Advertisment

ICC rejects Bangladesh plea: ICCର ଚରମବାଣୀ; ଭାରତରେ ଖେଳ, ନହେଲେ ବିଦା

ବାଂଲାଦେଶକୁ ଆଇସିସିର ବଡ ଝଟକା। ଭାରତରେ ଖେଳିବ ନହେଲେ ବିଶ୍ୱକପରୁ ବିଦା ହେବ। ବାଂଲାଦେଶ କ୍ରିକେଟ ବୋର୍ଡର ଆବେଦନକୁ ଖାରଜ କରିଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ।

author-image
Chinmayee Sahoo
ICC rejects Bangladesh plea

ICC rejects Bangladesh plea Photograph: (OTV)

ବାଂଲାଦେଶକୁ ଆଇସିସିର ବଡ ଝଟକା। ଭାରତରେ ଖେଳିବ ନହେଲେ ବିଶ୍ୱକପରୁ ବିଦା ହେବ। ବାଂଲାଦେଶ କ୍ରିକେଟ ବୋର୍ଡର ଆବେଦନକୁ ଖାରଜ କରିଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ଟି-୨୦ ବିଶ୍ୱକପ୍ ଭାରତରେ ଖେଳିବାକୁ ମନା କରିଥିଲା ବାଂଲାଦେଶ। ଏ ସମ୍ପର୍କିତ ଆବେଦନକୁ ଆଇସିସି ଖାରଜ କରିଛି। 

Advertisment

ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ୍ ଖେଳିବାକୁ ଭାରତ ନଆସେ, ତେବେ ଟୁର୍ଣ୍ଣାମେଣ୍ଟରୁ ବାଂଲାଦେଶକୁ ବାଦ୍ ଦିଆଯିବା ସହ ସ୍କଟଲ୍ୟାଣ୍ଡକୁ ମିଳିବ ସୁଯୋଗ। ୨୪ ଘଣ୍ଟାରେ ନ ଜଣାଇଲେ ବାଂଲାଦେଶ ସ୍ଥାନରେ ଖେଳିବ ସ୍କଟଲାଣ୍ଡ୍। ଆସନ୍ତା ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । 

ବାଂଲାଦେଶର ପ୍ରସ୍ତାବକୁ ନେଇ ୧୬ଟି ଦେଶ ଦେଇଥିଲେ ଭୋଟ୍। ସେଥିରୁ ୧୪ଟି ଦେଶ ବାଙ୍ଗାଦେଶ ବିରୋଧରେ ଭୋଟ୍ ଦେଇଥିଲେ। କେବଳ ପାକିସ୍ତାନ ହିଁ ବାଙ୍ଗଲାଦେଶକୁ ସମର୍ଥନ କରିଥିଲା।

Advertisment

ଭାରତରେ ଖେଳ, ନହେଲେ ବିଦା
ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ICCର ଚରମବାଣୀ
T-20 ବିଶ୍ବକପ୍ ଖେଳିବାକୁ ଭାରତ ନଆସିଲେ ସ୍ଥାନ ନେବ ସ୍କଟଲାଣ୍ଡ୍
୨୪ ଘଣ୍ଟା ଭିତରେ ICCକୁ ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ
ଶ୍ରୀଲଙ୍କାରେ ଖେଳିବାକୁ ବାଂଲାଦେଶ କ୍ରିକେଟ ବୋର୍ଡ ଦାବି ଅଗ୍ରାହ୍ୟ
କେବଳ ପାକିସ୍ତାନର ସମର୍ଥନ, ଅନ୍ୟ ୧୪ ସଦସ୍ୟଙ୍କ ବିରୋଧ
ଭାରତରେ ନଖେଳିଲେ T-20 ବିଶ୍ୱକପରୁ ବିଦା ହେବ ବାଂଲାଦେଶ

ICC
Advertisment
Related Articles
Advertisment