/odishatv-khabar/media/media_files/2026/01/24/t20-2026-01-24-18-39-32.jpg)
T20 Photograph: (OTV)
ମହଙ୍ଗା ପଡ଼ିଲା ଜିଦ୍ । T-20 ବିଶ୍ବକପରୁ ବିଦାହେଲା ବାଂଲାଦେଶ। ବିଧିବଦ୍ଧ ବାବେ ବାଂଲାଦେଶକୁ ଆଉଟ୍ କରି ସ୍କଟଲାଣ୍ଡକୁ ସାମିଲ କଲା ICC । ବାଂଲାଦେଶକୁ ନିଷ୍ପତ୍ତି ଜଣାଇବାକୁ ଆଇସିସି ୨୪ ଘଣ୍ଟା ସମୟସୀମା ପ୍ରଦାନ କରିଥିଲା। କିନ୍ତୁ ବାଂଲାଦେଶ ନିଜ ଜିଦରେ ଅଟଳ ରହିବା ସହ ଧାର୍ଯ୍ୟ ସମୟସୀମା ମଧ୍ୟରେ କୌଣସି ଔପଚାରିକ ନିଷ୍ପତ୍ତି ଜଣାଇନଥିଲା।
ସ୍କଟଲାଣ୍ଡ ସାମିଲ
ଏହା ପରେ ଆଇସିସି ବାଧ୍ୟ ହୋଇ ବାଂଲାଦେଶକୁ ବିଶ୍ବକପରୁ ବାହାର କରିବା ସହ ସ୍କଟଲାଣ୍ଡକୁ ସାମିଲ କରିଛି। ସ୍କଟଲାଣ୍ଡ୍ ଏବେ ଗ୍ରୁପ-ସିରେ ବାଂଲାଦେଶ ବଦଳରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଓ୍ବେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନେପାଳ ଓ ଇଟାଲି ଅଛନ୍ତି।
ଆଇପିଏଲରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁରୁ ରେହେମାନଙ୍କୁ ବାଦ ଦିଆଯିବା ପରେ ବାଂଲାଦେଶ ବିଶ୍ବକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି କହିଥିଲା । ଭାରତ ବିପକ୍ଷରେ ଥିବା ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରିଥିଲା ବାଂଲାଦେଶ। ବିଶ୍ବକପକୁ ଅଳ୍ପ ଦିନ ବାକିଥିବାରୁ ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି ଆଇସିସି ଜଣାଇଦେଇଥିଲା। ତେବେ ବାଂଲାଦେଶ ନିଜ ନିଷ୍ପତ୍ତିରେ ଅଟଳ ରହିବାରୁ ଆକ୍ସନ ନେଇଛି ଆଇସିସି।
T-20 ବିଶ୍ବକପ୍ ରୁ ବାଂଲାଦେଶ ବିଦା
ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କଲା ICC
ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଜିଦ୍ ରେ ଅଟଳ ରହିବାରୁ କାର୍ଯ୍ୟାନୁଷ୍ଠାନ
ଫେବ୍ରୁଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ T-20 ବିଶ୍ବକପ୍
Early Rural Polls on Cards? ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

Loan Scam Exposed: ୩ କୋଟିରୁ ଊର୍ଦ୍ଧ୍ବ ଠକେଇ ମାମଲାରେ ମହିଳା ଗିରଫ, ମହିଳାଙ୍କୁ ଲୋନ୍ କରାଇ ଦେବା ପ୍ରତିଶ୍ରୁତି ଦେଇ ଠକେଇ

Crime Shocks Puri: ପୁରୀ କଲେଜ ଛକ ନିକଟରେ ହତ୍ୟା ଘଟଣା, ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)