ ବିପକ୍ଷ ମ୍ୟାଚ୍ ନଖେଳିଲେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପଡ଼ିପାରେ ଆଇସିସି ଛାଟ। 

ICC T20 World Cup Clash Salman Agha Boycott India Vs Pakistan Match T20 World Cup
Advertisment
Related Articles
Advertisment